Advertisment

ରିକ୍ସା ଚାଳକରୁ ଟପ୍ ଗ୍ୟାଙ୍ଗଷ୍ଟର 'ହାଇଦର୍'

୨୦୦୫ରେ ଗ୍ୟାଙ୍ଗଷ୍ଟର ସୁଲେମାନର ଭାଇ ଚୁନାକୁ ହତ୍ୟା କରି ଚର୍ଚ୍ଚାକୁ ଆସିଥିଲା ହାଇଦର। ସେହିବର୍ଷ ତାକୁ ନାଗପୁରରୁ ଗିରଫ କରିଥିଲା ପୋଲିସ। ଏହି ମାମଲାରେ ସେ ଆଜୀବନ ସଜ୍ଜା ପାଇଥିଲା। ହେଲେ ଜେଲରେ ରହି ବି ସବୁ ପ୍ରକାର ଅପରାଧ ଚଳାଇବାରେ ସଫଳ ହେଉଥିଲା ହାଇଦର।

ରିକ୍ସା ଚାଳକରୁ ଟପ୍ ଗ୍ୟାଙ୍ଗଷ୍ଟର 'ହାଇଦର୍'

gangster Hyder

Advertisment

ଭୁବନେଶ୍ୱର: ଛୋଟିଆ ସହର କେନ୍ଦ୍ରାପଡାରେ ଜଣେ ରିକ୍ସା ଚାଳକରୁ ପରେ ଟପ୍ ଗ୍ୟାଙ୍ଗଷ୍ଟରର ପାଲଟିଥିବା ହାଇଦରର ଅପରାଧ ଇତିହାସ ଥିଲା ଅତ୍ୟନ୍ତ ରୋଚକ। ଅପରାଧ ଜଗତରେ ପ୍ରବେଶ ପୂର୍ବରୁ ରିକ୍ସା, ଟ୍ରେକର ଓ ଟ୍ରକ ଚଳାଇ ଜୀବିକା ନିର୍ବାହ କରୁଥିଲା ହାଇଦର। ତେବେ ୧୯୮୦ ବେଳକୁ ସେ ଅପରାଧ ଜଗତକୁ ପ୍ରବେଶ ସହ କୁଖ୍ୟାତ ଅପରାଧୀ ଟିଟୋର ସହଯୋଗୀ ଭାବେ କାମ କରିଥିଲା। ପରେ ଟିଟୋ, ସୁଲେମାନ ଓ ହାଇଦର ମିଳିମିଶି ଚଳାଇଥିଲେ ଅପରାଧ ସାମ୍ରାଜ୍ୟ। ପରେ ଟିଟୋ ଓ ହାଇଦର ମଧ୍ୟରେ ଫାଟ ସହ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଗ୍ୟାଙ୍ଗଓ୍ୱାର।

Advertisment

୨୦୦୫ରେ ଗ୍ୟାଙ୍ଗଷ୍ଟର ସୁଲେମାନର ଭାଇ ଚୁନାକୁ ହତ୍ୟା କରି ଚର୍ଚ୍ଚାକୁ ଆସିଥିଲା ହାଇଦର। ସେହିବର୍ଷ ତାକୁ ନାଗପୁରରୁ ଗିରଫ କରିଥିଲା ପୋଲିସ। ଏହି ମାମଲାରେ ସେ ଆଜୀବନ ସଜ୍ଜା ପାଇଥିଲା। ହେଲେ ଜେଲରେ ରହି ବି ସବୁ ପ୍ରକାର ଅପରାଧ ଚଳାଇବାରେ ସଫଳ ହେଉଥିଲା ହାଇଦର। ଏମିତିକି ଭୁବନେଶ୍ୱର ଝାରପଡ଼ା ଜେଲରେ ଥାଇ ବି ୨୦୦୭ରେ କେନ୍ଦୁଝର ଖଣି ଓ କ୍ରସର ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ରଙ୍କୁ ଅପରହଣ କରି ଟଙ୍କା ମାଗିଥିଲେ ହାଇଦର ଗ୍ୟାଙ୍ଗ୍। ପରେ ରଶ୍ମୀରଞ୍ଜନଙ୍କୁ ହତ୍ୟା କରାଯାଇଥିଲା।

ଏ ମାମଲାରେ ବି ଆଜୀବନ ଜେଲଦଣ୍ଡ ପାଇଥିଲା ହାଇଦର। ୨୦୧୭ରେ ଧଳସାମନ୍ତ ଗ୍ୟାଙ୍ଗ ସହ ଗ୍ୟାଙ୍ଗଓ୍ୱାର ଆଶଙ୍କା କରି ତାକୁ ଭୁବନେଶ୍ୱରରୁ ସମ୍ବଲପୁର ସର୍କଲ ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ହାଇଦର ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ, ଦାଦାବଟି ଆଦାୟ, ଟେଣ୍ଡର ଫିକ୍ସିଂ ବିଭିନ୍ନ ଅପରାଧ ରହିଛି। ତା ବିରୋଧରେ କେନ୍ଦ୍ରାପଡ଼ା, ଯାଜପୁର, କଟକ, ପୁରୀ, ଭୁବନେଶ୍ୱର ଆଦି ବିଭିନ୍ନ ସ୍ଥାନରେ ୧୬ରୁ ଅଧିକ ସଙ୍ଗୀନ ଦଫାରେ ମାମଲା ରହିଛି।

Advertisment
Odisha News Odisha Police Choudwar Jail Gangster Hyder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ