Advertisment

Fake Embassy: ଅଭିଯୁକ୍ତ ହର୍ଷବର୍ଦ୍ଧନ ଲଣ୍ଡନରୁ ପାଠ ପଢିଛି , ପିତା ଗାଜିଆବାଦର ସବୁଠାରୁ ବଡ଼ ଉଦ୍ୟୋଗପତି ଥିଲେ

ନକଲି ଦୂତାବାସ ଚଳାଉଥିବା ଅଭିଯୁକ୍ତ ହର୍ଷବର୍ଦ୍ଧନ ଲଣ୍ଡନରୁ ପାଠ ପଢିଛି । ସେ କଲେଜ ଅଫ ଆପ୍ଲାଇଡ ସାଇନ୍ସରୁ ଏମବିଏ କରିଛନ୍ତି ଏବଂ ଗାଜିଆବାଦର ଆଇଟିଏସ କଲେଜରୁ ମଧ୍ୟ ଏମବିଏ କରିଛନ୍ତି। ରିପୋର୍ଟ ଅନୁସାରେ, ହର୍ଷବର୍ଦ୍ଧନଙ୍କ ପିତା ଏକ ସମୟରେ ଗାଜିଆବାଦର ସବୁଠାରୁ ବଡ଼ ଉଦ୍ୟୋଗପତି ଥିଲେ। ରାଜସ୍ଥାନରେ ତାଙ୍କର ମାର୍ବଲ ଖଣି ଥିଲା।

Fake Embassy

Fake Embassy

Advertisment

ଉତ୍ତରପ୍ରଦେଶର ଗାଜିଆବାଦରେ ଜଣେ ବ୍ୟକ୍ତି ନକଲି ଦୂତାବାସ ଚଳାଉଥିଲେ। ନକଲି ପରିଚୟରେ ସେ ଅନେକ ଲୋକଙ୍କୁ ଠକିଥିଲେ। ଅଭିଯୁକ୍ତର ନାମ ହର୍ଷବର୍ଦ୍ଧନ। ୨୨ ଜୁଲାଇ ରାତିରେ ଉତ୍ତରପ୍ରଦେଶ ଏସଟିଏଫ ଗାଜିଆବାଦରେ ଏକ ଭଡା ଘରେ ଚଢ଼ାଉ କରିଥିଲା, ଯେଉଁଠାରେ ଅନେକ ‘ଦେଶ’ର ଅବୈଧ ଦୂତାବାସ ଚାଲୁଥିବା ଜଣାପଡ଼ିଥିଲା। ଏବେ ହର୍ଷବର୍ଦ୍ଧନ ବିଷୟରେ ନୂଆ ତଥ୍ୟ ସାମ୍ନାକୁ ଆସିଛି।

Advertisment

ନକଲି ଦୂତାବାସ ଚଳାଉଥିବା ଅଭିଯୁକ୍ତ ହର୍ଷବର୍ଦ୍ଧନ ଲଣ୍ଡନରୁ ପାଠ ପଢିଛି । ସେ କଲେଜ ଅଫ ଆପ୍ଲାଇଡ ସାଇନ୍ସରୁ ଏମବିଏ କରିଛନ୍ତି ଏବଂ ଗାଜିଆବାଦର ଆଇଟିଏସ କଲେଜରୁ ମଧ୍ୟ ଏମବିଏ କରିଛନ୍ତି। ରିପୋର୍ଟ ଅନୁସାରେ, ହର୍ଷବର୍ଦ୍ଧନଙ୍କ ପିତା ଏକ ସମୟରେ ଗାଜିଆବାଦର ସବୁଠାରୁ ବଡ଼ ଉଦ୍ୟୋଗପତି ଥିଲେ। ରାଜସ୍ଥାନରେ ତାଙ୍କର ମାର୍ବଲ ଖଣି ଥିଲା।

ଅଧିକ ପଢ଼ନ୍ତୁ: ପୃଥିବୀରେ ନାହିଁ ଯେଉଁ ଦେଶ, ଗାଜିଆବାଦରେ ତାର ଦୂତାବାସ...ରାକେଟର ପର୍ଦ୍ଦାଫାସ କରିଛି ଯୁପି ଏସଟିଏଫ

Advertisment

କୁହାଯାଇଛି ଯେ ବ୍ୟବସାୟରେ କ୍ଷତି ହେବା ପରେ ହର୍ଷବର୍ଦ୍ଧନଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା। ପରେ ଗାଜିଆବାଦରେ ତାଙ୍କର ଚନ୍ଦ୍ରାସ୍ବାମୀ ନାମକ ଜଣେ ବ୍ୟକ୍ତିଙ୍କ ସହ ଦେଖା ହୋଇଥିଲା। ଚନ୍ଦ୍ରାସ୍ବାମୀ ହର୍ଷବର୍ଦ୍ଧନଙ୍କୁ ଲଣ୍ଡନ ପଠାଇଥିଲେ। ଏହାପରେ ହର୍ଷବର୍ଦ୍ଧନ ଲଣ୍ଡନରେ ଅନେକ କମ୍ପାନୀ ଖୋଲିଥିଲେ।

ଅଭିଯୋଗ ଅଛି ଯେ ଚନ୍ଦ୍ରାସ୍ବାମୀ କଳା ଟଙ୍କା ଲୁଚାଇବା ପାଇଁ ହର୍ଷବର୍ଦ୍ଧନଙ୍କୁ କମ୍ପାନୀ ଖୋଲିବାକୁ କହିଥିଲେ। ରିପୋର୍ଟ ଅନୁସାରେ, ହର୍ଷବର୍ଦ୍ଧନ ଦୁବାଇରେ ମଧ୍ୟ ଅନେକ କମ୍ପାନୀ ଖୋଲିଥିଲେ। ଚନ୍ଦ୍ରାସ୍ବାମୀଙ୍କ ମୃତ୍ୟୁ ପରେ ସେ ପୁଣି ଗାଜିଆବାଦ ଫେରି ଆସିଥିଲେ। କିନ୍ତୁ ଆର୍ଥିକ ସଙ୍କଟ ପରେ ହର୍ଷବର୍ଦ୍ଧନ ନକଲି ଦୂତାବାସ ଖୋଲି ଲୋକଙ୍କୁ ଠକିବା ଆରମ୍ଭ କରିଥିଲେ।

Advertisment

ପୁଲିସ ଗାଜିଆବାଦରେ ଚଢ଼ାଉ କରିବା ସମୟରେ ଅନେକ ନକଲି ଡିପ୍ଲୋମାଟିକ ନମ୍ବର ପ୍ଲେଟ ଲାଗିଥିବା ଗାଡ଼ି ଜବତ କରିଥିଲା। ଏହା ସହିତ ଅନେକ ଦେଶର ନକଲି ପାସପୋର୍ଟ, ବୈଦେଶିକ ମନ୍ତ୍ରଣାଳୟର ଦସ୍ତାବିଜ, ପ୍ୟାନକାର୍ଡ, ଅନେକ ଦେଶର କମ୍ପାନୀର ମୋହର ଏବଂ ପ୍ରେସ କାର୍ଡ ମଧ୍ୟ ମିଳିଥିଲା।

ପୁଲିସକୁ ୪୪ ଲକ୍ଷ ୭୦,୦୦୦ ଟଙ୍କା ସହିତ ଅନେକ ଦେଶର ବୈଦେଶିକ ମୁଦ୍ରା ମିଳିଥିଲା।ପୁଲିସର କହିବା ଅନୁସାରେ, ଅଭିଯୁକ୍ତ ହର୍ଷବର୍ଦ୍ଧନ ନିଜକୁ ପଶ୍ଚିମ ଆର୍କଟିକା, ସେବୋର୍ଗା, ପୌଲଭିଆ ଏବଂ ଲୋଡୋନିଆ ଭଳି ସ୍ଥାନର ଅଧିକାରୀ ବୋଲି କହୁଥିଲେ। କୁହାଯାଉଛି ଯେ ସେ ଅନେକ ଦେଶ ନିଜେ ତିଆରି କରିଥିଲେ ଏବଂ ନିଜକୁ ସେହି ଦେଶର ଡିପ୍ଲୋମାଟ ବୋଲି କହୁଥିଲେ।

ଅଭିଯୁକ୍ତ ଡିପ୍ଲୋମାଟିକ ନମ୍ବର ପ୍ଲେଟ ଲାଗିଥିବା ଗାଡ଼ିରେ ଯାତାୟାତ କରୁଥିଲେ। ଲୋକଙ୍କ ଉପରେ ପ୍ରଭାବ ପକାଇବା ପାଇଁ ସେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ ଅନ୍ୟାନ୍ୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଏଡିଟ କରାଯାଇଥିବା ଫଟୋ ଦେଖାଉଥିଲେ। ଏହା ମାଧ୍ୟମରେ ସେ ନିଜ ସୋସିଆଲ ମିଡିଆ ପ୍ରୋଫାଇଲରେ ମଧ୍ୟ ଏକ ମାହୋଲ ତିଆରି କରିଥିଲା।

ଅଭିଯୁକ୍ତର ମୁଖ୍ୟ କାମ ଥିଲା ବେସରକାରୀ କମ୍ପାନୀରେ ଚାକିରୀ ଦେବାର ନାଁରେ ଲୋକଙ୍କୁ ବିଦେଶ ପଠାଇବା। ଏହା ବଦଳରେ ସେ ଟଙ୍କା ନେଉଥିଲେ। ଏହା ସହିତ ତାଙ୍କ ଉପରେ ଶେଲ କମ୍ପାନୀ ମାଧ୍ୟମରେ ହବାଲା ରାକେଟ ଚଳାଇବାର ଅଭିଯୋଗ ମଧ୍ୟ ହୋଇଛି ।

ଅଧିକ ପଢ଼ନ୍ତୁ: ଛୁଟି କାଟିବାକୁ ଯାଇ ଝିଅକୁ ହତ୍ୟା କଲା ବାପା, ରଚିଲା କିଡନାପ୍ ଡ୍ରାମା, ହ୍ରଦରୁ ମିଳିଲା ଝିଅର ମୃତଦେହ

Uttar Pradesh Ghaziabad
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ