Advertisment

ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ- ନକଲି ସାର୍ଟିଫିକେଟ୍ ଦେଇ ପୋଷ୍ଟମାଷ୍ଟର ଚାକିରି !

ଦିନକୁ ଦିନ ବଲାଙ୍ଗିର ନକଲି ସାର୍ଟିଫିକେଟ ରାକେଟର ଫିଟୁଛି ଗୁମର। ଏପରିକି ନକଲି ସାର୍ଟିଫିକେଟ୍ ଦେଇ ୪ଜଣ ପୋଷ୍ଟମାଷ୍ଟର ଚାକିରି କରିଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Bolangir Fake Certificate Racket Busted

Four persons got postmaster jobs with fake certificates in Bolangir

Advertisment

ଦିନକୁ ଦିନ ବଲାଙ୍ଗିର ନକଲି ସାର୍ଟିଫିକେଟ ରାକେଟର ଫିଟୁଛି ଗୁମର। ଏପରିକି ନକଲି ସାର୍ଟିଫିକେଟ୍ ଦେଇ ୪ଜଣ ପୋଷ୍ଟମାଷ୍ଟର ଚାକିରି କରିଥିବା ସୂଚନା ମିଳିଛି।  ଏବେ ଏମିତି କିଛି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛିା ନକଲି ସାର୍ଟିଫିକେଟ୍ ଦେଇ ୪ ଜଣ ପୋଷ୍ଟମାଷ୍ଟର ଚାକିରି ପାଇଛନ୍ତିା ଏହି ରାକେଟର ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଗିରଫ ହେବା ପରେ ଏମାନେ ଫେରାର ମାରିଥିବା ସୂଚନା ମିଳିଛିା

Advertisment

ଏନେଇ ପୋଷ୍ଟାଲ୍ ସୁପରିଣ୍ଟେଣ୍ଡେଣ୍ଟ ଥାନାରେ ଏତଲା ଦେବେ। ହେଲେ କିଏ ସେହି ୪ ଜଣ ପୋଷ୍ଟମାଷ୍ଟର ସେ ସୂଚନା ମିଳିପାରିନିା ଏହାସହ ଡାକ ବିଭାଗରେ ଆଉ କିଏ ନକଲି ସାର୍ଟିଫିକେଟ୍ ଦେଇ ଚାକିରି ପାଇଛନ୍ତି ସେ ଦିଗରେ ବି ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛିା ଅପରପକ୍ଷେ, ମନୋଜ ମିଶ୍ରଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ପାଇଁ ପଦକ୍ଷେପ ଆରମ୍ଭ ହୋଇଛି।  କେଉଁ କେଉଁ ଆକାଉଣ୍ଟରେ କେତେ ଟଙ୍କା ରହିଛି, କେତେ ଟଙ୍କା ସେ ଜାଲ ସାର୍ଟିଫିକେଟ୍ ବାବଦକୁ ପାଇଛନ୍ତି ସେ ସବୁର ତଦନ୍ତ ଚାଲିଛିା 

ମନୋଜଙ୍କ ସହ ଆଉ କାହାର ରହିଛି ସମ୍ପର୍କ ତାକୁ ବି ଖୋଜୁଛି ପୋଲିସ୍‌। ଏନେଇ ବାହାର ରାଜ୍ୟକୁ ଯାଇ ତଦନ୍ତ କରିବ ବଲାଙ୍ଗିର ପୋଲିସ୍ ଟିମ୍‌। ସୂଚନାଥାଉ କି, ଗତକାଲି ବଲାଙ୍ଗିରରେ ଜାଲ୍ ସାର୍ଟିଫିକେଟ୍ଟ‌ ରାକେଟର ପର୍ଦ୍ଦାଫାସ ହୋଇଥିଲା। ଘରୋଇ କୋଚିଂ ସେଣ୍ଟରର ମାଲିକ ମନୋଜ ମିଶ୍ର ଓ କମ୍ପ୍ୟୁଟର ଶିକ୍ଷକ ଆଲୋକ ଉଦଗାତାଙ୍କ ସମେତ ମୋଟ୍‌ ୧୯ ଜଣଙ୍କୁ ଗିରଫ କରାଯାଇଛି। ନକଲି ସାର୍ଟିଫିକେଟ୍‌କୁ ୫ ଲକ୍ଷ ଟଙ୍କା ଯାଏ ବିକ୍ରି ହେଉଥିଲା।

Advertisment

ସେପଟେ ବଲାଙ୍ଗିର ପରେ କେନ୍ଦ୍ରାପଡ଼ା ଯାଏ ଜାଲ୍‌ ସାର୍ଟିଫିକେଟ୍‌ ଚେର ଲମ୍ବିଛି। କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକମଣ୍ଡଳରେ ଗ୍ରାମୀଣ ଡାକସେବକ ଶାଖା ପୋଷ୍ଟମାଷ୍ଟର ନିଯୁକ୍ତି ବେଳେ ଜାଲ୍‌ ସାର୍ଟିଫିକେଟ୍‌ ଧରାପଡିଛି। ମାଟ୍ରିକ ସାର୍ଟିଫିକେଟ୍‌ ଯାଞ୍ଚ ବେଳେ ଡାକ ଅଧୀକ୍ଷକଙ୍କ ଦ୍ୱାରା ଧରା ପଡିଛନ୍ତି ଆବେଦନକାରୀ। ଆବେଦନକାରୀ ଜଣକ ହେଲେ ଭଦ୍ରକ ଜିଲ୍ଲା ଲୁଣିଆ ଗାଁର ଅନୀତା ଜେନା। ଜାଲ୍‌ ସାର୍ଟିଫିକେଟ୍‌ଟି ଆଦର୍ଶ ଆରୟା ଏସ୍‌ ଏସ୍‌ ହାଇସ୍କୁଲ, ହରଦୋଇ ଉତ୍ତରପ୍ରଦେଶ ଅଞ୍ଚଳର ବୋଲି ଜଣାପଡ଼ିଛି। ଉତ୍ତରପ୍ରଦେଶରେ ପରୀକ୍ଷା ଦେଇ ସେ ଓଡ଼ିଆରେ ୯୯ ମାର୍କ ରଖିଥିବା ଦେଖିବାକୁ ମିଳିଛି। 

Fake Certificate Fake Certificate Racket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ