ipl betting
ଆଇପିଏଲରେ ବେଟିଂ ବେଳେ ୫ ଜଣଙ୍କୁ ଗିରଫ କରିଛି ବ୍ରହ୍ମପୁର ଗୋଷଣୀ ନୂଆଗାଁ ପୋଲିସ । ଆଇପିଏଲ୍ ମ୍ୟାଚ୍ ଚାଲିଥିବା ବେଳେ ଅନଲାଇନରେ ବେଟିଂ କରିବା ସହ ତାହାର ଲିଙ୍କକୁ ସୋସିଆଲ ମିଡିଆରେ ଜୁଆଡ଼ି ମାନଙ୍କୁ ପଠାଇ ସଟ୍ଟା କେଳର ପର୍ଦ୍ଦାଫାସ କରିଛି ବ୍ରହ୍ମପୁର ପୋଲିସ । ଏହି ବେଟିଂର ମୁଖ୍ୟ ଅଭିଯୁକ୍ତ ଦିପୁ ସମେତ ୫ଜଣ ବୁକିକୁ ଗିରଫ କରାଯାଇଛି । ତାଙ୍କଠାରୁ ୪ ଲକ୍ଷ ୫୬ ହଜାର ଟଙ୍କା, ୨୦୩ ଗ୍ରାମ ସୁନା, ଏକ କାର ଓ ୬ଟି ମୋବାଇଲ ଜବତ ହୋଇଛି
ଏହି ପୁରା ବେଟିଂ ର୍ୟାକେଟ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର କୋଲକାତା ସହରରୁ ପରିଚାଳିତ ହେଉଥିବା ପୋଲିସ ସୂଚନା ଦେଇଛି । ଗୁଗଲରେ ୪ଟି ଅନଲାଇନ୍ ସାଇଟରେ ହେଉଥିଲା ସଟ୍ଟା । ଗିରଫ ୫ଜଣ ବୁକି ଏହି ଲିଙ୍କକୁ ହ୍ୱାଟ୍ସ ଅପ୍ ଜରିଆରେ ମଧ୍ୟସ୍ଥି ଓ ସଟ୍ଟା ମାରୁଥିବା ଯୁବକଙ୍କୁ ପଠାଉଥିଲେ ।
ବିଶ୍ୱସ୍ତ ସୂତ୍ରରୁ ଜୁଆଡ଼ ଦୀପକ ନାହାକ ଆଇପିଏଲ୍ ସଟ୍ଟା ଚଳାଇଥିବା ବେଳେ ପୋଲିସ ଖବର ପାଇବା ପରେ ଅପରେସନ ଆରମ୍ଭ କରିଥିଲା । ବ୍ରହ୍ମପୁର ଉପକଣ୍ଠ କନିଷି ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତ ଦିପୁକୁ କାବୁ କରିବା ପରେ ପୁରା ର୍ୟାକେଟକୁ ପୋଲିସ ଧରିଛି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652789829.jpg)