• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସାଇବର ଫ୍ରଡର ନୂଆ ତରିକା ଡିଜିଟାଲ ଆରେଷ୍ଟ ଫାଶରେ ପଡ଼ିଲାଣି କି ଓଡ଼ିଶା ? ନିକଟରେ କିଛି ଉଚ୍ଚ ପଦସ୍ତ ଅଧିକାରୀ ସାଇବର ଅପରାଧୀଙ୍କ ଜାଲରେ ଫସି ମୋଟା ଅଙ୍କରେ ଲୁଟର ଶିକାର ଅଭିଯୋଗ ପରେ ଏ ଘଟଣା ସାମ୍ନାକୁ ଆସିଛି । ଗତକାଲି କ୍ରାଇମବ୍ରାଞ୍ଚର ସାଇବର ସେଲ୍ ଦିଲ୍ଲୀରୁ ୨ ନାଇଜେରୀୟଙ୍କୁ ଗିରଫ କରି ଓଡ଼ିଶା ଆଣିବା ପରେ ଆମ ରାଜ୍ୟରେ ବି ଡିଜିଟାଲ ଆରେଷ୍ଟ ତରିକାର ନେଟୱାର୍କ ବଢୁଥିବା ନେଇ ଚର୍ଚ୍ଚା ହେଉଛି ।

ସାଇବର ଲୁଟେରାଙ୍କ ଠକେଇର ନୂଆ ତରିକା ଡିଜିଟାଲ ଆରେଷ୍ଟ । ଅନଲାଇନରେ ବଡ଼ ବଡ଼ ଅଫିସରଙ୍କୁ ବୋକା ବନାଇ ଲୁଟୁଛନ୍ତି କୋଟି କୋଟି ଟଙ୍କା । ଗଲା କିଛି ମାସ ଭିତରେ ଓଡ଼ିଶାରେ ବି କାୟା ବିସ୍ତାର କଲାଣି ଡିଜିଟାଲ ଆରେଷ୍ଟ ତରିକାର ବଡ଼ ନେଟୱାର୍କ । ଡିସେମ୍ବର ୨୦୨୩ । ରାଜ୍ୟର ଜଣେ ଅବସରପ୍ରାପ୍ତ ବରିଷ୍ଠ ଆଇଏସ ଅଧିକାରୀଙ୍କଠାରୁ ଲୁଟ୍ ହୋଇଥିଲା ଅଢେଇ କୋଟିରୁ ଅଧିକ ଟଙ୍କା ।

ପରେ ମେ ୨୦୨୪ । ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କଠାରୁ ସାଇବର ଲୁଟେରା ଠକି ନେଇଥିଲେ ୩୦ ଲକ୍ଷ । ଏନେଇ କ୍ରାଇମବ୍ରାଞ୍ଚ ସାଇବର ସେଲରେ ଅଭିଯୋଗ ପରେ ପୂର୍ବତନ ଆଇଏଏସଙ୍କୁ ଲୁଟ୍ ଘଟଣାର ପ୍ରାୟ ୭ ମାସ ପରେ ଲୁଟେରାଙ୍କ ପାଖରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ପୋଲିସ ।

ଗତକାଲି ଦିଲ୍ଲୀରୁ ଦୁଇ ନାଇଜେରୀୟ ନାଗରିକଙ୍କ ସହ ମୋଟ୍ ୩ ଜଣଙ୍କୁ ଗିରଫ କରି ଓଡ଼ିଶା ଆଣିଛି କ୍ରାଇମବ୍ରାଞ୍ଚ୍ ପୋଲିସ । ସେହିଭଳି ଦ୍ୱିତୀୟ ଘଟଣାରେ ୫ ଅନ୍ତର୍ଜାତୀୟ ଲୁଟେରାଙ୍କୁ ଜୁନ୍ ୧୮ରେ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଏ ଦୁଇଟି ଯାକ ହାଇପ୍ରୋଫାଇଲ୍ ଲୁଟ୍ ମାମଲା ସାମ୍ନାକୁ ଆସିବା ପରେ ଏବେ ଓଡ଼ିଶାରେ ଯେ ଡିଜିଟାଲ ଆରେଷ୍ଟ ଲୁଟ୍ ତରିକାର ଜାଲ ବିଛା ସରିଛି, ସେ କଥା ସ୍ପଷ୍ଟ ।

ତେଣୁ ବଡ଼ ବଡ଼ ଅଫିସରଙ୍କୁ ବିଭିନ୍ନ ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଛି ପୋଲିସ । ତେବେ କଣ ଏହି ଡିଜିଟାଲ ଆରେଷ୍ଟ? କେଉଁ ଉପାୟରେ ବଡ଼ ବଡ଼ିଆଙ୍କଠାରୁ ମୋଟା ଅଙ୍କର ଲୁଟ୍ କରୁଛନ୍ତି ସାଇବର ଲୁଟେରା ? ବିଶେଷଜ୍ଞଙ୍କ ମତରେ ଡାକ୍ତର, ବ୍ୟାଙ୍କର, ଉଚ୍ଚ ପଦପଦବୀରେ ଥିବା ଅଧିକାରୀଙ୍କୁ ଭୟ ଦେଖାଇ ଲୁଟେରା କରୁଛନ୍ତି ଡିଜିଟାଲ ଆରେଷ୍ଟ ।

ସାଇବର ଅପରାଧୀ ନିଜକୁ ସିବିଆଇ, ଆରବିଆଇ ଓ କ୍ରାଇମବ୍ରାଞ୍ଚ ଅଧିକାରୀ କହି ଭିଡିଓ କଲ ମାଧ୍ୟମରେ ଜେରା କରନ୍ତି । ଆଉ ଜେରା ବାହାନାରେ ହାସଲ କରି ନିଅନ୍ତି ବ୍ୟାଙ୍କ ଆକାଉଣ୍ଟର ସବୁ ତଥ୍ୟ । ପରେ ଆଧାର କିମ୍ବା ପ୍ୟାନ କାର୍ଡର ତଥ୍ୟ ନେଇ ଅତି ସହଜରେ ଆକାଉଣ୍ଟ ଖାଲି କରି ନିଅନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now