Frustrated Lover
ମତେ ବାହାହୋ, ନହେଲେ ମୁଁ ମରିଯିବି । ମୋ ଛାତିରେ ନିଆଁ ଲଗାନା, ନହେଲେ ସବୁ ଜାଳିଦେବି । ମୋଠୁ ଅଲଗା ହେବା କଥା ତୁ ଚିନ୍ତା ବି କରନା, ସବୁ ଫଟୋ ଭାଇରାଲ କରିଦେବି । ଖାଲି ସେତିକି ନୁହଁ, ପ୍ରେମିକାର ପରିବାର ସଦସ୍ୟ ମାନଙ୍କୁ ହତ୍ୟା କରିବାର ଧମକ ଦେଉଥିଲା ପ୍ରେମିକ । ଭଲ ପାଇବାରେ ଯୁବକ ଜଣକ ଏତେ ବୁଡ଼ି ରହିଥିଲେ ଯେ, ପ୍ରେମିକା ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ଥିଲେ ।
ହେଲେ କୁଆଡେ ପ୍ରମିକାଠାରୁ ପ୍ରତାରଣା ପାଇବା ପରେ ଏମିତି କିଛି ଥିଲା ଜଣେ ସଚ୍ଚା ପ୍ରେମିକର ଧମକ । ପ୍ରେମିକର କଥାରେ ଯୁବତୀ ଜଣକ ରାଜି ନହେବାରୁ, ସତ ସତିକା ପ୍ରେମିକାର ଘର ଜାଳିଦେଲା । ଏମିତି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଆନନ୍ଦପୁର ପଞ୍ଚାୟତ ଗୋପାଳ ସାହିରେ । ଆଉ ଧାମନଗର ଥାନାରେ ଅଭିଯୋଗ କରିଛନ୍ତି ପ୍ରେମିକାର ପରିବାର ।
ଅଧିକ ପଢନ୍ତୁ:ଗଞ୍ଜାମରେ ଘନଉଛି କି ବିଜେଡି କଳି ? ନବୀନ ନିବାସ ଦ୍ୱାରସ୍ଥ ହେଲେ ନେତା
ବିଦ୍ୟାଧରପୁର ଗାଁର ରମେଶ ଦାସଙ୍କ ପୁଅ ଜ୍ୟୋତିରଞ୍ଜନ ଗୋପାଳ ସାହିର ଅପରାଜିତାଙ୍କୁ ଭଲ ପାଉଥିଲେ । କିଛି ଦିନ ଧରି ସେମାନଙ୍କ ଦେଖା ହୋଇନଥିବାରୁ ଜ୍ୟୋତିରଞ୍ଜନ ତାଙ୍କ ସହ ଦେଖା କରିବାକୁ ଅପରାଜିତାଙ୍କୁ ବାଧ୍ୟ କରୁଥିଲେ । ହେଲେ ଅପରାଜିତା ରାଜି ନହେବାରୁ ତାଙ୍କୁ ବାରମ୍ବାର ଧମକ ଦେବା ପରେ ତାଙ୍କ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।
ପ୍ରେମିକର ନିଆଁ ଜାଳି ଦେଇଛି ପ୍ରେମିକାର ୫ ବଖରା ଘର । ନିଆଁର ଆଁରେ ଜଳିପୋଡ଼ି ପାଉଁଶ ହୋଇଯାଇଛି ସୁନା ଗହଣା ଓ ଆସବାବପତ୍ର । ସବୁକିଛି ଛାରଖାର ହୋଇଯାଇଛି । ଏନେଇ ଧାମନଗର ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ ଅଇଯୁକ୍ତ ଯୁବକ ଫେରାର ହୋଇଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734581689.jpg)