Advertisment

ଜୀବନ ସହ ଲଢୁଛନ୍ତି FM କଲେଜ ପୀଡ଼ିତା, ଏମ୍ସରେ ପହଞ୍ଚି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

ସମସ୍ତେ ଜାଣିଥିଲେ, କେହି ଶୁଣିଲେନି...ଅଧ୍ୟାପକଙ୍କ ଯୌନ ନିର୍ଯାତନାରୁ ତିଳ ତିଳ ହୋଇ ଜଳିବା ପରେ...ପ୍ରିନସିପାଲଙ୍କ ଚାମ୍ବର ଆଗରେ ନିଜକୁ ପୂରା ଜାଳିଦେବାର ଚେଷ୍ଟା ପରଠୁ, ଭୁବନେଶ୍ବର AIIMSରେ ମରଣ ସହ ଯୁଝୁଛନ୍ତି ଏଫ୍ଏମ୍ କ୍ୟାମ୍ପସ ପୀଡ଼ିତା।...ଆଉ ଜୀବନ ବଞ୍ଚାଇବାକୁ ଲଢ଼େଇ ଜାରି ରଖିଛନ୍ତି ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତରଙ୍କୁ ନେଇ ଗଠିତ ୮ ଜଣିଆ ବିଶେଷଜ୍ଞ ଟିମଙ୍କ ସହ ପୂରା ଚିକିତ୍ସା ବ୍ୟବସ୍ଥା।...

FM College burn

FM College burn

Advertisment

ଆତ୍ମାହୁତି ଉଦ୍ୟମ ପରଠୁ AIIMS ଭେଣ୍ଟିଲେଟରରେ ଜୀବନ ସହ ଲଢୁଛନ୍ତି FM କଲେଜ ପୀଡ଼ିତା । ଶରୀରର ପାଖାପାଖି ୯୫ ଭାଗ ପୋଡ଼ିଯାଇଥିବାରୁ ସ୍ଥିତି ଏବେ ବି ଜଟିଳ ଥିବା ସୂଚନା ଦେଇଛନ୍ତି ଏମ୍ସ କର୍ତ୍ତୃପକ୍ଷ । ସେପଟେ ଆଜି ଦିଲ୍ଲୀ ଫେରୁ ଫେରୁ ଭୁବନେଶ୍ବର ଏମ୍ସ ଯାଇ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବା ସହ ଦରକାର ହେଲେ ତାଙ୍କୁ ଦିଲ୍ଲୀ ଏମସକୁ ଏୟାରଲିଫ୍ଟ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Advertisment

ସମସ୍ତେ ଜାଣିଥିଲେ, କେହି ଶୁଣିଲେନି...ଅଧ୍ୟାପକଙ୍କ ଯୌନ ନିର୍ଯାତନାରୁ ତିଳ ତିଳ ହୋଇ ଜଳିବା ପରେ...ପ୍ରିନସିପାଲଙ୍କ ଚାମ୍ବର ଆଗରେ ନିଜକୁ ପୂରା ଜାଳିଦେବାର ଚେଷ୍ଟା ପରଠୁ, ଭୁବନେଶ୍ବର AIIMSରେ ମରଣ ସହ ଯୁଝୁଛନ୍ତି ଏଫ୍ଏମ୍ କ୍ୟାମ୍ପସ ପୀଡ଼ିତା।...ଆଉ ଜୀବନ ବଞ୍ଚାଇବାକୁ ଲଢ଼େଇ ଜାରି ରଖିଛନ୍ତି ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତରଙ୍କୁ ନେଇ ଗଠିତ ୮ ଜଣିଆ ବିଶେଷଜ୍ଞ ଟିମଙ୍କ ସହ ପୂରା ଚିକିତ୍ସା ବ୍ୟବସ୍ଥା।...ସଂକଟାପନ୍ନ ଅବସ୍ଥାରେ ଏମ୍ସ ବର୍ଣ୍ଣ ୟୁନିଟରେ ଭର୍ତ୍ତି ହେବା ପରଠୁ ୨୪ ଘଣ୍ଟା ହେଲାଣି ଭେଣ୍ଟିଲେଟରରେ ଅଛନ୍ତି ପୀଡିତା । AIIMS ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ ପୀଡ଼ିତାଙ୍କ ଶରୀରର ପାଖାପାଖି ୯୫ ପ୍ରତିଶତ ପୋଡ଼ିଯାଇଛି । ସ୍ଥିତି ଜଟିଳ ଅଛି। ଆଗାମୀ ୪୮ ଘଣ୍ଟା ସବୁଠି ବେଶି ଗୁରୁତ୍ବପୂର୍ଣ୍ଣ।...ବର୍ଣ୍ଣ ୟୁନିଟ୍ ବିଭାଗୀୟ ମୁଖ୍ୟ ଡାକ୍ତରଙ୍କ କହିବା କଥା ପୀଡ଼ିତାଙ୍କ ଶ୍ବାସନଳୀ ପୋଡ଼ି ଯିବା ସହ କିଡନି, ଲଙ୍ଗସ, ହାର୍ଟ ଭଳି ସବୁ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ପ୍ରଭାବିତ ହୋଇଛି। ବ୍ଲଡପ୍ରେସର ମଧ୍ୟ ବହୁତ ଖରାପ ସ୍ତରରେ ଅଛି। ତେଣୁ ପ୍ରଥମେ ତାଙ୍କ ଜୀବନ ବଞ୍ଚାଇବାକୁ ସର୍ବୋଚ୍ଚ ଚିକିତ୍ସା ସୁବିଧା ସହ ଏସବୁ ଅଙ୍ଗକୁ ଷ୍ଟେବୁଲ କଣ୍ଡିସନକୁ ଅଣାଯିବାକୁ ଉଦ୍ୟମ ଚାଲିଛି। ଏହା ପରେ ହିଁ ବର୍ଣ୍ଣ ଟ୍ରିଟମେଣ୍ଟ ଆରମ୍ଭ। ସେହିପରି ଆଜିଠୁ ଡାଏଲିସିସ୍ ଆରମ୍ଭ ହେବାନେଇ ବି ସେ ସୂଚନା ଦେଇଛନ୍ତି।...

FM ଅଟୋନମସ୍ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପରଠୁ ସାରା ରାଜ୍ୟର ଆଖି ଏବେ ଭୁବନେଶ୍ବର AIIMS ଉପରେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଦିଲ୍ଲୀରୁ ଫେରୁ ଫେରୁ ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂଦେଓଙ୍କ ସହ ଏମସ ଯାଇ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଛନ୍ତି। ଏମସ ନିର୍ଦ୍ଦେଶକ ଓ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରିବା ସହ ପୀଡ଼ିତାଙ୍କ ବାପା-ମାଆଙ୍କୁ ଭେଟି ସାନ୍ତ୍ବନା ବି ଦେଇଛନ୍ତି। ଏଥିସହ ପୀଡ଼ିତାଙ୍କୁ ଦିଲ୍ଲୀ ଏମସ ଷ୍ଟାଣ୍ଡାର୍ଡର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ସ୍ବାସ୍ଥ୍ୟାବସ୍ଥାରେ ଟିକେ ସୁଧାର ଆସିଲେ ଆବଶ୍ୟକ ପଡ଼ିଲେ ଦିଲ୍ଲୀ ଏମସକୁ ଏୟାରଲିଫ୍ଟ କରାଯିବ ବୋଲି ବି କହିଛନ୍ତି ମୁଖ୍ୟମନ୍ତ୍ରୀ। ସିଏମଙ୍କ ପୂର୍ବରୁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ଏମସ ଯାଇ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥାର ଅନୁଧ୍ୟାନ କରିଥିଲେ। ସେହିପରି କଂଗ୍ରେସ୍ ଓ ବିଜେଡିର ପ୍ରତିନିଧି ଦଳ ମଧ୍ୟ ଏମ୍ସ ଯାଇ ପୀଡ଼ିତାଙ୍କ ସ୍ବାସ୍ଥାବସ୍ଥା ପଚାରି ବୁଝିଛନ୍ତି।

Advertisment

ଅପରପକ୍ଷେ ପୀଡିତାଙ୍କ ଆତ୍ମାହୁତି ଉଦ୍ୟମ ବେଳେ ତାଙ୍କୁ ବଞ୍ଚାଇବାର ପ୍ରୟାସରେ ଆହତ ହୋଇଥିବା ଛାତ୍ର ଜ୍ୟୋତି ପ୍ରକାଶ ବିଶ୍ବାଳଙ୍କୁ ଆଜି କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ହାତ ଓ ମୁହଁ ପୋଡ଼ି ଯାଇଥିବାରୁ ଚିକିତ୍ସା ଚାଲିଛି।...

Bhubaneswar AIIMS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ