Advertisment

ତାଲିବାନୀ ଷ୍ଟାଇଲ୍‌ରେ ଅପରାଧ ଭିଆଉଥିବା ଭିଲେନ୍‌ 'ଗୁରୁଜୀ'?

ଭାଇରାଲ ହୋଇଥିବା ଏହି ଭିଡିଓରେ ଦେଖାଯାଉଛି ମାନସ ଦାସଙ୍କ ସପକ୍ଷରେ ତାଙ୍କ ଅନୁଗାମୀମାନେ ଏକ ରାଲି କରିଛନ୍ତି। ତାଙ୍କୁ ସ୍ୱାଗତ କରିବା ପାଇଁ ସଙ୍ଗଠନର ସଦସ୍ୟମାନେ ଭିଡ ଜମାଇଛନ୍ତି। ଏପରିକି ସେ ଗାଡିରୁ ଓହ୍ଲାଇବା ପରେ ରାସ୍ତାରେ ଫୁଲ ବିଛାଇ ତାଙ୍କୁ ସ୍ୱାଗତ କରୁଥିବା ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Khordha Viral Video

Khordha Viral Video

Advertisment

ଖୋର୍ଦ୍ଧା: ତାଲିବାନୀ ଷ୍ଟାଇଲ୍‌ରେ ଅପରାଧ ଭିଆଉଥିବା ଏହି ମାନବାଦ ସଂଗଠନର ମୁଖିଆ କିଏ ? କୁହାଯାଉଛି ମାନସ ଦାସ ନମକ ଜଣେ ବ୍ୟକ୍ତି ହିଁ ମାନବାବାଦ ସଙ୍ଗଠନର ମୁଖ୍ୟ, ଯାହାଙ୍କୁ ଗୁରୁଜୀ ବୋଲି ସମ୍ବୋଧନ କରିଥାନ୍ତି ସଙ୍ଗଠନ ସଦସ୍ୟ କୁହାଯାଉଛି। ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାରେ ଗାଁକୁ ଗାଁ ବୁଲି ନିଜର ଉପସ୍ଥିତି ଜାହିର ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ସହ ଆଦିବାସୀଙ୍କୁ ଟାର୍ଗେଟ କରିଛି ଏହି ତଥାକଥିତ ମାନବବାଦ ସଂଗଠନ। ତାହେଲେ କଣ କୌଣସି ରାଜନୈତିକ ଛତ୍ରଛାୟାରେ ଚାଲିଛି କି ଏହି ସଂଗଠନ ? ଏସବୁ ଭିତରେ ସାମ୍ନାକୁ ଆସିଛି ମାନସ ଦାସଙ୍କ ଏକ ଭିଡିଓ।

Advertisment

ଭାଇରାଲ ହୋଇଥିବା ଏହି ଭିଡିଓରେ ଦେଖାଯାଉଛି ମାନସ ଦାସଙ୍କ ସପକ୍ଷରେ ତାଙ୍କ ଅନୁଗାମୀମାନେ ଏକ ରାଲି କରିଛନ୍ତି। ତାଙ୍କୁ ସ୍ୱାଗତ କରିବା ପାଇଁ ସଙ୍ଗଠନର ସଦସ୍ୟମାନେ ଭିଡ ଜମାଇଛନ୍ତି। ଏପରିକି ସେ ଗାଡିରୁ ଓହ୍ଲାଇବା ପରେ ରାସ୍ତାରେ ଫୁଲ ବିଛାଇ ତାଙ୍କୁ ସ୍ୱାଗତ କରୁଥିବା ଦେଖିବାକୁ ମିଳିଛି। ତେବେ ଏହି ଭିଡିଓ କେଉଁ ସମୟର ତାହା ସ୍ପଷ୍ଟ ହୋଇପାରିନାହି।

ସେପଟେ ଏହି ମାନବବାଦ ସଙ୍ଗଠନ ବିରୁଦ୍ଧରେ ଫିଟୁଛି ଗୁମର। ମାନବବାଦ ସଙ୍ଗଠନ ମୁଖ୍ୟ ମାନସ ଦାସଙ୍କ ବିରୁଦ୍ଧରେ ଏବେ ଅଭିଯୋଗର ଲମ୍ବା ତାଲିକା। ଗତକାଲିର ଏହି ଘଟଣା ପରେ ମାନବାଦ ସଙ୍ଗଠନ ଦ୍ୱାରା ଅତ୍ୟାଚାରର ଶିକାର ହୋଇଥିବା ଅନ୍ୟ କିଛି ଲୋକେ ମଧ୍ୟ ସାମ୍ନାକୁ ଆସିଛନ୍ତି। ସେମାନଙ୍କୁ ମଧ୍ୟ ବିଭିନ୍ନ ସମୟରେ କିଛି ଲୋକେ ଅତ୍ୟାଚାର ଓ ନିର୍ଯାତନା ଦେବା କଥା ଅଭିଯୋଗ କରିଛନ୍ତି। ଗୁରୁଜୀଙ୍କ ଇଙ୍ଗିତରେ ସେମାନେ ହମଲା କରୁଥିବା କହିଛନ୍ତି। ସଙ୍ଗଠନ ମୁଖ୍ୟ ମାନସ ଦାସ ହିଁ ଗୁରୁଜୀ ବୋଲି ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି କହିଛନ୍ତି।

Advertisment

ସେପଟେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମାନସ ଦାସ। କହିଛନ୍ତି, ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଛି। ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ମାନସ ଦାସ କହିଛନ୍ତି- ଜାଣିଶୁଣି ତାଙ୍କ ନାଁରେ ମିଥ୍ୟା ଅଭିଯୋଗ କରାଯାଉଛି। ଏପରିକି ତାଙ୍କ ପ୍ରତି ଲୋକଙ୍କ ଶ୍ରଦ୍ଧା ଭରିରହିଥିବା କହିଛନ୍ତି।

ଖୋର୍ଦ୍ଧା ଜିଲ୍ଲା କଡ଼ବ ଗାଁରେ ବାପ ପୁଅଙ୍କୁ ଆକ୍ରମଣ ଘଟଣାରେ ପୋଲିସର ଏକ ଟିମ୍ ଆଜି କଡବ ଗାଁକୁ ଯାଇ ଘଟଣା ବିଷୟରେ ପଚାରି ବୁଝିଛନ୍ତି। ଉଭୟ ବାପା-ପୁଅଙ୍କୁ ପଚରାଉଚରା କରିଛନ୍ତି ଖୋର୍ଦ୍ଧା ଏସ୍‌ପି। ଘଟଣାରେ ଏକ ସଂଗଠନର ଭୂମିକା ଥିବା ନେଇ ତଦନ୍ତ ଚାଲିଥିବା ପୋଲିସ କହିଛି। ସଂଗଠନର ମୁଖ୍ୟ ମାନସ ଦାସଙ୍କ ସଂପର୍କରେ ପୋଲିସ୍ କହିଛି ଯେ ଘଟଣା ସଂପର୍କରେ ତଦନ୍ତ ଚାଲିଛି। ସଂପୃକ୍ତିର ସାମାନ୍ୟ ପ୍ରମାଣ ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବେଗୁନିଆ ପୋଲିସ୍ କହିଛି।

Advertisment
Odisha Police Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ