Advertisment

କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର

ପରିସ୍ରା ଯିବା ବାହାନାରେ ସେ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏହାସହ ସେ ପୋଲିସ୍ ପାଖରେ ଥିବା ବନ୍ଧୁକ ଛଡାଇବାକୁ ଚେଷ୍ଟା କରିଥିଲା। ଯେତେ ୱାର୍ଣ୍ଣିଂ ଦିଆଯାଇଥିଲେ ବି ସେ ମାନି ନଥିଲା।

ଅଦ୍ୟତନ ହୋଇଛି
କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର

Gangster Hyder

Advertisment

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର ସୂଚନା ମିଳିଛି। ବାରିପଦା ନିକଟରେ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି। ବାରିପଦା ଜେଲ୍ ନିଆଯାଉଥିବା ବେଳେ ଏନକାଉଣ୍ଟର ହୋଇତିବା ସୂଚନା ମିଳିଛି। ରାସ୍ତାରେ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ତାକୁ ଏନ୍‌କାଉଣ୍ଟର କରାଯାଇଛି। କିଛି ଦିନ ତଳେ କଟକ ବଡ଼ମେଡିକାଲରୁ ଖସି ଯାଇଥିଲା ହାଇଦର। ହାଇଦରକୁ ତେଲେଙ୍ଗାନା ସାଙ୍ଗାରେଡ୍ଡି ଜିଲ୍ଲାରୁ ଗିରଫ କରାଯାଇଥିଲା। ପରେ କୋଭିଡ଼ ଆକ୍ରାନ୍ତ ହେବାରୁ ଚୌଦ୍ୱାର ଜେଲରେ ରଖାଯାଇଥିଲା।

Advertisment

ଏନେଇ କଟକ ଡିସିପି ପ୍ରତୀକ ସିଂ ପ୍ରେସମିଟ୍ କହିଛନ୍ତି ଯେ ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ନିଆଯାଉଥିଲା। ହାଇଦରକୁ ଜଣେ ଇନ୍ସପେର, ଜଣେ SI, ଏକ ସେକ୍ସନ ଫୋର୍ସ ନେଉଥିଲେ। ବାଲେଶ୍ୱର ସିମୁଳିଆ ନିକଟରେ ପ୍ରାୟ ଅପରାହ୍ନ ୩.୨୦ ସମୟରେ ପରିସ୍ରା ଯିବା ପାଇଁ କହିଥିଲା। ପରିସ୍ରା ଯିବା ବାହାନାରେ ସେ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏହାସହ ସେ ପୋଲିସ୍ ପାଖରେ ଥିବା ବନ୍ଧୁକ ଛଡାଇବାକୁ ଚେଷ୍ଟା କରିଥିଲା। ଯେତେ ୱାର୍ଣ୍ଣିଂ ଦିଆଯାଇଥିଲେ ବି ସେ ମାନି ନଥିଲା। 

ଏହାପରେ ଜଣେ କନେଷ୍ଟେବଳ ତା ଉପରକୁ ଫାୟାରିଂ କରିଥିଲେ। ଗୁଳିଟି ତାର ପେଟରେ ବାଜିଛି। ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏନେଇ ପୂର୍ବତନ ଡିଜି ସଂଜୀବ ମାରିକ୍ କହିଛନ୍ତି ଯେ- ଏହାକୁ ଗୁରୁତର ସହ ନେବା ଆବଶ୍ୟକ। ଜେଲ୍‌ ସ୍ଥାନାନ୍ତର ବେଳେ ପୋଲିସ୍ ପକ୍ଷରୁ ଠିକ୍ ଭାବେ ଏସଓପି ପାଳନ କରାଯାଇନଥିବ। 

Advertisment

ଗତ ଏପ୍ରିଲ ମାସରେ ଚିକିତ୍ସା ପାଇଁ SCBରେ ଭର୍ତ୍ତି ହୋଇଥିବା ବେଳେ ଚକମା ଦେଇ ଖସି ପଳାଇଥିଲା ହାଇଦର। ବୁର୍ଲା ମେଡିକାଲରୁ ରେଫର ହୋଇ SCB ଆସିଥିବା ହାଇଦର ସର୍ଜରୀ ବିଭାଗ ୫ ନମ୍ବର କ୍ୟାବିନରେ ଥିଲା। ତାକୁ ଜଗିବା ପାଇଁ ଜଣେ ସୁରକ୍ଷା କର୍ମୀ ନିୟୋଜିତ ଥିଲେ। ସୁରକ୍ଷା କର୍ମୀଙ୍କୁ ନିଶା ଦେଇ ହାଇଦର ଖସି ଯାଇଥିବା ପ୍ରଥମେ ସୂଚନା ମିଳିଥିଲା। 

Advertisment

ପରେ ଏହି ଫେରାର ଘଟଣାରେ ନିୟୋଜିତ ହୋଇଥିବା ୬ ପୁଲିସ୍‌ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଥିଲା। ବିଭାଗୀୟ ତଦନ୍ତ ପରେ ଜଣେ ହାବିଲଦାର ଓ ୫ କନଷ୍ଟେବଲଙ୍କୁ ନିଲମ୍ବନ କରାଯାଇଥିଲା।

Odisha News Odisha Police Encounter Gangster Hyder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ