Advertisment

ଟ୍ୱିଷ୍ଟ.. ପଟିଆ ଷ୍ଟେସନ ନିକଟରୁ ଶିଶୁ ଅପହରଣ ଘଟଣାରେ ବାପା ମୁଖ୍ୟ କଳାକାର !

ଦୁଇ ମାସ ପୂର୍ବରୁ ସୁବ୍ରତ ଓ ଶାନ୍ତିଲତାଙ୍କ ମଧ୍ୟରେ ମନମାଳିନ୍ୟ ହୋଇଥିଲା।

Crime

Crime

Advertisment

ଭୁବନେଶ୍ୱର ପଟିଆ ଷ୍ଟେସନ ନିକଟରୁ ଅପହୃତ ଶିଶୁ କଟକରୁ ଉଦ୍ଧାର ପରେ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ନିଜେ ଶିଶୁର ବାପା ଏହି ଅପହରଣ ଘଟଣାରେ ସଂପୃକ୍ତ ଥିବା ପୋଲିସ ସୂଚନା ଦେଇଛି । ଢେଙ୍କାନାଳ ଜିଲ୍ଲା ମାର୍ଥାପୁରର ସୁବ୍ରତ ସେଠୀ ନାମକ ବ୍ୟକ୍ତି ଅନ୍ଧାରୁଆର ଶାନ୍ତିଲତା ମହାରଣା ନାମକ ମହିଳାଙ୍କ ସହ ୨ ବର୍ଷ ହେବ ସଂପର୍କରେ ଥଲେ। ଏହି ସମୟରେ ଶାନ୍ତିଲତାଙ୍କ ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା। ତେବେ ଦୁଇ ମାସ ପୂର୍ବରୁ ସୁବ୍ରତ ଓ ଶାନ୍ତିଲତାଙ୍କ ମଧ୍ୟରେ ମନମାଳିନ୍ୟ ହୋଇଥିଲା।

Advertisment

ଅନ୍ୟପଟେ ଶାନ୍ତିଲତା ୧୦ ବର୍ଷ ପୂର୍ବେ ବିଷ୍ଣୁ ପୃଷ୍ଟି ନାମକ ବ୍ୟକ୍ତିଙ୍କୁ ବିବାହ କରି ଛାଡ଼ି ଦେଇଥିଲେ। ବିଷ୍ଣୁ, ଶାନ୍ତିଲତାଙ୍କୁ ପାଇବା ଲାଗି ପୁଣି ଚେଷ୍ଟା କରିଥିଲେ ଓ ସୁବ୍ରତ ସେଠୀଙ୍କ ସହ ଡିଲ କରିଥିଲେ। ଦୁଇ ଜଣ ମିଶି ଜଣେ ନିଶନ୍ତାନ ବ୍ୟକ୍ତିଙ୍କୁ ଏହି ଛୁଆ ଦେବା ଲାଗି ଅପହରଣ ନାଟକ ରଚିଥିଲେ। ତେବେ ମଞ୍ଚେଶ୍ୱର ପୋଲିସ ଘଟଣାର ତନ୍ନ ତନ୍ନ ଯାଞ୍ଚ କରି ଘଟଣାରେ ସୁବ୍ରତ ସେଠୀ, ବିଷ୍ଣୁ ପୃଷ୍ଟିଙ୍କ ସମେତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ତେବେ ଗତକାଲି ଭୁବନେଶ୍ୱର ପଟିଆ ଷ୍ଟେସନ ନିକଟରୁ ଏହି ଶିଶୁକୁ ଅପହରଣ କରାଯାଇଥିଲା । ପରେ ତାକୁ କଟକରୁ ଉଦ୍ଧାର କରାଯାଇଥିଲା । ପଟିଆ ଷ୍ଟେସନ ନିକଟ ବଜାରରୁ ମାଆ ପାଖରୁ ଶିଶୁଟିକୁ କେହି ଏକ କାରରେ ଆସି ଛଡ଼ାଇ ନେଇଥିବା ନେଇ ଅଭିଯୋଗ ହୋଇଥିଲା । ମଞ୍ଚେଶ୍ୱର ଥାନା ପକ୍ଷରୁ ଏନେଇ ସୂଚନା ମିଳିଥିଲା। ଶିଶୁ ଅପହୃତ ନେଇ ମଞ୍ଚେଶ୍ୱର ଥାନାରେ ଗତକାଲି ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

Advertisment

Child Trafficking Kidnap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ