Dharmendra Pradhan Fake PA
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ PA ଏବଂ ପୂର୍ବତନ ମନ୍ତ୍ରୀ ରଘୁ ମହାନ୍ତିଙ୍କ ଭଣଜା ବୋଲି ନିଜକୁ ପରିଚୟ ଦେଇ ଠକେଇ କରିଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ସଂପୃକ୍ତ ଯୁବକଙ୍କ ନାଁ ସନ୍ତୋଷ ମହୁରୀ । ଘର ବ୍ରହ୍ମପୁରରେ ।
ମିଳିଥିବା ସୂଚନା ଅନୁଯାୟୀ, ବେକାର ଯୁବକ ଯୁବତୀଙ୍କୁ ରେଲୱେ, ଡିଆରଡିଓ, ଆଇଓସିଏଲ ଏବଂ ପ୍ରତିରକ୍ଷା ଆଦି ବିଭାଗରେ ଚାକିରି କରାଇ ଦେବାର ମିଛ ପ୍ରତିଶ୍ରୁତି ଦେଇ ପ୍ରାୟ ୬୦ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । କଟକର ୭ ଜଣଙ୍କୁ ଏଭଳି ମିଛ ଚୁନା ଲଗାଇଥିଲା ସନ୍ତୋଷ । ଅଭିଯୋଗର ତଦନ୍ତ କରି ପୋଲିସ ସନ୍ତୋଷକୁ ଗିରଫ କରିଛି । ତା’ସହ ଡିଆରଡିଓ, ଭିଜିଲାନ୍ସର ନକଲି ସାର୍ଟିଫିକେଟ ସହ ଭାରତୀୟ ବାୟୁସେନାର ନକଲି ପରିଚୟ ପତ୍ର, ଲ୍ୟାପଟପ, ୨ଟି ପେନ୍ ଡ୍ରାଇଭ, ୮ଟି ମୋବାଇଲ ଫୋନ, ୧୩ଟି ସିମ୍ କାର୍ଡ, ୫ଟି ବ୍ୟାଙ୍କ ପାସବୁକ୍ ଓ ଚେକ୍ ଆଦିକୁ ଜବତ କରିଛି ପୋଲିସ ।
କିଛି ମାସ ପୂର୍ବରୁ ସନ୍ତୋଷ କଟକର ଜଣେ ସାଧୁ ବାବାଙ୍କ ସଂସ୍ପର୍ଶରେ ଆସିଥିଲା । ଏହାପରେ ସେହି ସାଧୁବାବାଙ୍କ ଆଶ୍ରମକୁ ଆସୁଥିବା ଲୋକଙ୍କୁ ସେ ଧର୍ମେନ୍ଦ୍ର ପ୍ରଧାନଙ୍କ ପିଏ ଏବଂ ପୂର୍ବତନ ମନ୍ତ୍ରୀ ରଘୁ ମହାନ୍ତିଙ୍କ ଭଣଜା ବୋଲି ପରିଚୟ ଦେଇ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ନାଁରେ ଠକେଇ କରୁଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699765307.jpg)