Advertisment

ମାତ୍ର ୧୦ ସେକେଣ୍ଡରେ ଗ୍ୟାଙ୍ଗଷ୍ଟର ଅତିକ ଓ ତା’ର ଭାଇକୁ ଗୁଳି କରି ଉଡ଼ାଇ ଦେଲେ, ଦେଖନ୍ତୁ ଭିଡିଓ...

ଉତ୍ତର ପ୍ରଦେଶରେ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ଓ ତା’ର ଭାଇ ଅଶ୍ରଫ୍ ଅହମ୍ମଦକୁ ଗୁଳି କରି ହତ୍ୟା କରାଯାଇଛି। ଅତିକ ଓ ଅଶ୍ରଫ୍‌ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ଏହି  ଗୁଳିମାଡ଼ ହୋଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Gangster Atiq Ahmed, Brother Shot Dead

Gangster Atiq Ahmed, Brother Shot Dead In Presence Of Cops

ଉତ୍ତର ପ୍ରଦେଶରେ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦକୁ ହତ୍ୟା କରାଯାଇଛି। ଅତିକ ଅହମ୍ମଦ ଓ ତା’ର ଭାଇ ଅଶ୍ରଫ୍ ଅହମ୍ମଦକୁ ଗୁଳି କରି ହତ୍ୟା କରାଯାଇଛି। ପ୍ରୟାଗରାଜର ଏକ ମେଡିକାଲକୁ ନିଆଯାଉଥିବା ବେଳେ ଉଭୟ ଗୁଳିମାଡ଼ର ଶିକାର ହୋଇଛନ୍ତି। ଅତିକ ଓ ଅଶ୍ରଫ୍‌ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ଏହି  ଗୁଳିମାଡ଼ ହୋଇଥିଲା। ମାତ୍ର ୧୦ ସେକେଣ୍ଡ ଭିତରେ ଏହି ଘଟଣା ଘଟିଥିଲା। ପଏଣ୍ଟ ବ୍ଲାଙ୍କ୍‌ରେ ଉଭୟଙ୍କୁ ଗୁଳିମାଡ଼ ହୋଇଛି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ଗୁଳିମାଡ଼ ହୋଇଥିବା ଦେଖିବାକୁ ମିଳିଛି। ଦୁଇ ଭାଇଙ୍କୁ ଏକାଧିକ ରାଉଣ୍ଡର ଗୁଳିମାଡ଼ ହୋଇଛି।

Advertisment

ପୋଲିସ ଉପସ୍ଥିତିରେ ଦୁଇ ଭାଇଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ତେବେ ଘଟଣା ପରେ ତୁରନ୍ତ ପୋଲିସ ୩ ହତ୍ୟାକାରୀଙ୍କୁ ଗିରଫ କରିଛି। ସାମ୍ବାଦିକ ବେଶରେ ଆସି ୩ ଅଭିଯୁକ୍ତ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ କହିଛି। ଏନେଇ ଅଧିକ ଛାନ୍‌ଭିନ୍ ଜାରି ରହିଛି। ଫୋରେନ୍‌ସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ନିଜେ ପ୍ରୟାଗରାଜ ପୋଲିସ କମିଶନର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଘଟଣାରେ ଜଣେ ପୋଲିସ କର୍ମୀ ଏବଂ ଜଣେ ସାମ୍ବାଦିକ ଆହତ ହୋଇଥିବା କମିଶନର ସୂଚନା ଦେଇଛନ୍ତି।

Advertisment

ଅନ୍ୟପକ୍ଷେ, ଗ୍ୟାଙ୍ଗଷ୍ଟର ଅତିକ ଓ ତା’ର ଭାଇକୁ ସର୍ବ ସମ୍ମୁଖରେ ପଏଣ୍ଟ ବ୍ଲାଙ୍କ୍‌ରୁ ଗୁଳିକରି ହତ୍ୟା ପରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଆଲର୍ଟ ହୋଇଛି ପୋଲିସ। ଉତ୍ତର ପ୍ରଦେଶର ସମସ୍ତ ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି। ପ୍ରୟାଗରାଜରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଥିସହ ବିଭିନ୍ନ ସହରରେ ପୋଲିସ ଫ୍ଲାଗ୍ ମାର୍ଚ୍ଚ କରିଛି।

ସେପଟେ ହତ୍ୟାକାଣ୍ଡ ପରେ ତୁରନ୍ତ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜରୁରୀ ବୈଠକ କରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସଂପୂର୍ଣ୍ଣ ଘଟଣାର ନ୍ୟାୟିକ ତଦନ୍ତ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଯେପରି ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରହିବ ସେ ନେଇ ପଦକ୍ଷେପ ନେବାକୁ  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଲୋକଙ୍କୁ ଗୁଜବ ଉପରେ ବିଶ୍ୱାସ ନକରିବାକୁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି। ଯେଉଁମାନେ ଗୁଜବ ପ୍ରଚାର କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଚେତାଇ ଦେଇଛନ୍ତି।

Firing
Advertisment
Advertisment