ରାସ୍ତାକଡ଼ ଗଡ଼ିଆରେ ପଡ଼ି ଚାଲିଗଲା ୪ ଶିଶୁଙ୍କ ଜୀବନ

ଚାରି ଚାରି ଜଣ ଶିଶୁଙ୍କୁ ହରାଇ କାନ୍ଦବୋବାଳିରେ ଫାଟି ପଡ଼ୁଛି ପରିବେଶ । ଏହି ଅଘଟଣ ପାଇଁ ଠିକାଦାରଙ୍କୁ ଦାୟୀ କରି ଲୋକେ କ୍ଷତିପୂରଣ ଦାବି କରିଛନ୍ତି ।

People

ବ୍ୟବସ୍ଥାରେ ଚରମ ଅବହେଳା ପାଇଁ ଚାଲିଗଲା ୪ ନିରୀହ ଶିଶୁଙ୍କ ଜୀବନ । ରାସ୍ତା କାମ ପାଇଁ ରାସ୍ତା କଡ଼ରୁ ମାଟି ଉଠାଯିବା ପରେ ସେହି ପାଣିଭର୍ତ୍ତି ଖାଲରେ ପଡ଼ି ୪ ନାବାଳକଙ୍କ ମୃତ୍ୟୁ । କୋରାପୁଟ ମାଝୀଗୁଡ଼ା ଗାଁରେ ଘଟିଛି ଏଭଳି ଅଭାଭାନୀୟ ଘଟଣା । ମୃତକଙ୍କ ମଧ୍ୟରେ ୩ ଜଣ ବାଳିକା ଓ ଜଣେ ବାଳକ ଅଛନ୍ତି । ସମସ୍ତଙ୍କ ବୟସ ୫ ରୁ ୭ ବର୍ଷ ମଧ୍ୟରେ ହେବ ।

କୋରାପୁଟ ସଦର ଥାନା ପାଇକ ଫୁଲବେଡା ନିକଟରେ ଓଡପୁର-ମାଝିଗୁଡା ଗାଁ ଦେଇ ଭାରତମାଳା ପ୍ରକଳ୍ପ ରାସ୍ତା ର୍ନିମାଣ କରାଯାଉଛି । ତେବେ ଏହି ରାସ୍ତା କାମ ପାଇଁ ଠିକାଦାର ଜଣକ ରାସ୍ତାକଡ଼ରୁ ମାଟି ଖୋଳି ଦେଇଥିବାରୁ ସେଠାରେ ବର୍ଷା ପାଣି ଜମି ରହିଥିଲା । ପିଲାମାନେ ସେହି ରାସ୍ତା ଦେଇ ଯାଉଥିବା ବେଳେ ପାଣି ଭର୍ତ୍ତି ଖାଲରେ ଖସି ଯାଇଥିବା ଅନୁମାନ କରାଯାଉଛି ।

ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଂଚିଥିଲା । ତେବେ ସେତେବେଳକୁ ୪ ଶିଶୁଙ୍କ ଜୀବନ ଚାଲିଯାଇଥିଲା । ଏହି ଘଟଣା ପରେ ମାଝିଗୁଡ଼ାରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ଚାରି ଚାରି ଜଣ ଶିଶୁଙ୍କୁ ହରାଇ କାନ୍ଦବୋବାଳିରେ ଫାଟି ପଡ଼ୁଛି ପରିବେଶ । ଏହି ଅଘଟଣ ପାଇଁ ଠିକାଦାରଙ୍କୁ ଦାୟୀ କରି ଲୋକେ କ୍ଷତିପୂରଣ ଦାବି କରିଛନ୍ତି ।