Advertisment

କଟକରେ ବ୍ୟବସାୟୀଙ୍କୁ ବିଚ୍ ରାସ୍ତାରେ ଗୁଳି

କଟକ ସହର ଉପକଣ୍ଠରେ ବ୍ୟବସାୟୀଙ୍କୁ ବିଚ୍ ରାସ୍ତାରେ ଗୁଳି।  କନ୍ଦରପୁର ଥାନା ଅଥଙ୍ଗା ଠାରେ ହୋଇଛି ଏପରି ଗୁଳିମାଡ଼ । ଦିନ ଦ୍ୱିପହରରେ ଏପରି ଗୁଳିମାଡ ଘଟଣାକୁ ନେଇ ସାଧାରଣରେ ଆତଙ୍କ ଖେଳି ଯାଇଛି।

ଅଦ୍ୟତନ ହୋଇଛି
firing

firing at cuttack

Advertisment

କଟକ: କଟକ ସହର ଉପକଣ୍ଠରେ ବ୍ୟବସାୟୀଙ୍କୁ ବିଚ୍ ରାସ୍ତାରେ ଗୁଳି।  କନ୍ଦରପୁର ଥାନା ଅଥଙ୍ଗା ଠାରେ ହୋଇଛି ଏପରି ଗୁଳିମାଡ଼ । ଦିନ ଦ୍ୱିପହରରେ ଏପରି ଗୁଳିମାଡ ଘଟଣାକୁ ନେଇ ସାଧାରଣରେ ଆତଙ୍କ ଖେଳି ଯାଇଛି।  ଘଟଣା ଘଟିଛି ଆଜି ମଧ୍ୟାହ୍ନରେ।

Advertisment

  ଗୋଟିଏ ବାଇକ୍‌ରେ ୨ ଜଣ ଦୁର୍ବୃତ୍ତ ଆସି ଜଣେ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ କରିଥିବା ଜଣାପଡ଼ିଛି। ଗୁଳି ସଂପୃକ୍ତ ବ୍ୟବସାୟଙ୍କ ଗୋଡ଼ରେ ବାଜିଛି। ତାଙ୍କ ଅବସ୍ଥା ଗୁରୁତର ଅଛି। ତାଙ୍କୁ କଟକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। 

ତେବେ କାହିଁକି ଗୁଳିମାଡ ହେଲା ଏବଂ ଏହା ପଛର ରହସ୍ୟ କ’ଣ ଜଣାପଡ଼ିନି। ଏପରିକି  ଲୁଟ୍ ହୋଇଥିବା ନେଇ  କୌଣସି ସ୍ପଷ୍ଟ ସୂଚନା ମିଳିନି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Advertisment
Cuttack Firing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ