ପୂର୍ବତନ ବିଧାୟକ ଉଭାନ୍‌ ! ୩ ଦିନ ହେଲା ପତ୍ତା ମିଳୁନି, ଅପହରଣ ସନ୍ଦେହ

ଗୁରୁବାର ସକାଳ ସାଢ଼େ ୮ଟାରେ ବାହାରିଥିଲେ ସରୋଜ । ତା’ରେ ସେ ଆଉ ଘରକୁ ଫେରିନାହାନ୍ତି ।

Saroj Padhi

କୁଆଡ଼େ ଗଲେ ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ ? ଗତ ଦୁଇ ଦିନରୁ ତାଙ୍କର ପତ୍ତା ମିଳୁନି । ଗତ ୧୨ ତାରିଖଠାରୁ ସେ ନିଖୋଜ ଥିବା ନେଇ କ୍ୟାପିଟାଲ୍ ଥାନାରେ ଏତଲା ଦାଏର ହୋଇଛି । ହେଲେ ପୋଲିସ୍ ହାତ ଏବେ ବି ଖାଲି । ଅଭିଯୋଗ ଅନୁସାରେ, ଗୁରୁବାର ସକାଳ ସାଢ଼େ ୮ଟାରେ ବାହାରିଥିଲେ ସରୋଜ । ତା’ରେ ସେ ଆଉ ଘରକୁ ଫେରିନାହାନ୍ତି ।

ନିଖୋଜ ପୂର୍ବରୁ ସେ ଭୁବନେଶ୍ୱର ୟୁନିଟ-୬ ଘରକୁ ଯାଇଥିଲେ । ସେଠାରୁ ସେ କୁଆଡ଼େ ଗଲେ, କେଉଁଠି ଅଛନ୍ତି, କୌଣସି ପତ୍ତା ମିଳୁନଥିବା ତାଙ୍କ ପୁଅ ଥାନାରେ ଅଭିଯୋଗ କରିଛନ୍ତି । ବାପାଙ୍କ ନିଖୋଜ ପଛରେ ଅପହରଣ ସନ୍ଦେହ ବାରିଛନ୍ତି ତାଙ୍କ ପୁଅ ସଙ୍ଗୀତ ପାଢ଼ୀ । କାରଣ ଗତ କିଛି ଦିନରୁ ସରୋଜଙ୍କୁ ଏକ କଲ୍ ଆସୁଥିଲା, ଯାହା ପାଇଁ ସେ ଚିନ୍ତିତ ରହୁଥିଲେ । ସେଦିନ ବି ଏକ ଫୋନ୍ କଲ୍ ପରେ ସେ ଘରୁ ବାହାରକୁ ଯାଇଥିଲେ । ଆଉ ସେବେଠୁ ତାଙ୍କ ଫୋନ୍ ସ୍ୱିଚ୍‌ଅଫ୍‌ ଆସୁଛି । ଏହାସହ ସହ ତାଙ୍କ ସମ୍ପର୍କରେ କୌଣସି ଖୋଜ ଖବର ମଧ୍ୟ ମିଳୁନି । ଗତ ୨୦୦୪ରେ ଆସିକାରୁ ସ୍ୱାଧୀନ ଭାବେ ବିଧାୟକ ଜିତିଥିଲେ ସରୋଜ ପାଢ଼ୀ ।