Advertisment

ଲୁଟେରା ଭୟ ! ରାଜଧାନୀରେ ଘର ଛାଡ଼ି ଯିବାକୁ ଭୟ କଲେଣି ଲୋକେ...

ପୋଲିସକୁ ଖୋଲା ଚ୍ୟାଲେଂଜ କରି ଦିନଦ୍ୱିପହରେ ଜନ ବହୁଳ ସ୍ଥାନରେ ଥିବା ଘରୁ ୧୫ ଲକ୍ଷ ଟଙ୍କାର ସୁନାଗହଣା ସହ ୫୦ ହଜାର ଟଙ୍କା ଲୁଟି ନେଲେ ଦୁବୃର୍ତ୍ତ।

ଅଦ୍ୟତନ ହୋଇଛି
Lootera Active In Bhubaneswar

Lootera Active In Bhubaneswar

Advertisment

ଆତଙ୍କରେ ରାଜଧାନୀବାସିନ୍ଦା । ଘର ଛାଡି ବାହାରକୁ ଯିବାକୁ ଏବେ ଲାଗିଲାଣି ଭୟ । କିଏ କେତେବେଳେ ଘରେ ପଶି ଲୁଟ୍ କରିବ, ସେନେଇ ଭୟଭୀତ ଲୋକେ । ରାଜଧାନୀର ଜନବହୁଳ ବଡଗଡ ଥାନା ଅଂଚଳରେ ମାତ୍ର ୨ ଘଣ୍ଟା ପାଇଁ୦ କାମରେ ବାହାରକୁ ଯାଇଥିବା ବେଳେ ଘରୁ ହୋଇଛି ବଡ଼ ଧରଣର ଲୁଟ୍। ୧୫ ଲକ୍ଷର ସୁନାଗହଣା ସହ ଚୋରି ହୋଇଛି ଲକ୍ଷାଧିକ ଟଙ୍କା ।

Advertisment

ବଡଗଡ ଥାନା ବ୍ରହ୍ମେଶ୍ୱର ବାଗ୍ ଅଞ୍ଚଳରେ ରହୁଛନ୍ତି ସୁରଞ୍ଜନ କୁମାର ଦାସ । ସେ କେବେ ହେଲେ ଘର ଛାଡି କୁଆଡେ ଯାଆନ୍ତି ନାହିଁ । ତେବେ ଗତ ୨୦ ତାରିଖରେ ଏକ ଜରୁରୀ କାମ ପଡିବାରୁ ଦିନ ୧୨ ଟାରୁ ୨ ଟା ପର୍ଯ୍ୟନ୍ତ ସେ ଘର ତାଲା ପକାଇ ବାହାରକୁ ଯାଇଥିଲେ । ଘରେ ପତ୍ନୀ ଓ ପୁଅ ବି ଯେଝା କାମରେ ବାହାରି ଯାଇଥିଲେ। ଆଉ ଏଇ ୨ ଘଣ୍ଟା ଭିତରେ ହିଁ ଘଟିଗଲା ଲୁଟତରାଜ ।

ଘରେ ପଶି କଳାକନା ବୁଲାଇ ଦେଲେ ଲୁଟେରା। ପୋଲିସକୁ ଖୋଲା ଚ୍ୟାଲେଂଜ କରି ଦିନଦ୍ୱିପହରେ ଜନ ବହୁଳ ସ୍ଥାନରେ ଥିବା ଘରୁ ୧୫ ଲକ୍ଷ ଟଙ୍କାର ସୁନାଗହଣା ସହ ୫୦ ହଜାର ଟଙ୍କା ଲୁଟି ନେଲେ ଦୁବୃର୍ତ୍ତ।

Advertisment

ଥାନାରେ ମାମଲା ହେବା ପରେ ତଦନ୍ତ କରି କୁଖ୍ୟାତ ଲୁଟେରା ଗ୍ୟାଙ୍ଗ ପୋଡା ପୁନିଆ ଗ୍ୟାଙ୍ଗର ୩ ଜଣଙ୍କୁ ପୋଲିସ ଗିରଫ କରିଛି। ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ପୂର୍ଣ୍ଣଚନ୍ଦ୍ର ବେହେରା ନାଁରେ ପୂର୍ବରୁ ଲିଙ୍ଗରାଜ ଥାନା, ଶହୀଦନଗର, ବଡଗଡ, କ୍ୟାପିଟାଲ ଓ ମଞ୍ଚେଶ୍ୱର ଥାନାରେ ମାମଲା ରହିଛି ।

ତେବେ ଲୁଟେରାଙ୍କ ପାଖରୁ ମାତ୍ର ଗୋଟିଏ ସୁନା ହାର, ହଳେ ସୁନା ଚୁଡି, କାନଫୁଲ, ସହ ୩୫ ଶହ ଟଙ୍କା ଜବତ କରାଯାଇଛି । ବାକି ସୁନାଗହଣା ଓ ଟଙ୍କା ଉଦ୍ଧାର କରିବାରେ ବିଫଳ ହୋଇଛି ପୋଲିସ। ସେପଟେ ଲୁଟ ସୁନାକୁ ଅଭିଯୁକ୍ତମାନେ ଏକ ଗହଣା ଦୋକାନରେ ବିକ୍ରି କରିଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି । ପୋଲିସ ଉକ୍ତ ଗହଣା ଦୋକାନୀକୁ ପଚରାଉଚରା କରିଥିବାବେଳେ ଆବଶ୍ୟକ ପଡିଲେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ।

Advertisment

ଗତ ଦେଢମାସ ମଧ୍ୟରେ ୧୨ ଆପାର୍ଟମେଣ୍ଟ, ୩୧ ଘରୁ ଲୁଟ୍ ଘଟଣା ହେଉ କି ନନ୍ଦନକାନନ ଥାନା ଅଞ୍ଚଳରେ ଦମ୍ପତିଙ୍କୁ ବାଥରୁମରେ ବାନ୍ଧି ସଶସ୍ତ୍ର ଡକାୟତି ଘଟଣା । ସବୁ ମାମଲାରେ ପୋଲିସର ହାତ ଖାଲି । ବେଫିକର ହୋଇ ବାହାରେ ବୁଲୁଛନ୍ତି ଲୁଟେରା । କିଏ ବନିବ ନେକ୍ସଟ ଟାର୍ଗେଟ୍ । ସେଇ ଚିନ୍ତାରେ ଆତଙ୍କିତ ରାଜଧାନୀ ବାସିନ୍ଦା ।

Loot Thief
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ