Advertisment

କ୍ରାଇମବ୍ରାଞ୍ଚ ତଦନ୍ତ କଲେ ସତ ପଦାକୁ ଆସିବ: ମୃତ ସୌମ୍ୟଙ୍କ ବାପା

ଡିଜିଙ୍କୁ ଭେଟିବା ପରେ ଭୁବନେଶ୍ୱର ଆସି ଅଭିରାମ ମହାପାତ୍ର ପିସିସିଏଫ୍‌ଙ୍କୁ ଭେଟିଛନ୍ତି ଏବଂ ପୁଅର ମୃତ୍ୟୁ ପାଇଁ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଦାୟୀ କରି ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

କ୍ରାଇମବ୍ରାଞ୍ଚ ତଦନ୍ତ କଲେ ସତ ପଦାକୁ ଆସିବ: ମୃତ ସୌମ୍ୟଙ୍କ ବାପା

ACFO death

Advertisment

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି ବାପା ଅଭିରାମ ମହାପାତ୍ର। ଆଜି ସେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ନ୍ୟାୟ ମାଗିଛନ୍ତି। ତା ଆଗରୁ କଟକରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ମଧ୍ୟ ସେ ଭେଟିଥିଲେ। ତିନି ମୁଖ୍ୟ ଅଭିଯୁକ୍ତ ବୋହୂ ବିଦ୍ୟାଭାରତୀ ପଣ୍ଡା, ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଉ ବୋଲି ଦାବି କରିଛନ୍ତି ଅଭିରାମ। 

Advertisment

ଯେତେବେଳେ ସୌମ୍ୟଙ୍କୁ ହସ୍ପିଟାଲ ନିଆଯାଉଥିଲା, ସେତେବେଳେ ବାଟରେ ଆଇଆଇସି ମମତା ପଣ୍ଡା ସେହି ଆମ୍ବୁଲାନ୍ସକୁ ଅଟକାଇଥିଲେ ବୋଲି ମଧ୍ୟ ଅଭିଯୋଗ ଆସିଛି। ତେଣୁ ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରାଯାଇଛି। ଡିଜିଙ୍କୁ ଭେଟିବା ପରେ ଭୁବନେଶ୍ୱର ଆସି ଅଭିରାମ ମହାପାତ୍ର ପିସିସିଏଫ୍‌ଙ୍କୁ ଭେଟିଛନ୍ତି ଏବଂ ପୁଅର ମୃତ୍ୟୁ ପାଇଁ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଦାୟୀ କରି ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସୌମ୍ୟଙ୍କ ମାଆ ଆଜି ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ପୁଅ ବୋହୂଙ୍କ ମଧ୍ୟରେ ସ୍ବାମୀ-ସ୍ତ୍ରୀ ଭଳି କୌଣସି ସଂପର୍କ ନ ଥିଲା। ବିବାହର ବର୍ଷେ ପର୍ଯ୍ୟନ୍ତ ସଂପର୍କ ନ ରଖିବାକୁ ଉଭୟଙ୍କ ମଧ୍ୟରେ ହୋଇଥିଲା ଏଗ୍ରିମେଣ୍ଟ। ଦିନେ ରାତିରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତାପରେ ଶଙ୍ଖା ଭାଙ୍ଗି, ମୁଣ୍ଡରୁ ସିନ୍ଦୂର ପୋଛି ରାତିରେ କେଉଁ ଆଡ଼େ ପଳାଇଥିଲା ବୋହୂ। ପୁଅ ଖୋଜାଖୋଜି କରିବା ପରେ ଡିଏଫ୍ଓଙ୍କ ଘରେ ବୋହୂକୁ ଦେଖିଥିଲା ବୋଲି କହିଛନ୍ତି ସୌମ୍ୟଙ୍କ ମାଆ।   

Advertisment

ପୁଅ ଲେଖିଥିବା ଏକ ଡାଏରୀ ସଂପର୍କରେ ମଧ୍ୟ ସୂଚନା ଦେଇଛନ୍ତି ଅଭିରାମ। ୧୨ରୁ ୧୫ ତାରିଖକୁ କାଳରାତି ବୋଲି ସେହି ଡାଏରିରେ ଲେଖାଥିବା ସେ କହିଛନ୍ତି। ଅନ୍ୟପକ୍ଷେ, ଗଣମାଧ୍ୟମକୁ ମୃତ ସୌମ୍ୟଙ୍କ ମାମୁ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଗଜପତି ପୋଲିସକୁ ସୌମ୍ୟଙ୍କ ମା’ ଦେଇଥିବା ବୟାନ ସଂପର୍କରେ ସୌମ୍ୟଙ୍କ ମାମୁ କହିଛନ୍ତି, ବାହାଘର ପରେ ବଲାଙ୍ଗିରରେ ଏକ ବ୍ୟାଚେଲର ପାର୍ଟିର ଆୟୋଜନ କରାଯାଇଥିଲା। ଉଭୟ ପତିପତ୍ନୀ ବଲାଙ୍ଗିର ଯାଇଥିଲେ। ହେଲେ ସୌମ୍ୟଙ୍କୁ ବିଦା କରି ଦେଲେ। ତେବେ ସୌମ୍ୟ ଫେରିବା ପରେ ତାଙ୍କୁ ଟଙ୍କା ମାଗିଥିଲେ ପତ୍ନୀ ବିଦ୍ୟାଭାରତୀ। ଟଙ୍କା ନଦେଲେ ଫଟୋ ପଠାଇବି କହି ଧମକ ମଧ୍ୟ ଦେଇଥିଲେ ବୋହୂ। କିଛି ସମୟ ପରେ ସୌମ୍ୟଙ୍କ ମୋବାଇଲକୁ ବୋହୂର ଖରାପ ଫଟୋ ଆସିଥିଲା। ଯାହା ଏବେ ମୋବାଇଲରେ ଅଛି।

ସୌମ୍ୟଙ୍କ ପରିବାର ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସୌମ୍ୟ ଏବଂ ପତ୍ନୀ ବିଦ୍ୟାଭାରତୀଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ଜୁଲାଇ ୯ ତାରିଖରେ ଏକ ଏଗ୍ରିମେଣ୍ଟ ହୋଇଥିଲା। ଏଥିରେ ସୌମ୍ୟଙ୍କ ଦରମା ଏବଂ ସମସ୍ତ ସମ୍ପତ୍ତି ବିଦ୍ୟାଭାରତୀଙ୍କ ନାଁରେ କରାଯାଇଥିବା ଉଲ୍ଲେଖ ରହିଛି।  ସେପଟେ ଘଟଣାର ତଦନ୍ତ ପାଇଁ ବାଲେଶ୍ୱର ଖଇରାରେ ପୋଲିସ ଟିମ୍ ପହଞ୍ଚିଛନ୍ତି। ଏହି ଟିମ୍ ଆଜି ସୌମ୍ୟଙ୍କ ପରିବାର ସଦସ୍ୟକୁ ଘଟଣା ବାବଦରେ ପଚରାଉଚରା କରିଛି। ଏହାପରେ ପୋଲିସ ମୟୂରଭଞ୍ଜର ଉଦଳାକୁ ଯିବ। ସେଠାରେ ସୌମ୍ୟ ରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ପଚରାଉଚରା କରିବ। 

Advertisment
Odisha News Odisha Police Paralakhemundi Death Crime Branch
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ