Advertisment

ଫିଟୁଛି ଡିସକାଉଣ୍ଟ ଗାଡ଼ି ରାକେଟର ଗୁମର, ଧରାପଡ଼ିଲା ଅଭିଯୁକ୍ତ ଗଞ୍ଜାମ ଦଂପତ୍ତିଙ୍କ ସହ ପୋଲିସ ଲିଙ୍କ୍

ଠକ ଦମ୍ପତ୍ତିଙ୍କୁ ଦିନିକିଆ ରିମାଣ୍ଡରେ ନେଇ ଜେରା କରୁଛି ନୟାପଲ୍ଲୀ ପୋଲିସ। ଜେରା ବେଳେ ପୋଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବି ମିଳିଛି। ଠକେଇ ଟଙ୍କାରେ ଅଭିଯୁକ୍ତ ଅକ୍ଷୟ ବହୁ ମୂଲ୍ୟବାନ ଜମି କିଣିଥିବା ଜଣାପଡ଼ିଛି।

undefined

Car Scam

Advertisment

ଠକାମିରେ ପଡିଛନ୍ତି ପୋଲିସ ବାବୁ, ନା ଠକେଇରେ ସାଜିଛନ୍ତି ଅଭିଯୁକ୍ତଙ୍କ ଢାଲ ? ଡିସ୍‌କାଉଣ୍ଟରେ ଗାଡ଼ି ଦେବାକୁ କହି ଲୋକଙ୍କଠୁ ପ୍ରାୟ ୪୦ କୋଟି ଟଙ୍କା ଲୁଟିଥିବା ଅକ୍ଷୟ ଗୌଡ ଓ ଉଷାରାଣୀ ବାରିକଙ୍କ ସହ ନୟାଗଡ଼ରେ କାର୍ଯ୍ୟରତ ଏସ୍ଆଇ ସ୍ମୃତି ରଂଜନ ମହାନ୍ତି ଓ କମିଶନରେଟ ପୋଲିସରେ କାମ କରୁଥିବା କନଷ୍ଟେବଲ ରମେଶ ଚନ୍ଦ୍ର ବେହେରାଙ୍କ ନେଣଦେଣ ଥିବା ଜଣାପଡ଼ିବା ପରେ ଉଠିଛି ପ୍ରଶ୍ନ। ଅଭିଯୋଗ ହେଉଛି ଅକ୍ଷୟଙ୍କୁ ସୁରକ୍ଷା ଦେବା ଲାଗି ଏସଆଇ ସ୍ମୃତିରଂଜନ ନେଇଛନ୍ତି ୨୦ ଲକ୍ଷ, ତାହା ପୁଣି ଚେକ୍‌ରେ । ଗତ ଅଗଷ୍ଟ ୧୮ ତାରିଖରେ ଚେକ୍ ସ୍ମୃତିଙ୍କ ଆକାଉଣ୍ଟରେ ଲାଗିଥିବା ପ୍ରମାଣ ବି ପାଇଛି ନୟାପଲ୍ଲୀ ପୋଲିସ। ତେବେ ଅକ୍ଷୟକୁ ଚିହ୍ନି ନଥିବା କହିଛନ୍ତି ଏସଆଇ ସ୍ମୁତି ରଂଜନ।

Advertisment

ଏପଟେ କମିଶନରେଟ ପୋଲିସରେ କାର୍ଯ୍ୟରତ କନଷ୍ଟେବଳ ରମେଶ ଚନ୍ଦ୍ର ବେହେରା ଠକ ଦମ୍ପତିଙ୍କୁ ୫ କୋଟି ୯୬ ଲକ୍ଷ ଟଙ୍କା ଦେଇଥିବା ନେଇ ପଦାକୁ ଆସିଛି ରାଜିନାମା ପେପର। ତେବେ ଏ ଟଙ୍କା ତାଙ୍କର ନୁହେଁ ବଂର ଗାଡି କିଣିବା ପାଇଁ ଆଗ୍ରହୀ ଗ୍ରାହକ ତାଙ୍କ ଜରିଆରେ ଅକ୍ଷୟକୁ ଟଙ୍କା ଦେଇଥିବା ସେ ସଫେଇ ଦେଇଛନ୍ତି। କେବଳ ଏତିକି ନୁହେଁ ପଶ୍ଚିମ ଓଡ଼ିଶାରେ କର୍ଯ୍ୟରତ ଜଣେ ଅତିରିକ୍ତ ଏସ୍‌ପିଙ୍କ ପୁଅ, ଅକ୍ଷୟଙ୍କୁ ୩ କୋଟି ୫୦ ଲକ୍ଷ ଟଙ୍କା ଦେଇଥିବା ପ୍ରମାଣ ବି ମିଳିଛି। ଅଭିଯୁକ୍ତଙ୍କ ସହ ପୋଲିସର ସଂପର୍କ, ତଦନ୍ତ ରାସ୍ତାରେ ବାଧକ ସାଜିବ ନାହିଁ ତ ତାକୁ ନେଇ ଉଠିଛି ପ୍ରଶ୍ନ।

ଠକ ଦମ୍ପତ୍ତିଙ୍କୁ ଦିନିକିଆ ରିମାଣ୍ଡରେ ନେଇ ଜେରା କରୁଛି ନୟାପଲ୍ଲୀ ପୋଲିସ। ଜେରା ବେଳେ ପୋଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବି ମିଳିଛି। ଠକେଇ ଟଙ୍କାରେ ଅଭିଯୁକ୍ତ ଅକ୍ଷୟ ବହୁ ମୂଲ୍ୟବାନ ଜମି କିଣିଥିବା ଜଣାପଡ଼ିଛି। ଏସବୁ ଜମି ସଂପର୍କରେ ତଥ୍ୟ ଦେବା ଲାଗି ରାଜସ୍ୱ ବିଭାଗକୁ ଚିଠି ଲେଖିଛି କମିଶନରେଟ ପୋଲିସ। ସେହିପରି ଏମାନଙ୍କ ଆକାଉଣ୍ଟ ଥିବା ବ୍ୟାଙ୍କଗୁଡିକୁ ବି ତଥ୍ୟ ଦେବାକୁ କୁହାଯାଇଛି। ଅନ୍ୟପକ୍ଷରେ ଯେଉଁମାନେ ଟଙ୍କା ହରାଇଛନ୍ତି ସମସ୍ତେ ଥାନାକୁ ଆସି ଅକ୍ଷୟ ଓ ଉଷାରାଣୀଙ୍କ ନାଁରେ ଅଭିଯୋଗ କରିବାକୁ କମିଶନରେଟ ପୋଲିସ ଅପିଲ କରିଛି।

Advertisment

ଶସ୍ତାରେ ଗାଡି ଦେବାର ପ୍ରଲୋବନ ଦେଖାଇ ଶତାଧିକ ଲୋକଙ୍କୁ କୋଟି କୋଟି ଟଙ୍କା ଠକି ନେଇଥିବା ଏହି ଦମ୍ପତିଙ୍କର ଏହା ମସ୍ତିଷ୍କର ଖେଳ ନା ଏହା ପଛରେ ରହିଛି ଆଉ କାହାରି ସଂପୃକ୍ତି? ଏଭଳି ଅଭିନବ ଉପାୟରେ ଠକେଇ କରିବା ଫଣ୍ଡା ଏମାନଙ୍କର ନା ଆଉ କିଏ ଅଛି ମାଷ୍ଟରମାଇଣ୍ଡ? ପୋଲିସ ବାବୁଙ୍କୁ ଭରସା କରି ଠକି ଯାଇ ନାହାନ୍ତି ତ ଶସ୍ତା ଗାଡ଼ି ଆଶାୟୀ ? ତେବେ ପୋଲିସ ଓ ଅଭିଯୁକ୍ତଙ୍କ ମଧ୍ୟରେ ମୁଧୁଚନ୍ଦିକା ଥିବା ସ୍ପଷ୍ଟ ହେଉଥିବାରୁ ଟଙ୍କା ଦେଇଥିବା ଲୋକେ ନ୍ୟାୟ ପାଇବେ ନା ଚିଟ୍‌ଫଣ୍ଡ ଜମାକାରୀଙ୍କ ଭଳି ଜଳକା ହୋଇ ରହିବେ ତାହା ବଡ଼ ପ୍ରଶ୍ନ।

Odisha News Bhubaneswar Commissionerate Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ