Advertisment

Ganja Smuggling: ଗଞ୍ଜେଇ ଚୋରା ଚାଲାଣର ନୂଆ ଫଣ୍ଡା, ପର୍ଯ୍ୟଟକ ହୋଇ ଯାଉଛନ୍ତି...ନୀଳ ଜହର ନେଇ ଫେରୁଛନ୍ତି

କୋରାପୁଟରୁ ଗଞ୍ଜେଇ ଚୋରା ଚାଲାଣର ଏଭଳି ନୂଆ ଫଣ୍ଡା ଆପଣାଇଛନ୍ତି ମାଫିଆ । ଆଉ ଏଥିପାଇଁ ମୋହରା ସାଜିଛନ୍ତି ମହିଳା ।

ପର୍ଯ୍ୟଟକ ବେଶରେ ଗଞ୍ଜେଇ ବେପାର

ପର୍ଯ୍ୟଟକ ବେଶରେ ଗଞ୍ଜେଇ ବେପାର

Advertisment

ପର୍ଯ୍ୟଟକ ହୋଇ ବୁଲୁଛନ୍ତି, ଗଞ୍ଜେଇ ନେଇ ଫେରୁଛନ୍ତି । କୋରାପୁଟରୁ ଗଞ୍ଜେଇ ନେଇ ଯାଉଥିବା ଜଣେ ଯୁବତୀ ଓ ଯୁବକଙ୍କୁ ଗିରଫ କରିଛି GRP । ପର୍ଯ୍ୟଟକ ଭଳି ଆସି ଗଞ୍ଜେଇ ଚାଲାଣ କରୁଥିବା ଭଳି ଅନେକ ମାମଲା ଏବେ ପୋଲିସ ଓ ଅବକାରୀ ବିଭାଗର ନିଦ ହଜାଇ ଦେଇଛି । ଏଭଳି ଫଣ୍ଡା ଆପଣେଇ ୧୦ ମାସରେ କୋରାପୁଟରେ ୧୫ ଅଭିଯୁକ୍ତ ଧରା ହେଲେଣି ।

Advertisment

ଅଧିକ ପଢ଼ନ୍ତୁ: ଏପ୍ରିଲ୍‌ ୧ରୁ ହେବ ବଡ଼ ପରିବର୍ତ୍ତନ; ଆପଣଙ୍କ ଉପରେ ପଡିପାରେ ସିଧାସଳଖ ପ୍ରଭାବ...

ସୂଚନା ଅନୁସାରେ କୋରାପୁଟରୁ ଗଞ୍ଜେଇ ଚୋରା ଚାଲାଣର ଏଭଳି ନୂଆ ଫଣ୍ଡା ଆପଣାଇଛନ୍ତି ମାଫିଆ । ଆଉ ଏଥିପାଇଁ ମୋହରା ସାଜିଛନ୍ତି ମହିଳା । ପୋଲିସ୍ ଓ ଅବକାରୀ ବିଭାଗର ସନ୍ଦେହରୁ ବର୍ତ୍ତିବା ପାଇଁ ପର୍ଯ୍ୟଟକ ବେଶରେ ଯୁବତୀମାନଙ୍କୁ କୋରାପୁଟ ବୁଲିବାକୁ ପଠାଉଛନ୍ତି ଏବଂ ଫେରିବା ବେଳେ ତାଙ୍କ ଜରିଆରେ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ କରୁଛନ୍ତି । ଏଭଳି ଘଟଣାରେ ଆଜି ଦୁଇଟି ମାମଲାରେ ୩୫ କେଜି ଗଞ୍ଜେଇ ଜବତ ସହ ୨ ଜଣଙ୍କୁ ଗିରଫ କରିଛି ପୋଲିସ । କିଛି ଦିନ ପୂର୍ବରୁ ଉତ୍ତର ପ୍ରଦେଶରୁ ବୁଲି ଆସିଥିବା ଜଣେ ଯୁବତୀ ଓ ତାଙ୍କର ପୁରୁଷ ବନ୍ଧୁ ଫେରିବା ବେଳେ ଗଞ୍ଜେଇ ସହ ପୋଲିସ ହାତରେ ଧରା ପଡ଼ିଥିଲେ ।

Advertisment
Koraput Ganja Seized Ganja Smuggling
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ