Advertisment

Ganja Smuggling in Koraput: ଚାରା ବୋଝେଇ ଟ୍ରକରୁ ୧୦ କୋଟିର ଗଞ୍ଜେଇ ଜବତ

କୋରାପୁଟର ବୁଡିଙ୍ଗ ଜଙ୍ଗଲରୁ ୧୦ କୋଟିର ଗଞ୍ଜେଇ ଜବତ । ଚାରା ବୋଝେଇ ଟ୍ରକରେ ରାଜସ୍ଥାନକୁ ଚାଲାଣ ହେଉଥିଲା ଏହି ଗଞ୍ଜେଇ । ଡ୍ରାଇଭରକୁ ଗିରଫ କରିବା ସହ ୧ ଟନ୍‌ରୁ ଅଧିକ ଗଞ୍ଜେଇ ଜବତ ।

ଅଦ୍ୟତନ ହୋଇଛି
Ganja Smuggling

Ganja Smuggling

Advertisment

ଗଞ୍ଜେଇ ମାଫିଆଙ୍କ ନୂଆ ଫଣ୍ଡା । ଚାରା ବୋଝେଇ ଟ୍ରକରେ କରୁଥିଲେ ଗଞ୍ଜେଇ ଚାଲାଣ । କୋରାପୁଟ ଜିଲ୍ଲା ବୁଡିଙ୍ଗ ଜଙ୍ଗଲରୁ ସୁଦୂର ରାଜସ୍ଥାନକୁ ଚାଲାଣ ହେଉଥିଲା ଗଞ୍ଜେଇ । ହେଲେ ଅଧବାଟରେ ମାଡିବସିଲା ପାଡୁଆ ପୋଲିସ । ପୋଲିସ ଗଞ୍ଜେଇ ଭର୍ତ୍ତି ଟ୍ରକ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ସ୍ଥାନୀୟ ଅଞ୍ଚଳରେ ୩ କୋଟିରୁ ଊର୍ଦ୍ଧ୍ୱ ହେବ । ତେବେ ବାହାର ରାଜ୍ୟରେ ଏହାର ମୂଲ୍ୟ ପ୍ରାୟ ୧୦ କୋଟି ହେବ ବୋଲି ଅନୁମାନ କରାଯାଉଛି ।

Advertisment

ବୁଡିଙ୍ଗ ଜଙ୍ଗଲରୁ ରାଜସ୍ଥାନକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ପାଡୁଆ ପୋଲିସ ଖବର ପାଇଥିଲା । ଏହାପରେ ପାଡୁଆ ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ହିମାଂଗସୁ ବେନିଆ ଓ ଦୀପକ ବାରିକଙ୍କ ନେତୃତ୍ୱରେ ଏକ ୭ ଜଣିଆ ଟିମ ଗଠନ ହୋଇ ପାଡୁଆ ରାସ୍ ଛକ ନିକଟରେ ନାକାବାନ୍ଧି କରି ଗାଡିମୋଟର ଯାଞ୍ଚ କରୁଥିଲେ । ଠିକ ସେତିକି ବେଳେ ବୁଡିଙ୍ଗ ଜଙ୍ଗଲ ଅଞ୍ଚଳରୁ ଏକ ଚାରା ବୋଝେଇ ଆଇଚର ଟ୍ରକ ଦ୍ରୁତଗତିରେ ଆସୁଥିବା ଦେଖି ପୋଲିସ ଅଟକାଇ ଥିଲା ।

Advertisment

ଅଧିକ ପଢ଼ନ୍ତୁ: ଜାଗାବାଡି ବିବାଦକୁ କେନ୍ଦ୍ର କରି ବିଲଡରଙ୍କୁ ହତ୍ୟା !

ପୋଲିସକୁ ଦେଖିବା ମାତ୍ରେ ଟ୍ରକରେ ଥିବା ଅନ୍ୟ ଜଣେ ଗଞ୍ଜେଇ ମାଫିଆ ଫେରାର ହୋଇଯାଇଥିଲା । ହେଲେ ଗାଡି ସହ ଡ୍ରାଇଭରକୁ ଧରିପକାଇଥିଲା ପୋଲିସ । ଡ୍ରାଇଭର ଜଣକ ନିଜେ ଗାଡି ମାଲିକ ହୋଇଥିବା ଜଣାପଡିଛି । ତା' ଘର ରାଜସ୍ଥାନରେ । ଟ୍ରକରୁ୧ ଟନ୍‌ରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି । ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ବାହାର ରାଜ୍ୟରେ ପ୍ରାୟ ୧୦ କୋଟି ହେବ ବୋଲି ଜଣାପଡିଛି । 

Ganja Seized Ganja Smuggling Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ