ହାତୀଦାନ୍ତ କାରବାର ଲିଙ୍କରେ ଗହଣା ବ୍ୟବସାୟୀ; ୩ ଜଣଙ୍କୁ ବାନ୍ଧିଲା ବନବିଭାଗ

ଗିରଫଙ୍କ ଭିତରେ ଜଣେ ଗହଣା ବ୍ୟବସାୟୀ ଥିବା ସୂଚନା ମିଳିଛି । ହାତୀ ଦାନ୍ତ କେଉଁଠୁ ଆଣିଲେ, କାହାକୁ ବିକ୍ରି ହୋଇଥାନ୍ତା ସେ ନେଇ ଖୋଳତାଡ ଚାଲିଛି ।

ଦେବଗଡ଼ରୁ ହାତୀଦାନ୍ତ ଜବତ

ଦେବଗଡ ବନଖଣ୍ଡ ଅଞ୍ଚଳରେ ହାତୀଦାନ୍ତ ଜବତ ହୋଇଛି । ହୋଟେଲ ଉପରେ ଚଢ଼ାଉ କରି ହାତୀ ଦାନ୍ତ ଜବତ କରିଛି ବନବିଭାଗ । ହାତୀଦାନ୍ତ କାରବାର ଲିଙ୍କରେ ତିନି ଜଣ ଗିରଫ ମଧ୍ୟ ହୋଇଛନ୍ତି ।

ଗିରଫଙ୍କ ଭିତରେ ଜଣେ ଗହଣା ବ୍ୟବସାୟୀ ଥିବା ସୂଚନା ମିଳିଛି । ହାତୀ ଦାନ୍ତ କେଉଁଠୁ ଆଣିଲେ, କାହାକୁ ବିକ୍ରି ହୋଇଥାନ୍ତା ସେ ନେଇ ଖୋଳତାଡ ଚାଲିଛି । ଅଭିଯୁକ୍ତମାନେ କେବେଠାରୁ ହାତୀ ଦାନ୍ତ କାରବାରରେ ସଂପୃକ୍ତ ଅଛନ୍ତି ସେ ନେଇ ପଚରାଉଚରା ଚାଲିଛି ।

ସେପଟେ ଏନେଇ ଦେବଗଡ଼ ଡିଏଫ୍‌ଓ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏନେଇ ତଦନ୍ତ ଜାରି ରହିଛି । ତିନି ଜଣ ଲୋକଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ ଆମର ଇଣ୍ଟରଗେସନ ଚାଲିଛି । ପରେ ଏ ସମ୍ପର୍କରେ ତଥ୍ୟ ପଦାକୁ ଆସିବ । ଯାହାଜଣା ପଡ଼ୁଛି ଏମାନେ ହେଉଛନ୍ତି ମଧ୍ୟସ୍ତି । ଏମାନେ କାହାଠାରୁ ଆଣୁଛନ୍ତି କିମ୍ବା କାହାକୁ ହାତୀ ଦାନ୍ତ ଦେଉଛନ୍ତି ।

ଏ ସମ୍ପର୍କରେ ଆମେ ଇନ୍‌ଭେଷ୍ଟିଗେସନ୍‌ କରୁଛୁ । ନିଶ୍ଚୟ ଏହି ମାମଲାରେ ବଡ଼ ବଡ଼ ଲିଙ୍କ୍‌ ଥିବ ବୋଲି ଅନୁମାନ କରାଯାଉଥିବା ଦେବଗଡ଼ ଡିଏଫ୍‌ଓ କହିଛନ୍ତି ।

ଅନ୍ୟପେଟ ରାଜ୍ୟରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା ସାମ୍‌ନାକୁ ଆସିଛି । ଶିକାରୀମାନେ ହାତୀ ଶିକାର କରିବା ସହ ଦାନ୍ତ କାଟି ନେଇଥିବା ଅଭିଯୋଗ ହେଉଛି ।