ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତ

ପତ୍ନୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରାମମୂର୍ତ୍ତି । ୧୧ ଜଣ ସାକ୍ଷୀ ଓ ୧୫ଟି ଦସ୍ତାବିଜ୍ ଆଧାରରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଭୁବନେଶ୍ୱର ସ୍ପେଶାଲ କୋର୍ଟ ।

ପୂର୍ବତନ ବିଧାୟକ ରାମମୂର୍ତ୍ତି ଦୋଷୀ

ପୂର୍ବତନ ଗୁଣପୁର ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତ । ପତ୍ନୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରାମମୂର୍ତ୍ତି । ୧୧ ଜଣ ସାକ୍ଷୀ ଓ ୧୫ଟି ଦସ୍ତାବିଜ୍ ଆଧାରରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଭୁବନେଶ୍ୱର ସ୍ପେଶାଲ କୋର୍ଟ ।

ଆସନ୍ତା ମଙ୍ଗଳବାର ଦଣ୍ଡ ବିଧାନ ଶୁଣାଣି ହେବ । ୧୯୯୫ ଅଗଷ୍ଟ ମାସ ୨୯ତାରିଖ ତଥା ଗଣେଶ ପୂଜା ଦିନ ବିଧାୟକଙ୍କ ବାସଭବନରେ ପତ୍ନୀ ଶଶିରେଖା ଗମାଙ୍ଗଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା ।

ଖାରବେଳ ନଗର ସ୍ଥିତ ଘରୁ ପତ୍ନୀଙ୍କ ପୋଡ଼ା ମୃତଦେହ ମିଳିଥିଲା । ଘଟଣାରେ ପ୍ରଥମେ ୟୁଡି ଓ ପରେ ହତ୍ୟା ମାମଲା ରୁଜୁ କରିଥିଲା ପୋଲିସ ।