/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684927141.jpg)
Gangster Jarnail Singh Dead
ପଞ୍ଜାବର ଗ୍ୟାଙ୍ଗଷ୍ଟର ଜରନେଲ ସିଂହକୁ ହତ୍ୟା କରାଯାଇଛି । କିଛି ଦୁର୍ବୃତ୍ତ ଜରନେଲକୁ ଗୁଳିକରି ହତ୍ୟା କରୁଥିବା ଏକ ସିସିଟିଭି ଫୁଟେଜ୍ରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗ୍ୟାଙ୍ଗଷ୍ଟର ଜରନେଲ ସିଂହର ଦେହରେ ୨୦ରୁ ୨୫ଟି ଗୁଳି ବାଜିଛି । ଫଳରେ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ଏପରି ଏକ ଘଟଣା ଅମୃତସର ସାଠିୟାଲା ଗାଁରେ ଘଟିଛି । ଯେଉଁଠାରେ କିଛି ଦୁର୍ବୃତ୍ତ ଜରନେଲ ସିଂହ ଉପରେ ଆଖିବୁଜା ଗୁଳି ଚଳାଇଛନ୍ତି । ଫଳରେ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିବାବେଳେ ତାକୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି ।
ଏନେଇ ପୋଲିସ ଜୋରଦାର ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି । ତେବେ ସିସିଟିଭି ଫୁଟେଜରେ ୩ଜଣ ଦୁର୍ବୃତ୍ତ ମୁହଁରେ ଗାମୁଛା ବାନ୍ଧି ହତ୍ୟା କରୁଥିବା ଦେଖିବାକୁ ମିଳୁଛି । ଜଣେ ବ୍ୟକ୍ତି ମଧ୍ୟ ସେହି ବାଟ ଦେଇ ଅତିକ୍ରମ କରୁଛନ୍ତି । ହେଲେ ସେହି ସମୟରେ ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିଚାଳନାରେ ଗ୍ୟାଙ୍ଗଷ୍ଟର ଜରନେଲ ସିଂହ ଟଳିପଡ଼ୁଥିବା ସିସିଟିଭିରେ କଏଦ ହୋଇଛି ।
ଖାଲି ସେତିକି ନୁହେଁ, ସୂଚନା ଅନୁସାରେ ଗ୍ୟାଙ୍ଗଷ୍ଟର ଜରନେଲ ସିଂହ ଉପରକୁ ୨୦ରୁ ୨୫ ରାଉଣ୍ଡ ଗୁଳିଚାଳନା ହୋଇଥିବା କୁହାଯାଉଛି । ଏନେଇ ପୋଲିସ ଅଧିକ ତଦନ୍ତ କରିବା ସହ ଅଭିଯୁକ୍ତମାନଙ୍କୁ ଧରିବାକୁ ଉଦ୍ୟମ କରୁଛି । ହେଲେ ଗ୍ୟାଙ୍ଗଷ୍ଟର ଜରନେଲକୁ ହତ୍ୟା କରାଯାଇଥିବା ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
पंजाब सरकार मे लॉ एंड ऑर्डर की धज्जियाँ उडाता हुआ ये वीडियो... सरेआम शूट आउट मे गैंगस्टर जरनेल सिंह की हत्या...!!
Gangster Jarnail Singh was shot dead in broad daylight in Sathiala village of #Amritsar today by some masked unknown shooters.
पंजाब CM इस समय मस्ती मे होंगे!! pic.twitter.com/dyBAL6zHVL
— Abhishek Dwivedi /अभिषेक द्विवेदी 🇮🇳 (@Dubeyjilive) May 24, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)