Advertisment

କାହିଁକି ହାଇଦରକୁ କରାଗଲା ଏନ୍‌କାଉଣ୍ଟର ? ଏତଲାରେ ଉଲ୍ଲେଖ କଲା ପୋଲିସ୍‌

କୁଖ୍ୟାତ ଗ୍ୟାଙ୍ଗଷ୍ଟର୍‌ ହାଇଦରକୁ ଏନ୍‌କାଉଣ୍ଟର ପରେ ଘଟଣା ସମ୍ପର୍କରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନାରେ ହାଇଦରକୁ ଏସ୍କର୍ଟ କରି ନେଇଥିବା ଥାନା ଅଧିକାରୀ ଗଙ୍ଗାଧର ଶାସେନି ଏତଲା ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
କାହିଁକି ହାଇଦରକୁ କରାଗଲା ଏନ୍‌କାଉଣ୍ଟର ? ଏତଲାରେ ଉଲ୍ଲେଖ କଲା ପୋଲିସ୍‌

Gangster Hyder

କେନ୍ଦ୍ରାପଡ଼ା: କୁଖ୍ୟାତ ଗ୍ୟାଙ୍ଗଷ୍ଟର୍‌ ହାଇଦରକୁ ଏନ୍‌କାଉଣ୍ଟର ପରେ ଘଟଣା ସମ୍ପର୍କରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନାରେ ହାଇଦରକୁ ଏସ୍କର୍ଟ କରି ନେଇଥିବା ଥାନା ଅଧିକାରୀ ଗଙ୍ଗାଧର ଶାସେନି ଏତଲା ଦେଇଛନ୍ତି। ସେଦିନ ଘଟିଥିବା ଏନ୍‌କାଉଣ୍ଟର ସମ୍ପର୍କରେ ସେ ଟିକ୍‌ନିଖ୍‌ କରି ନିଜ FIR କପିରେ ଉଲ୍ଲେଖ କରିଛନ୍ତି।ସୁରକ୍ଷାକର୍ମୀଙ୍କ ଜୀବନ ବଞ୍ଚାଇବା ଲାଗି ବାଧ୍ୟ ହୋଇ ହାଇଦର ଉପରକୁ ଗୁଳି ଚଳାଇବାକୁ ପଡ଼ିଥିଲା ବୋଲି ସେ ଏତଲାରେ ଦର୍ଶାଇଛନ୍ତି।

Advertisment

ଜୁଲାଇ ୨୪ ତାରିଖ ଦିନ ପୋଲିସ ଏନ୍‌କାଉଣ୍ଟରରେ ହାଇଦରର ମୃତ୍ୟୁ ହୋଇଥିଲା। ବାଲେଶ୍ୱର ଜିଲ୍ଲା ସିମୁଳିଆ ନିକଟରେ ହାଇଦରକୁ ପୋଲିସ ଏନ୍‌କାଉଣ୍ଟର କରିଥିଲା।ହାଇଦରକୁ ଚୌଦ୍ୱାର ଜେଲ୍‌ରୁ ବାରିପଦା ଜେଲ୍ ନିଆଯାଉଥିବା ବେଳେ ଏନ୍‌କାଉଣ୍ଟର ହୋଇଥିଲା। ପରିସ୍ରା ଯିବା ବାହାନାରେ ହାଇଦର ବାହାରିବା ପରେ ଗାର୍ଡଙ୍କ ବନ୍ଧୁକ ଛଡ଼ାଇ ଖସିଯିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ହାଇଦରକୁ ୱାର୍ଣ୍ଣିଂ ଦିଆଯାଇଥିଲେ ବି ସେ ମାନି ନଥିଲା। ଫଳରେ ବାଧ୍ୟ ହୋଇ ପୋଲିସ୍‌ ଗୁଳି କରିଥିଲା ବୋଲି କଟକ ଡିସିପି କହିଛନ୍ତି। ହାଇଦରକୁ ନେବା ବେଳେ ୧ ସେକ୍ସନ ଫୋର୍ସ, ଜଣେ ଇନ୍ସପେକ୍ଟର, ଜଣେ SI ସାଙ୍ଗରେ ଥିଲେ।ଏନ୍‌କାଉଣ୍ଟର ବେଳେ ହାଇଦରର ପେଟରେ ଗୁଳି ବାଜିଥିଲା। ଏହାପରେ ତାକୁ ତୁରନ୍ତ ବାଲେଶ୍ୱର ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ଗତକାଲି ଗ୍ୟାଙ୍ଗଷ୍ଟର ହାଇଦରର ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଏହାପରେ କେନ୍ଦ୍ରାପଡା ଜିଲ୍ଲା ରଣାପଡା ଠାରେ ଥିବା କବରସ୍ଥାନରେ ହାଇଦରକୁ କବର ଦିଆଯାଇଥିଲା। ଏହି ସମୟରେ ହାଇଦରର ସ୍ତ୍ରୀ ହସିନା ବିବି, ଝିଅ, ବୋହୂ ଓ ପରିବାରର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ। ହାଇଦରକୁ କବର ଦିଆଯିବା ବେଳେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, କେନ୍ଦ୍ରାପଡ଼ା ଏସ୍‌ପି ମଧ୍ୟ ଉପସ୍ଥିତ ଥିଲେ। 

Advertisment

ହାଇଦର ଶରୀରରୁ ୪ଟି ଗୁଳି ବାହାରିଥିବା ସୂଚନା ମିଳିଛି। ୨ଟି ଅଣ୍ଟାରୁ ଓ ୨ଟି ଜଘଂରୁ ବାହାରିଛି। ୪ଟି ଗୁଳିରୁ ଗୋଟିଏ ଗୁଳି ପୂର୍ବରୁ ଶରୀରରେ ଥିଲା। ଏନେଇ ବାଲେଶ୍ୱର ଏଡିଏମ୍ଓ ସୁଶାନ୍ତ ନାୟକ ସୂଚନା ଦେଇଛନ୍ତି। ପୋଷ୍ଟମର୍ଟମ ବେଳେ ହାଇଦର ପକେଟରୁ ଏକ ଫୋନ୍ ଡାଏରୀ ମଧ୍ୟ ଜବତ ହୋଇଛି।

ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡ଼ାରେ ୧୪୪ ଧାରା ଲାଗୁ ହୋଇଛି। ହାଇଦରର ମୃତ୍ୟ ପରେ ନିରାପତ୍ତାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ସହରରେ ଜିଲ୍ଲାପାଳ ୧୪୪ ଧାରା ଜାରି କରିଛନ୍ତି। ଆସନ୍ତା ୩୦ ତାରିଖ ସକାଳ ୧୧ଟା ଯାଏ ୧୪୪ ଧାରା ଜାରି ରହିବ। 

Gangster Hyder Encounter
Advertisment
Advertisment