Advertisment

ଭିଜିଲାନ୍ସ ଜାଲରେ ଫୁଡ୍ ସେଫ୍ଟି ଅଫିସର; ୫ ହଜାର ଲାଞ୍ଚ ନେବା ବେଳେ ଧରାପଡ଼ିଲେ

କେନ୍ଦ୍ରାପଡାର ଫୁଡ୍ ସେଫ୍ଟି ଅଫିସର ବିଭାଶ ମଜୁମଦାରଙ୍କୁ ଧରିଲା ଭିଜିଲାନ୍ସ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ତାଙ୍କୁ କାବୁ କରିଛି।

ଅଦ୍ୟତନ ହୋଇଛି
Food Safety Officer Under Vigilance Scanner

Food Safety Officer Under Vigilance Scanner

Advertisment

ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଫୁଡ୍ ସେଫ୍ଟି ଅଧିକାରୀ । କେନ୍ଦ୍ରାପଡାର ଫୁଡ୍ ସେଫ୍ଟି ଅଫିସର ବିଭାଶ ମଜୁମଦାରଙ୍କୁ ଧରିଲା ଭିଜିଲାନ୍ସ । 

Advertisment

ବାବା ପଲିଟ୍ରେଡ୍ରସ ଲାଇସେନ୍ସ ରିନୁ ପାଇଁ ମାଲିକ ସଞ୍ଜୟ ପ୍ରଧାନଙ୍କୁ ବାରମ୍ବାର ହଇରାଣ କରୁଥିଲେ। ଆଗରୁ ୪୦ ହଜାର ଟଙ୍କା ନେଇଥିଲେ। ଆଉ ଅବଶିଷ୍ଟ ଟଙ୍କା ନେବାକୁ ଆଜି ସମୟ ଦେଇଥିଲେ । ନିର୍ଦ୍ଧାରିତ ସମୟରେ ଜାତୀୟ ରାଜପଥ ତିନିମୁହାଣୀ ଛକରୁ ଭିଜିଲାନ୍ସ ଟିମ୍ ତାଙ୍କୁ ଅପେକ୍ଷା କରିଥିଲେ।

ଅଧିକ ପଢନ୍ତୁ: ପୋଲିସକୁ ମହଙ୍ଗା ପଡ଼ିଲା ଲାଞ୍ଚ; ୨ ପୋଲିସ ଅଧିକାରୀଙ୍କୁ ମାଡ଼ିବସିଲା ଭିଜିଲାନ୍ସ ଟିମ୍ ...

Advertisment

ସଞ୍ଜୟଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ତାଙ୍କୁ କାବୁ କରିଛି। ଭିଜିଲାନସ୍ ଟିମ୍ ଭଡ଼ା ଘର, ପୈତୃକ ଘରେ ରେଡ କରିଛି । ଭିଜିଲାନସ୍ ଟିମ୍‌କୁ ଦେଖି କାନ୍ଦିବା ଆରମ୍ଭ କରିଥିଲେ ଫୁଡ୍ ସେଫ୍ଟି ଅଧିକାରୀ ।

Vigilance Vigilance Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ