Advertisment

ଝାଳନାଳ ହେବା ପରେ ମୁହଁରୁ ବାହାରିଗଲା କପଡ଼ା, ଧରାପଡ଼ିଗଲେ ଲୁଟେରା

ସୋର ଥାନା ମାଣିପୁର ବଜାରରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଶାଖାରେ ଗତ ମାସ ୨୦ ତାରିଖ ରାତିରେ ଚୋରି ଉଦ୍ୟମ ହୋଇଥିଲା। ୬ ଦୁର୍ବୃତ୍ତ ଗ୍ୟାସ୍‌ କଟର ସାହାଯ୍ୟରେ ତାଲା କାଟି ଲୁଟ୍‌ କରିଥିବା ପାଇଁ ଉଦ୍ୟମ କରିଥିଲେ। ମାତ୍ର କ୍ୟାସ୍‌ ଥିବା ଷ୍ଟ୍ରଙ୍ଗ ରୁମ୍‌ ଭାଙ୍ଗି ପାରିନଥିଲେ।

Bank Lootera

Bank Lootera

Advertisment

ସୋର: ଥରେ କି ଦୁଇ ଥର ନୁହେଁ ଚାରି ଚାରି ଥର ଚେଷ୍ଟା ପରେ ବ୍ୟାଙ୍କ ଲୁଟ୍‌ରେ ଫେଲ ମାରିଥିଲେ ଲୁଟେରା। ଷ୍ଟ୍ରଙ୍ଗ ରୁମ୍‌ରୁ ଟଙ୍କା ଚୋରେଇ ନେବାରେ ଅସଫଳ ହୋଇଥିଲେ ବି ପୋଲିସ୍‌ କିନ୍ତୁ ଧରିବାରେ ସଫଳ ହୋଇଛି। ବାଲେଶ୍ଵର ଜିଲ୍ଲା ସୋରର ଏକ ବ୍ୟାଙ୍କରୁ ଗତ ମାସ ୨୦ ତାରିଖ ରାତିରେ ଦୁର୍ବୃତ୍ତ ମାନେ ଲୁଟ୍‌ ଉଦ୍ୟମ କରିଥିଲେ। ଲୁଟ ସମୟର ସିସିଟିଭିରେ ରେକର୍ଡ ହୋଇଥିବା ଭିଡିଓ ଭାଇରାଲ ହୋଇଥିଲା।

Advertisment

ସୋର ଥାନା ମାଣିପୁର ବଜାରରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଶାଖାରେ ଗତ ମାସ ୨୦ ତାରିଖ ରାତିରେ ଚୋରି ଉଦ୍ୟମ ହୋଇଥିଲା। ୬ ଦୁର୍ବୃତ୍ତ ଗ୍ୟାସ୍‌ କଟର ସାହାଯ୍ୟରେ ତାଲା କାଟି ଲୁଟ୍‌ କରିଥିବା ପାଇଁ ଉଦ୍ୟମ କରିଥିଲେ। ମାତ୍ର କ୍ୟାସ୍‌ ଥିବା ଷ୍ଟ୍ରଙ୍ଗ ରୁମ୍‌ ଭାଙ୍ଗି ପାରିନଥିଲେ। ତେଣୁ ଟଙ୍କା ଲୁଟ୍‌ କରିପାରିଲେ ନାହିଁ। ହେଲେ ବ୍ୟାଙ୍କରେ ପଶିବା ବେଳେ ଗେଟ୍‌ ପାଖରେ ଲାଗିଥିବା ସିସିଟିଭିରେ ୬ ଅଭିଯୁକ୍ତଙ୍କ ଭିତରୁ ଜଣେ ଅଭିଯୁକ୍ତଙ୍କ ମୁହଁ କଏଦ ହୋଇଯାଇଥିଲା। ଯାହା ପ୍ରମାଣସୂରୂପ ପୋଲିସ ହାତରେ ଲାଗିଥିଲା।

ପରେ ସୋର ପୋଲିସ ଛାନଭିନ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ୪ ଜଣ ଲୁଟେରାଙ୍କୁ ଗିରଫ କରିଛି ପୋଲିସ୍ l ଏଥିସହିତ ସେମାନଙ୍କ ନିକଟରୁ ଗୋଟିଏ କାର, ୨ଟି ମୋଟରସାଇକେଲ,୪ଟି ମୋବାଇଲ, ଗୋଟିଏ ଖେଳଣା ବନ୍ଧୁକ ଓ ମାରଣାସ୍ତ୍ର ଜବତ କରିଛି l ଏଥିସହିତ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି l ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ୩ ଜଣ ଫେରାର ହୋଇଯାଇଛନ୍ତି l ଲୁଟେରା ମାନେ ଟଙ୍କା ଲୁଟ କରିପାରିନଥିଲେ ସତ କିନ୍ତୁ ଅନ୍ୟପଟେ ଏମାନେ ବର୍ଷେ ମଧ୍ୟରେ ୪ ଥର ଲୁଟ କରିବାକୁ ଉଦ୍ୟମ କରିଥିଲେ l

Advertisment
Odisha Bank Loot Robber
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ