Firing inside Chandigarh court
ରୋଚକ ଘଟଣା । କୋର୍ଟରେ ଜ୍ୱାଇଁକୁ ଗୁଳି କରି ହତ୍ୟା । ପଞ୍ଜାବ ଚଣ୍ଡିଗଡ଼ ଜିଲ୍ଲା କୋର୍ଟରେ ଗୁଳିକାଣ୍ଡ ଘଟିଛି । ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଛି । IRS ଜ୍ୱାଇଁକୁ ଗୁଳି କରି ହତ୍ୟା କରିଛି ଶ୍ୱଶୁର । ତାଙ୍କ ଶ୍ୱଶୁର ପଞ୍ଜାବ ପୋଲିସର ନିଲମ୍ବିତ AIG । ଝିଅର ଛାଡ଼ପତ୍ର ମାମଲାର ଶୁଣାଣି ବେଳେ ଗୁଳିମାଡ଼ କରିଥିବା ନେଇ ସୂଚନା ମିଳିଛି ।
ଚଣ୍ଡିଗଡ଼ ଜିଲ୍ଲା କୋର୍ଟରେ ପଞ୍ଜାବର ପୂର୍ବତନ ଏଆଇଜି କ୍ୱାଇଁକୁ ଗୁଳି କରି ହତ୍ୟା କରିଛନ୍ତି । ମୃତ ଜ୍ୱାଇଁ ହେଉଛନ୍ତି ଜଣେ ଆଇଆରଏସ ଅଧିକାରୀ । ଦୁଇ ପରିବାର ପକ୍ଷରୁ ହୋଇଥିବା ବିବାଦକୁ ନେଇ ଫ୍ୟାମିଲ କୋର୍ଟରେ ମାମଲା ଚାଲିଥିଲା । ଏହି ସମୟରେ ଅଭିଯୁକ୍ତ ବାଥରୁମ୍ ଯିବାକୁ କହିଥିଲେ । ଜ୍ୱାଇଁ ରାସ୍ତା ଦେଖାଇବାକୁ କହିଥିଲେ । ଦୁହେଁ କୋର୍ଟ ରୁମ୍ରୁ ବାହାରକୁ ଯିବା ପରେ ଶଶୁର ନିଜ ବନ୍ଧୁକରେ ୫ ଥର ଫାୟାରିଂ କରିଥିଲେ । ଏଥୁରୁ ୨ଟି ଗୁଳି କ୍ୱାଇଁ ଦେହରେ ବାଜିଥିଲା । ଅନ୍ୟ ଗୁଳି କବାଟରେ ବାଜିଥିଲା ।
ଗୁଳି ଶବ୍ଦ ଶୁଣି କୋର୍ଟରେ ହଇଚଇ ସୃଷ୍ଟି ହୋଇଥିଲା । ଆହତ ଜ୍ୱାଇଁକୁ ତୁରନ୍ତ ହସପିଟାଲ ନେଉଥିବା ବେଳେ ବାଟରେ ଜୀବନ ଚାଲିଯାଇଥିଲା । ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା । ଏହାପରେ ପୋଲିସ ମାମଲାର ଯାଞ୍ଚ କରୁଥିବା ଜଣାପଡିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722691555.jpg)