Advertisment

Notorious Criminal Gang: ଫିଟିଲା ମାଉଜର ମିଷ୍ଟ୍ରି; ମୁଙ୍ଗେରରୁ ଆଣୁଛନ୍ତି, ଓଡ଼ିଶାରେ ମଣିଷ ମାରୁଛନ୍ତି

ଆଉ ଛୁରୀ, କାତି କି ଖଣ୍ଡା ନୁହଁ । ଅପରାଧ ଆଉ ଅପରାଧୀଙ୍କ ପେଣ୍ଠସ୍ଥଳୀ ବିହାର ମୁଙ୍ଗେରରୁ ଆଣିଥିବା ମାଉଜରକୁ ମହାଅସ୍ତ୍ର ସଜାଇ ଓଡ଼ିଶାରେ ଖୁନୀ ଖେଳ ଖେଳୁଛନ୍ତି ଦୁର୍ବୃତ୍ତ । କାଲି ‘ଗ୍ୟାଙ୍ଗସ ଅଫ୍ ଗଞ୍ଜାମ’ ଧରାପଡ଼ିବା ପରେ ଫିଟିଛି ମାଉଜର ମିଷ୍ଟ୍ରି ।

ଅଦ୍ୟତନ ହୋଇଛି
undefined

Notorious Criminal Gang

Advertisment

ଆଉ ଛୁରୀ, କାତି କି ଖଣ୍ଡା ନୁହଁ । ଅପରାଧ ଆଉ ଅପରାଧୀଙ୍କ ପେଣ୍ଠସ୍ଥଳୀ ବିହାର ମୁଙ୍ଗେରରୁ ଆଣିଥିବା ମାଉଜରକୁ ମହାଅସ୍ତ୍ର ସଜାଇ ଓଡ଼ିଶାରେ ଖୁନୀ ଖେଳ ଖେଳୁଛନ୍ତି ଦୁର୍ବୃତ୍ତ । ଲୁଟପାଟ୍ କରୁଛନ୍ତି, ସୁପାରି ନେଇ ମଣିଷ ମାରୁଛନ୍ତି । ଉଦବେଗର କଥା ହେଉଛି, କଟକ ବୟାଳିଶ ମୌଜାରେ ତିଆରି ହେଉଛି ମାଉଜର ଛାଞ୍ଚ, ମୁଙ୍ଗେରରେ ଦିଆଯାଉଛି ଫାଇନାଲ୍ ଟଚ୍ । ସେଠାରୁ ଭାୟା କଟକ ହୋଇ ଚାଲାଣ ହେଉଛି ଗଞ୍ଜାମ ସହ ଅନ୍ୟ ଜିଲ୍ଲାକୁ । କାଲି ‘ଗ୍ୟାଙ୍ଗସ ଅଫ୍ ଗଞ୍ଜାମ’ ଧରାପଡ଼ିବା ପରେ ଫିଟିଛି ମାଉଜର ମିଷ୍ଟ୍ରି । ଯାହାର ମାଷ୍ଟରମାଇଣ୍ଡ ଆଲୋକ ପ୍ରଧାନକୁ ଧରିବା ପାଇଁ ଏବେ ମୁଙ୍ଗେର ଯିବ ସ୍ପେଶାଲ୍ ଟାସ୍କ ଫୋର୍ସ । 

Advertisment

ପୋଲିସ ହାତରେ ୧୭ ମାଉଜର, ୬୭ ଗୁଳି, ୧୮ ହାର୍ଡକୋର୍ ଅପରାଧୀ । କେଉଁଠି ଥିଲା ଏସବୁ ଚୋରା ବନ୍ଧୁକ ? କେଉଁଠୁ ଆସିଥିଲା ଏହି ମାରଣାସ୍ତ୍ର ? କିଏ ଯୋଗାଇଥିଲା ଏତେ ମାଉଜର୍ ? ଗଞ୍ଜାମ ପୋଲିସ ଜବତ କରିଥିବା ବନ୍ଧୁକ ଓ ଗୁଳି ସହ ‘ଗ୍ୟାଙ୍ଗସ ଅଫ୍ ଗଞ୍ଜାମ୍’କୁ ନେଇ ଏବେ ହଇଚଇ । କ୍ରାଇମବ୍ରାଞ୍ଚ STFର ଖୋଳତାଡ଼ । ପୋଲିସ ଡିଜିଙ୍କ ନିର୍ଦ୍ଦେଶରେ ଜାରି ରହିଥିବା ଛାନଭିନ୍ ଭିତରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । କାରଣ ଏସବୁ ମାଉଜରର ରହିଛି କଟକ ବୟାଳିଶ ମୌଜା ବନ୍ଧୁକ କାରଖାନା ଲିଙ୍କ । ଯେଉଁଠି ତିଆରି ହେଉଥିଲା ଛାଞ୍ଚ, ଆଉ ସେସବୁର ଫାଇନାଲ୍ ଟଚ୍ ପରେ ବିହାରର ମୁଙ୍ଗେରରୁ ଆସୁଥିଲା ଓଡିଶା । 

ଅଧିକ ପଢ଼ନ୍ତୁ: ଅଶ୍ଲୀଳ ଫଟୋ ଉତ୍ତୋଳନ କରି ମା‘, ଝିଅଙ୍କୁ ବ୍ଲାକମେଲ ଓ ଦୁଷ୍କର୍ମ ଅଭିଯୋଗ

Advertisment

୬୦ ହଜାର ଟଙ୍କାରେ ଏହି ବନ୍ଧୁକ ମୁଙ୍ଗରେରୁ ଆଣି ଗଞ୍ଜାମରେ ଲକ୍ଷାଧିକ ଟଙ୍କାରେ ହେଉଥିଲା ବିକ୍ରିବଟା । ଯାହାର ମୋଷ୍ଟ ୱାଣ୍ଟେଡ୍ ହେଉଛି ଭଞ୍ଜନଗର ଜିଲୁଣ୍ଡିର ଆଲୋକ ପ୍ରଧାନ । ଏ ହେଉଛି ସେହି ମାଉଜର ବେପାରର ମୋଷ୍ଟୱାଣ୍ଟେଡ୍ ଆଲୋକ । ଯାହାକୁ ଧରିବା ପାଇଁ ଏବେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ସ୍ପେଶାଲ୍ ଟାସ୍କ ଫୋର୍ସ । ଏସଟିଏଫ୍ ଏସପିଙ୍କ ସୂଚନା, ଗଞ୍ଜାମକୁ ଏଭଳି ୨୦ଟି ମାଉଜର ଆସିଥିଲା । ତା’ ମଧ୍ୟରୁ ୧୭ଟି ଜବତ ହୋଇଥିବା ବେଳେ ବଳକା ୩ଟି ବୁଲୁଛି ବାହାରେ । କେବଳ ଗଞ୍ଜାମ ନୁହେଁ ଖୋର୍ଦ୍ଧା, କଟକ, ପୁରୀ, ଫୁଲବାଣୀ, ବାଲେଶ୍ୱର, ନୟାଗଡ଼ ଆଦି ସ୍ଥାନରେ ସକ୍ରିୟ ଅପରାଧୀଙ୍କ ଫେଭରେଟ୍ ରହିଛି ଏହି ମେଡ୍ ଇନ୍ ବୟାଳିଶ ମୌଜା ମାଉଜର । 

୧୩ ମାର୍ଚ୍ଚ, ୨୦୨୫ । କଟକ ବୟାଳିଶ ମୌଜାରେ ଠାବ ହୋଇଥିଲା ଚୋରା ବନ୍ଧୁକ କାରଖାନା । ବିପୁଳ ପରିମାଣର ଅର୍ଦ୍ଧନିର୍ମିତ ବନ୍ଧୁକ ଜବତ ହୋଇଥିଲା ଏବଂ ସେତେବେଳେ ଗିରଫ ହୋଇଥିଲେ ୪ ଜଣ । ତଦନ୍ତ ପରେ ଜଣାପଡ଼ିଥିଲା ଏଠାରୁ ପ୍ରାୟ ୨ ଶହ ଚୋରା ବନ୍ଧୁକ ଯାଇଥିଲା ବଜାରକୁ । ଆଶଙ୍କା କରାଯାଉଛି, ଏସବୁ ବନ୍ଧୁକ ବ୍ୟବହାର କରି କବିସୂର୍ଯ୍ୟନଗରରେ ଲକ୍ଷ୍ମୀନାରାୟଣ ହତ୍ୟାକାଣ୍ଡ, ଖଲ୍ଲିକୋଟ ତୋଟା ଗାଁରୁ ଏବଂ ଅନ୍ୟ ଏକ ଦମ୍ପତ୍ତିଙ୍କଠାରୁ ଲୁଟ୍ ହୋଇଛି । 

Advertisment

ଏଭଳି ନାନା ଅପରାଧ ସାମ୍ନାକୁ ଆସିବା ପରେ ଗ୍ୟାଙ୍ଗସ ଅଫ୍ ଗଞ୍ଜାମ ବିରୋଧରେ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ୍। ବିଶେଷ କରି ସୁପାରୀ କିଲିଂ, ଟେଣ୍ଡର ଫିକ୍ସିଂ, ଦାଦା ବଟି ଆଦାୟ, ବାଲିଘାଟ ମାଫିଆଙ୍କ ଉପରେ ପୋଲିସ କଡ଼ା ନଜର ରଖିଛି। 

ମାଉଜର୍ ମାଫିଆ ଆଲୋକ ପ୍ରଧାନ ଏବେ କେଉଁଠି ? କାହା ଛତ୍ରଛାୟାରେ ଓ କେବେଠୁ ସେ ଚଳାଇଛି ଏହି ବେଆଇନ ମାଉଜର ମାର୍କେଟିଂ ? ତାକୁ ନେଇ ପୋଲିସ ଖୋଳତାଡ଼ ଜାରି ରଖିବା ସହ ତା’ର ଚେର ଖୋଜିବା ପାଇଁ ଏବଂ ତାକୁ ଧରିବା ପାଇଁ STF ମୁଙ୍ଗେର ଯିବ ବୋଲି ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ: NEET ପରୀକ୍ଷା ପୂର୍ବରୁ ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ମାଡ଼ିବସିଲା କମିଶନରେଟ୍ ପୋଲିସ

 

Crime In Odisha Criminal Gang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ