From Engineer To Porn Star
ଗତ ୪ ରୁ ୫ ଦିନ ତଳର ଘଟଣା । ଜୈସାଲମେରରେ ଜଣେ ୭୦ ବୟସ୍କ ବୃଦ୍ଧଙ୍କ ସହ ଜଣେ ଯୁବତୀଙ୍କ ଏକ ଆପତ୍ତିଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ଗୋଟିଏ କାରରେ ୨ଜଣ ଯୁବକ ଯୁବତୀ ଆସି ବୃଦ୍ଧଙ୍କ ସମେତ ଜଣେ ସିକ୍ୟୁରିଟି ଗାର୍ଡ ଓ ହୋଟେଲ ବୟ ସହ ଅଶ୍ଳୀଳ କାର୍ଯ୍ୟ କରିବା ସହିତ ସେ ଭିଡ଼ିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଏହାପରେ ପୋଲିସ ଆକ୍ସନକୁ ଆସିଥିଲା ଓ ସଂପୃକ୍ତ ଯୁବକ ଯୁବତୀଙ୍କୁ ନୋଏଡାର ଏକ ଫ୍ଲାଟରୁ ଗିରଫ କରିଥିଲା ।
ଅଧିକ ପଢ଼ନ୍ତୁ:'ମୁଁ କନ୍ନଡ କହିବିନି, ଏଇଟା ଭାରତ'...ଏତିକି କହିବାରୁ ବଦଳି ହେଲେ SBI ବ୍ରାଞ୍ଚ ମ୍ୟାନେଜର
ତେବେ ବର୍ତ୍ତମାନ ସମ୍ପୃକ୍ତ ଭିଡ଼ିଓରେ ଥିବା ଯୁବତୀଙ୍କ ସମ୍ପର୍କରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ସେ ୟୁପିର ଲଳିତପୁରର ବାସିନ୍ଦା । ସେ ସେଠାରେ ଏକ ପ୍ରତିଷ୍ଠିତ କଲେଜରୁ ବି.ଟେକ୍ ସମାପ୍ତ କରିଥିଲେ । ଆଉ ନୋଏଡାର ଏକ କମ୍ପାନୀରେ ସଫ୍ଟୱେୟାର ଇଞ୍ଜିନିୟର ଭାବରେ କାମ କରୁଥିଲେ, ଯେଉଁଠାରେ ତାଙ୍କର ଦରମା ପ୍ୟାକେଜ୍ ବାର୍ଷିକ ୨୫ ଲକ୍ଷ ଟଙ୍କା ଥିଲା । ତେବେ ୩ ବର୍ଷ ପୂର୍ବେ ଯୁବତୀ ଆଉ ତାଙ୍କ ପୁରୁଷବନ୍ଧୁ ବୁଲିବାକୁ ଥାଇଲାଣ଼୍ଡ ଯାଇଥିଲେ ଆଉ ସେଠାରେ ଏକ ଅଶ୍ଳୀଳ ଭିଡ଼ିଓ ତିଆରି କରି ବିଦେଶୀ ପର୍ଣ୍ଣ ସାଇଟରେ ଅପଲୋଡ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥିଲେ ।
ତା'ପରେ ଯୁବତୀ ଜଣଙ୍କ ଦିନ ରାତି ପୁଳା ଟଙ୍କା କାରବାରର ସ୍ୱପ୍ନ ଦେଖିଥିଲା । ଆଉ ପୁରୁଷବନ୍ଧୁଙ୍କୁ ଧରି ଭାରତରେ ବୁଲି ବୁଲି ଏପରି ଭିଡ଼ିଓ ତିଆରି କରିବାକୁ ଲାଗିଲେ । ଜୈସାଲମେରରେ ୩ଟି ଭିଡ଼ିଓ ସୁଟ୍ କରି ତାକୁ ଭାଇରାଲ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା ।
ତେବେ ପୋଲିସର ସୂଚନା ଅନୁଯାୟୀ, ଜୈସାଲମେରରେ ପୂର୍ବରୁ ଏ ୨ଜଣ କୁଲଧାରା, ଦୌସା ଏବଂ ଭରତପୁର ପରି ଅନେକ ସ୍ଥାନରେ ଅଶ୍ଳୀଳ ଭିଡିଓ ତିଆରି କରି ଅପଲୋଡ କରିଥିଲେ । ଆଉ ଆଗକୁ ମଧ୍ୟ ଏ ଧାରା ଜାରି ରହିଥାନ୍ତା ହେଲେ ପୋଲିସ ଦୁହିଁଙ୍କୁ ଗିରଫ କରିଛି ।
ଅଧିକ ପଢ଼ନ୍ତୁ: ଶତ୍ରୁ ଦେଶକୁ ପୁରୀ ସହରର କୌଣସି ତଥ୍ୟ ଲିକ୍ କରିଛି କି ଗୁପ୍ତଚରୀ ?
ବ୍ୟୁରୋ ରିପୋର୍ଟ, ଓଟିଭି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747898043.jpg)