Advertisment

ଜୁଆ ବାଜିରେ ଲାଗୁଛି ଜୀବନ, ସର୍ବସ୍ୱାନ୍ତ ହେବା ପରେ ବି ଛାଡୁନି ନିଶା

ବାଜିରେ ଲାଗୁଛି ଜୀବନର ସବୁକିଛି, ବନ୍ଧା ପଡ଼ୁଛି ଘର ବାଡ଼ି, ଏମିତିକି ସାତପୁରୁଷର ଅର୍ଜିତ ସମ୍ପତ୍ତି। ଖେଳ ଏମିତି ଯାହା ବଦଳାଇ ଦେଇଛି ପରିଚୟ। ଗଞ୍ଜାମ ଜିଲ୍ଲାର ଜୁଆ ଖେଳ। ଯିଏ ଖେଳିଛି ସିଏ ଜାଣିଛି, ଆଉ ଯିଏ ଖେଳିନି ସେ ବି ଏହାର ପରିଣାମ ସମ୍ପର୍କରେ ଅଳ୍ପ ବହୁତ ଶୁଣିଛି ।

ଅଦ୍ୟତନ ହୋଇଛି
undefined

Gambling

Advertisment

ଜୁଆ ଜାଲରେ ଗଞ୍ଜାମ ଜିଲ୍ଲା। ପରଂପରା ଆଳରେ ଟଙ୍କା ଖେଳର ଏହି ନିଶା, ଅନେକଙ୍କୁ ରାସ୍ତାକୁ ଆଣି ଦେଇଛି। ସର୍ବସ୍ୱ ହରାଉଛନ୍ତି, କାମ ଧନ୍ଦା ପାଇଁ ଦାଦନ ଖଟିବାକୁ ବି ପଡ଼ିଛି। ତଥାପି ସୁଧୁରୁ ନାହାନ୍ତି ଲୋକେ। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଗାଁ ଗାଁରେ ଚାଲିଛି ଜୁଆ ଖେଳ। ଆଉ ଆଡ୍ଡା ଉପରେ ଚଢ଼ାଉ ବେଳେ ପୋଲିସକୁ ହୋଇଛି ଆକ୍ରମଣ। ଏକାଧିକ ଗିରଫ ହୋଇଥିବା ବେଳେ ୫୦ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି।

Advertisment

ବାଜିରେ ଲାଗୁଛି ଜୀବନର ସବୁକିଛି, ବନ୍ଧା ପଡ଼ୁଛି ଘର ବାଡ଼ି, ଏମିତିକି ସାତପୁରୁଷର ଅର୍ଜିତ ସମ୍ପତ୍ତି। ଖେଳ ଏମିତି ଯାହା ବଦଳାଇ ଦେଇଛି ପରିଚୟ। ଗଞ୍ଜାମ ଜିଲ୍ଲାର ଜୁଆ ଖେଳ। ଯିଏ ଖେଳିଛି ସିଏ ଜାଣିଛି, ଆଉ ଯିଏ ଖେଳିନି ସେ ବି ଏହାର ପରିଣାମ ସମ୍ପର୍କରେ ଅଳ୍ପ ବହୁତ ଶୁଣିଛି । ଜୁଆ ଖେଳ ଗାଁର ଲୋକଙ୍କୁ ଦାଦନ ସଜାଇ ଦେଇଛି। ସବୁ କିଛି ହରାଇବା ପରେ ଏବେ ଭାଗ୍ୟକୁ ଆଦରି ବଞ୍ଚୁଛନ୍ତି। ଜୁଆ ଖେଳ ଯେ କେତେ ପରିବାର ଉଜାଡ଼ିଛି ତା ହିସାବ କାହା ପାଖରେ ନାହିଁ । ପାର୍ବଣ ସମୟ ଖାସ୍ କରି କୁମାର ପୂର୍ଣ୍ଣିମା ଅବସରରେ ତାସ୍, ପଶାପାଲି ଖେଳର ପରମ୍ପରା ରହିଛି ପୁରା ଜିଲ୍ଲାରେ । ହେଲେ ସେଥିରେ ବାଜି ଲାଗୁଥିବା ଟଙ୍କା ପଇସା ପ୍ରତିବର୍ଷ ଶହ-ଶହ ଲୋକଙ୍କୁ ସର୍ବସ୍ୱାନ୍ତ କରୁଛି।

ଗଞ୍ଜାମ ଜିଲ୍ଲାର ଗାଁ ଗାଁରେ ଏବେ ଜୁଆ ଆଡ୍ଡା। ପରମ୍ପରା ଆଳରେ ଶତାଧିକ ଲୋକ ଜୁଆ ନିଶାରେ ପଡିଛନ୍ତି। ଆଉ ଅପରାଧର ସବୁ ସୀମା ଟପୁଛି ଏହାର ପରିଣାମ। ଦିଗପହଣ୍ଡି ଚୌଧୁରୀ ଟିକରପଡ଼ା ଗାଁରେ ଗତକାଲି ରାତିରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ୍ ଚଢ଼ାଉ କରିଥିଲା। ହେଲେ ସଂଘବଦ୍ଧ ଭାବେ ପୋଲିସ୍ ଉପରେ ପାଲଟା ଆକ୍ରମଣ କରିଥିଲେ ଲୋକେ। ଏପରିକି ପୋଲିସ୍ ଉପରକୁ ପଥର ଫିଙ୍ଗିବା ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି। ସେହିପରି ଗାଙ୍ଗପୁର ଥାନା ପାଲକଷଣ୍ଡା ଗାଁରେ ଚାଲିଥିବା ଜୁଆ ଆଡ୍ଡାରେ ଚଢ଼ଉ ବେଳେ ପୋଲିସ୍ ଉପରକୁ ହୋଇଛି ହମଲା। ପୋଲିସ୍ ଭ୍ୟାନ୍ ଉପରକୁ ଢେଲାପଥର ମାଡ଼ ବି କରିଥିଲେ ଦୁର୍ବୃତ୍ତ । ଏ ଦୁଇଟି ଘଟଣା ପରେ ଆକ୍ସନ୍ ମୋଡ୍ କୁ ଆସିଛି ପୋଲିସ। ଏବେ ଯାଏଁ ୩୫ଟି ମାମଲା ରୁଜୁ ହୋଇଥିବା ବେଳେ ୫୦ ଲକ୍ଷରୁ ଅଧିକ ଟଙ୍କା ଜବତ ହେଲାଣି। ତାସହ ଜୁଆ ଖେଳରୁ ଦୂରେଇ ରହିବାକୁ ନିବେଦନ କରିଛନ୍ତି ବ୍ରହ୍ମପୁର ଏସପି ।

Advertisment

ପ୍ରତିବର୍ଷ କୁମାର ପୂର୍ଣ୍ଣିମା ବେଳେ ଜୁଆ ଆଡ୍ଡାରେ ରେଡ୍ ହୁଏ, ଅନେକ ଗିରଫ ହୁଅନ୍ତି। ତଥାପି ନା ଏଥିରେ ଲଗାମ୍ ଲାଗୁଛି ନା ଲୋକେ ନିଜର ସବୁକିଛି ହରାଇବା ପରେ ବି ସୁଧୁରୁଛନ୍ତି।

Odisha Ganjam Gambling
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ