Advertisment

‘ପୁଅ ଡ୍ରଗ୍ସ ମାମଲାରେ ଫସିଛି.. ତାକୁ ଛାଡିବା ପାଇଁ ୫୦ ହଜାର ଟଙ୍କା ଦିଅନ୍ତୁ !’

ଜଣେ ଶିକ୍ଷକଙ୍କୁ ଠକିଦେଲା ଠକ ନକଲି ସିବିଆଇ ଅଧିକାରୀ ।

undefined

Crime

Advertisment

ପୁଅ ଡ୍ରଗ୍ସ ମାମଲାରେ ଫସିଛି। ତାକୁ ଛାଡିବା ପାଇଁ ୫୦ ହଜାର ଟଙ୍କା ଦିଅନ୍ତୁ। ନହେଲେ କୋର୍ଟ ଫରୱାଡ କରିଦେବୁ। ନକଲି ସିବିଆଇ ଅଧିକାରୀ ହୋଇ ଜଣେ ଶିକ୍ଷକଙ୍କୁ ଠକିଦେଲା ଠକ । ଏଭଳି ଠକେଇର ଶିକାର ହୋଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କାଟଣା ଗାଁର ଶିକ୍ଷକ ଯଶୋବନ୍ତ ପଲାଇ। ଗତ ୨୭ତାରିଖ ଦିନ ୧୦ଟା ୪୫ମିନିଟ ସମୟରେ ଏକ ଅଜଣା ନମ୍ବରରୁ ତାଙ୍କ ମୋବାଇକୁ ଫୋନ କଲ ଆସିଥିଲା।

Advertisment

ଠକ ଜଣଙ୍କ ନିଜକୁ CBI ଅଫିସର ପରିଚୟ ଦେଇଥିଲେ କଥା ହୋଇଥିଲା। ତମ ପୁଅ ଓ ତାର ୩ ଜଣ ସାଙ୍ଗ ଡ୍ରଗ୍ସ ନେବା ସହ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିବାରୁ ତାଙ୍କୁ କଷ୍ଟଡିକୁ ଆଣିଛୁ। ଆଉ ତାକୁ କୋର୍ଟ ଫରୱାଡ କରାଯିବ। ପୁଅକୁ ଛାଡିବା ପାଇଁ ୫୦ହଜାର ଟଙ୍କା ଦାବି କରିଥିଲେ। ବ୍ୟତିବ୍ୟସ୍ତ ହୋଇ ଶିକ୍ଷକ ଜଣଙ୍କ ଦୁଇଟି କିସ୍ତିରେ ୨୫ ହଜାର ଟଙ୍କା ଲେଖାଏଁ ଦେଇଥିଲେ।

ପରେ ଆହୁରି ୨ଲକ୍ଷ ଟଙ୍କା ଦାବିକରିଥିଲେ। ହେଲେ ପୁଅ ଜୟ ପ୍ରକାଶଙ୍କ ସହ କଥାହେବା ପରେ ଶିକ୍ଷକ ଯଶୋବନ୍ତ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ରାଜକନିକା ଥାନାରେ ମାମଲା ରୁଜୁ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ପୁଅକୁ ସିବିଆଇ ଗିରଫ କରିଥିବା କଥା ଶୁଣି ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ ଶିକ୍ଷକ ଯଶୋବନ୍ତ ପଲାଇ। ସେ ତୁରନ୍ତ ଦୁଇଟି କିସ୍ତିରେ ୨୫ ହଜାର ଟଙ୍କା ଲେଖାଏଁ ସାଇବର ଠକଙ୍କ ପାଖକୁ ପଠାଇ ଦେଇଥିଲେ। ଶିକ୍ଷକ ଶ୍ରୀ ପଲାଇ ପାଲରେ ପଡ଼ିଯାଇଥିବା ଜାଣି ସାଇବର ଠକ ଆହୁରି ୨ ଲକ୍ଷ ଟଙ୍କା ଦାବି କରିଥିଲେ। ହେଲେ ତା’ ପରେ ପରେ ଭୁବନେଶ୍ୱରରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଜି କରୁଥିବା ପୁଅ ଜୟ ପ୍ରକାଶଙ୍କ ସହ କଥା ହେବା ପରେ ସେ ଠକେଇର ଶିକାର ହୋଇଥିବା ଜାଣିଥିଲେ ଶିକ୍ଷକ ଯଶୋବନ୍ତ ପଲାଇ। ଏନେଇ ସେ ରାଜକନିକା ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ପୋଲିସ। 

Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ