Two Former Ministers Linked to Hansita:୨ ପୂର୍ବତନ ମନ୍ତ୍ରୀଙ୍କ ସାହାଯ୍ୟରେ ହଂସିତା ଚଳାଇଥିଲେ କି କଳା ସାମ୍ରାଜ୍ୟ ? 

ପୂର୍ବତନ ଶିଳ୍ପମନ୍ତ୍ରୀଙ୍କ ଛତ୍ରଛାୟାରେ ହଂସିତା ଓ ଅନୀଲ ଆରମ୍ଭ କରିଥିଲେ ତାଙ୍କର କଳା ସାମ୍ରାଜ୍ୟ। ସବୁ ଶିଳ୍ପ ସଂସ୍ଥା ଓ କର୍ପୋରେଟ ହାଉସ ଗୁଡିକରେ ତାଙ୍କର ଥିଲା ଅବାଧ ପ୍ରବେଶ। ତେବେ ହଂସିତାଙ୍କ ଲିଙ୍କ୍‌ରେ ଦୁଇ ପୂର୍ବତନ ମନ୍ତ୍ରୀ କିଏ ?

Two Former Ministers Linked to Hansita

ହଂସିତାଙ୍କ ଲିଙ୍କ୍‌ରେ ଦୁଇ ପୂର୍ବତନ ମନ୍ତ୍ରୀ କିଏ ? ଦୁଇ ପୂର୍ବତନ ମନ୍ତ୍ରୀ ଓ ବିଧାୟକଙ୍କ ସାହାଯ୍ୟରେ ହଂସିତାଙ୍କ ତାଙ୍କ କଳା ସାମ୍ରାଜ୍ୟ ଚଳାଇଥିଲେ କି ? ଏ ସବୁର ତଥ୍ୟ ଏବେ ଆୟକର ବିଭାଗ ହାତରେ । ୫ ବିଲ୍ଡର ମଧ୍ୟ ହଂସିତା ଟଙ୍କାରେ କୋଟିପତି ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି। ପୂର୍ବତନ ଶିଳ୍ପମନ୍ତ୍ରୀଙ୍କ ଛତ୍ରଛାୟାରେ ହଂସିତା ଓ ଅନୀଲ ଆରମ୍ଭ କରିଥିଲେ ତାଙ୍କର କଳା ସାମ୍ରାଜ୍ୟ। ସବୁ ଶିଳ୍ପ ସଂସ୍ଥା ଓ କର୍ପୋରେଟ ହାଉସ ଗୁଡିକରେ ତାଙ୍କର ଥିଲା ଅବାଧ ପ୍ରବେଶ। ସବୁ ସ୍ଥାନରୁ ଆରମ୍ଭ କରିଦେଇଥିଲେ କମିଶନ ବେପାର। 

ନୂଆଦିଲ୍ଲୀର ଗୁରୁଗ୍ରାମରେ ହାଇପ୍ରୋଫାଇଲ ଫ୍ଲାଟ୍‌, ଫାର୍ମ ହାଉସ ଓ ଭୁବନେଶ୍ବରର ଏକାଧିକ ଜମିର ହୋଇଥିଲେ ମାଲିକାଣୀ। ଶିଳ୍ପପତି ସରୋଜ ସାହୁଙ୍କୁ ବି ଏହାରି ମଧ୍ୟମରେ ଫସାଇଥିଲା ହଂସିତା। ଗତକାଲିଠୁ ଧରିଥିବା ସରୋଜ ସାହୁକୁ ଆୟକର ବିଭାଗ ଜେରା ଜାରି ରଖିଥିବା ବେଳେ ଆବଶ୍ୟକ ପଡ଼ିଲେ ହଂସିତା-ଅନୀଲଙ୍କୁ ପୁଣି ଥରେ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିବୁ ବୋଲି କହିଛି ପୋଲିସ।  

ଅଧିକ ପଢ଼ନ୍ତୁ: କାନ୍ଦିଲେ ହଂସିତା ଅଭିଲିପ୍ସା, କହିଲେ ସବୁ ସତ କହିବି ...

ସ୍ପେଶାଲ କ୍ରାଇମ୍ ୟୁନିଟ୍ ସେଲ ଉଭୟଙ୍କୁ ଧରି ଅନୀଲ ଓ ହଂସିତାଙ୍କୁ ନେଇ ଆପାର୍ଟମେଣ୍ଟକୁ ଯାଇଥିଲା । ଭୁବନେଶ୍ବର ରଘୁନାଥପୁର ସ୍ଥିତ ଜେଡ୍ ୱାନ୍ ଆପାର୍ଟମେଣ୍ଟ । ଯେଉଁଠି ରହିଛି ହଂସିତାଙ୍କ ଡିଜିଟାଲ୍ ଲକ୍ ବାଲା ଫ୍ଲାଟ୍ । ହଂସିତାଙ୍କ ଟିପ ଚିହ୍ନ ସହାୟତାରେ ଡିଜିଟାଲ୍ ଲକ୍ ଖୋଲିବା ପରେ ଘରେ ପଶିଥିଲା ଟିମ୍ । ଆଉ ଠାବ କରିଥିଲା ଆଖିଖୋସା ସଂପତ୍ତି । ଏହି ଭବ୍ୟ ଆପାର୍ଟମେଣ୍ଟରେ ଆହୁରି ବି ୨ଟି ଫ୍ଲାଟ୍ ରହିଛି । ସେଥିରେ ମଧ୍ୟ ଗତକାଲି ଦିନତମାମ୍ ଛାପା ମାରିଥିଲା ଆୟକର ବିଭାଗ । 

ଆୟକର ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଭୁବନେଶ୍ୱରରେ ହଂସିତା-ଅନିଲଙ୍କ ମୋଟ ୫ଟି ଦାମୀ ଫ୍ଲାଟ୍, କୋଟି କୋଟି ଟଙ୍କାର ବ୍ୟାଙ୍କ ବାଲାନ୍ସ, ୫ଟି ନାମୀଦାମୀ କାର, ବ୍ୟାଙ୍କ ଲକରରେ ହୀରା ଅଳଙ୍କାର ସହ ପ୍ରାୟ ୮୦ରୁ ୯୦ କୋଟିର ସ୍ଥାବର ଅସ୍ଥାବର ସଂପତ୍ତି ରହିଛି । ଏସବୁର ତଥ୍ୟ ଦେବାକୁ ବ୍ୟାଙ୍କକୁ କହିଛି ଆୟକର ବିଭାଗ। ସରୋଜ ସାହୁ ନୁହଁନ୍ତି ଅନ୍ୟତମ ସ୍ବାମୀ କୁହାଯାଉଥିବା କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟଙ୍କ ଘରେ ଆୟକର ବିଭାଗ ରେଡ୍‌ କରିଛି।

ଅଧିକ ପଢ଼ନ୍ତୁ: ସହଦେବ ନାୟକ ହତ୍ୟାକାଣ୍ଡ: ପୋଲିସର ସିନ୍ ରିକ୍ରିଏସନ