Advertisment

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁତୁରା କହି ଲୁଟୁଥିଲା ଲୋକଙ୍କୁ..!

ତାଳଚେର, ଅନୁଗୁଳଠାରୁ ଆରମ୍ଭ କରି ଭୁବନେଶ୍ବର ପର୍ଯ୍ୟନ୍ତ ଏଭଳି ଠକେଇ କରିଥିବା ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୁକ୍ତକୁ ଅଟକ ରଖିବା ସହ ରାହୁଲ ପାଖରୁ ଆଶାୟୀଙ୍କ ସାଟିଫିକେଟ, ବାୟୋଡାଟା ଏବଂ ଚେକକୁ ଜବତ କରିଛି।

Fraud Rahul Sahu

Fraud Rahul Sahu

Advertisment

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁତୁରା କହି ଲୋକଙ୍କୁ ଠକେଇ କରୁଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଧରି ତଦନ୍ତ କରୁଛି ପୋଲିସ। ସଂପୃକ୍ତ ଅଭିଯୁକ୍ତର ନାଁ ରାହୁଲ ସାହୁ। ସେ କାହାକୁ ଚାକିରି ନାଁରେ ଠକେଇ କରିଛି ତ ଆଉ କାହାକୁ ବଦଳି କରିଦେବାକୁ ଚୁନା ଲଗାଇଛି। ଏପରିକି ପେଟ୍ରୋଲ ପମ୍ପ କରାଇଦେବା ନାଁରେ ବି ଠକେଇ କରିଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ଅଭିଯୁକ୍ତ ରାହୁଲ ସାହୁକୁ ଧରି କ୍ୟାପିଟାଲ ଥାନା ଜିମା ଦେଇଛନ୍ତି ଠକେଇର ଶୀକାର ବ୍ୟକ୍ତି।

Advertisment

ତାଳଚେର, ଅନୁଗୁଳଠାରୁ ଆରମ୍ଭ କରି ଭୁବନେଶ୍ବର ପର୍ଯ୍ୟନ୍ତ ଏଭଳି ଠକେଇ କରିଥିବା ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୁକ୍ତକୁ ଅଟକ ରଖିବା ସହ ରାହୁଲ ପାଖରୁ ଆଶାୟୀଙ୍କ ସାଟିଫିକେଟ, ବାୟୋଡାଟା ଏବଂ ଚେକକୁ ଜବତ କରିଛି।

ଏହି ଠକଜଣକ ରାହୁଲ ସାହୁ ବୋଲି ଜଣା ପଡ଼ିଥିବା ବେଳେ ସେ କିନ୍ତୁ ଲୋକଙ୍କୁ ଭିନ୍ନ ଭିନ୍ନ ପରିଚୟ ଦେଉଥିଲେ। ନିଜ ସୋଶାଲ ମିଡିଆରେ ବଡ଼ ବଡ଼ ନେତାମନ୍ତ୍ରୀଙ୍କ ପାଖରେ ଛିଡ଼ା ହୋଇଥିବା ଫଟୋ ପୋଷ୍ଟ କରୁଥିଲେ। ତାହାକୁ ଦେଖାଇ ସେ ସେମାନଙ୍କର ଖାସ୍‌ ଲୋକ ବୋଲି ଲୋକଙ୍କୁ ପରିଚୟ ଦେଉଥିଲେ।ଏହାଦେଖି ସାଧାରଣ ଲୋକେ ତାଙ୍କୁ ବିଶ୍ୱାସ କରି ଯାଉଥିଲେ। ଫଳରେ ଦୀର୍ଘ ଦିନ ଧରି ଚାକିରି ପାଇଁ ତଥା ବଦଳି ପାଇଁ ଦୌଡ଼ୁଥିବା ଲୋକ ତାଙ୍କୁ ସହଜେ ବିଶ୍ୱାସ କରିନେଉଥିଲେ। କାମ କରିବା ପୂର୍ବରୁ ବାବୁଜଣକ ଅଗ୍ରୀମ ଟଙ୍କା ମୋଟା ଆକାରରେ ନେଇ ଯାଉଥିଲେ। ମାତ୍ର ପରେ ଆଉ ଧରାଛୁଆଁ ଦେଉ ନଥିଲେ।

Advertisment

ଏହି ଧୂର୍ତ୍ତଜଣକ ନିଜକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁତୁରା କହି ଲୋକଙ୍କୁ ଠକୁଥିବା ବେଳେ ଏହା ଦଳୀୟ କର୍ମୀଙ୍କ ନଜରରେ ପଡ଼ିଥିଲା। ଏହାପରେ ଗତରାତିରେ ମାଷ୍ଟର କ୍ୟାଣ୍ଟିନ୍‌ର ଏକ ଲଜ୍‌ରେ ପଶି ସେମାନେ ରାହୁଲଙ୍କୁ କାବୁ କରିଥିଲେ। ପରେ ତାଙ୍କୁ କ୍ୟାପିଟାଲ ଥାନା ପୁଲିସ୍‌ ଜିମା ଦେଇଥିଲେ।

Fraud Rahul Sahu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ