Advertisment

ଏୟାରପୋର୍ଟରେ ମହିଳା ଯାତ୍ରୀଙ୍କ ହାଇଡ୍ରାମା: କହିଲେ- ମୋ ଲଗେଜ୍‌ ଭିତରେ ବୋମା ଅଛି

ତତ୍‌କ୍ଷଣାତ୍‌ ତାଙ୍କ ବ୍ୟାଗକୁ CISF ଅଧିକାରୀ ଜବତ କରିବା ସହ ସନ୍ଧାନୀ କୁକୁରକୁ ଅଣାଯାଇଥିଲା।

ଅଦ୍ୟତନ ହୋଇଛି
Bomb Threat In Mumbai-Kolkata Airport

Female Passenger Of Mumbai-Kolkata Flight Gives Bomb Threat

Advertisment

ଏୟାରପୋର୍ଟରେ ମହିଳାଙ୍କ ହାଇଡ୍ରାମା। ଅତିରିକ୍ତ ଲଗେଜ୍‌ ବୋଝ ପାଇଁ ଟଙ୍କା ମାଗିବାରୁ ଭିତରେ ବୋମା ଅଛି ବୋଲି କହିଲେ ମହିଳା ଯାତ୍ରୀ। ରିପୋର୍ଟ ଅନୁସାରେ ମୁମ୍ବାଇ ଏୟାରପୋର୍ଟରେ ମହିଳା ଯାତ୍ରୀ ଜଣକ ହାତରେ ଦୁଇଟି ବ୍ୟାଗ ଧରି ଚେକ୍‌ ଇନ୍‌କୁ ପ୍ରବେଶ କରିଥିଲେ। ଏୟାର ଲାଇନ୍‌ ନିୟମ ଅନୁସାରେ ପ୍ରତ୍ୟେକ ଯାତ୍ରୀ ଗୋଟିଏ ବ୍ୟାଗ୍‌ ହିଁ ନେଇପାରିବେ। କେବଳ ସେତିକି ନୁହେଁ, ନେଇଥିବା ବ୍ୟାଗ୍‌ ୧୫ କେଜିରୁ ଅଧିକ ହୋଇନଥିବ। କିନ୍ତୁ ମହିଳାଙ୍କ ୧୫ କେଜିର ଅଧିକ ଓଜନର ଲଗେଜ୍‌ ଥିଲା।

Advertisment

ଅଧିକ ପଢ଼ନ୍ତୁ: ବିମାନରେ ବୋମା ! ଖବର ଶୁଣିବା ପରେ ଏୟାରପୋର୍ଟରେ ଆତଙ୍କ

ପ୍ରାଇଭେଟ୍‌ ଏୟାର ଲାଇନ୍‌ Customer Service Executive(CSE)  ଡିଏ ୱାଡକର ବ୍ୟାଗ୍‌ର ଅତିରିକ୍ତ ବୋଝ ପାଇଁ ଚାର୍ଜ ଲାଗିବ ବୋଲି କହିଥିଲେ। ମହିଳା ଜଣକ ଟଙ୍କା ଦେବା ପାଇଁ ମନା କରିଥିଲେ ଓ କର୍ମଚାରୀଙ୍କ ସହ ପାଟିତୁଣ୍ଡ କରିଥିଲେ। ବିମାନ କର୍ମଚାରୀ ଓ  CSE ଏୟାର ଲାଇନ୍‌ର ନିୟମ ତଥା ଗାଇଡଲାଇନ୍‌ ସମ୍ପର୍କରେ ମହିଳାଙ୍କୁ ବୁଝାଇଥିଲେ। କିନ୍ତୁ ତାଙ୍କ ବ୍ୟାଗ୍‌ରେ ବମ୍‌ ଥିବା ମହିଳା ଜଣକ କହିଥିଲେ। 

ତତ୍‌କ୍ଷଣାତ୍‌ ତାଙ୍କ ବ୍ୟାଗକୁ CISF ଅଧିକାରୀ ଜବତ କରିବା ସହ ସନ୍ଧାନୀ କୁକୁରକୁ ଅଣାଯାଇଥିଲା। ତେବେ ବ୍ୟାଗ୍‌ ଭିତରେ କିଛି ନଥିବାରୁ ଏହାକୁ ଗୁଜବ ବୋଲି କୁହାଯାଇଥିଲା। ଏନେଇ ମହିଳାଙ୍କ ବିରୋଧରେ IPC ଧାରା ୩୩୬( ଅନ୍ୟର ଜୀବନକୁ ବିପଦରେ ପକାଇବା), ଧାରା ୫୦୨(ଖ) (ବଦମାସୀ କରିବା) ଅନୁସାରେ ପୋଲିସ ମାମଲା ରୁଜୁ କରିବା ସହ ତାଙ୍କୁ ଅଟକ ରଖିଛି ପୋଲିସ।    

Advertisment
Airport Bomb
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ