Advertisment

Kendrapada:ପୁଣି ସେହି ନିଆଁ, ପୁଣି ସେହି ଛାତ୍ରୀ...ପୁଣି ସେହି ଲୋମଟାଙ୍କୁରା ମରଣ

ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାର ASI ଶୈଳେନ୍ଦ୍ର ପଲେଇ। ଓଟିଭି କ୍ୟାମେରା ଆଗରେ ପ୍ରତିକ୍ରିୟା ରଖି କହିଛନ୍ତି, ଯଦି ଯୁବତୀଙ୍କ ବାପା ଅଭିଯୋଗ କରିଥିବେ ମୁଁ ନିଶ୍ଚୟ ଏତଲା ରଖିଥିବି। ନମ୍ବର ବ୍ଲକ କରିବା ପାଇଁ କାହାକୁ ମୁଁ କହିନାହିଁ। ଘଟଣାର ତଦନ୍ତ ହେଲେ ଜଣାପଡ଼ିବ। କେବେ ଏତଲା ଦେବାକୁ ଆସିଥିଲେ, ମୃତ ଯୁବତୀଙ୍କ ବାପା ସ୍ପଷ୍ଟ କରନ୍ତୁ।

Kendrapada

Kendrapada

Advertisment

ପୁଣି ସେହି ନିଆଁ। ପୁଣି ସେହି ଛାତ୍ରୀ। ପୁଣି ସେହି ଲୋମଟାଙ୍କୁରା ମରଣ। ପୁଣି ସେହି ଦାୟିତ୍ବହୀନତାର ସଂଗୀନ ଅଭିଯୋଗ। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା କାଠିଆପଡ଼ା କାଣ୍ଡକୁ ନେଇ ଏବେ ଚାଞ୍ଚଲ୍ୟ। କାରଣ ବନ୍ଦ ଘରୁ ଶିଢ଼ି ଉପରୁ ଦଗ୍ଧ ଅବସ୍ଥାରେ ମିଳିଛି ଜଣେ ଯୁବତୀ ତଥା ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀଙ୍କ ମୃତଦେହ। ଯାହାର ଦୃଶ୍ୟ ଦେଖାଇବା ମୁସ୍କିଲ୍। ହେଲେ ନିଜେ ଜଳିଗଲେ ନା ତାଙ୍କୁ କିଏ ଜାଳିଦେଲା ? ତାଙ୍କୁ ହତ୍ୟା କରାଯାଇଛି ନା ସେ ନିଜେ ଜୀବନ ହାରିଦେଇଛନ୍ତି ?

Advertisment

ପୋଲିସର ପ୍ରାଥମିକ ତଦନ୍ତରୁ ଆସିପାରୁନି ସ୍ପଷ୍ଟତା। କିନ୍ତୁ ମୃତ ଯୁବତୀଙ୍କ ବାପାଙ୍କ କହିବା କଥା, ତାଙ୍କ ଅନୁପସ୍ଥିତିରେ ଘରେ ଏକୁଟିଆ ଥିଲେ ଝିଅ। ଆଉ ସକାଳ ପ୍ରାୟ ସାଢ଼େ ୧୧ଟାରେ ଆସି ଦେଖିଲାବେଳକୁ ଝିଅ ଘରର ଶିଡ଼ି ରାସ୍ତାରେ ଜଳିପୋଡ଼ି ପ୍ରାଣ ହରାଇଥିଲେ। ଏହାକୁ ସେ ଆତ୍ମହତ୍ୟା ବୋଲି କହିବା ସହ ଝିଅର ପୁରୁଷ ବନ୍ଧୁକୁ ଦାୟୀ କରିଛନ୍ତି ବାପା। କହିଛନ୍ତି, ବ୍ରେକ୍ ଅପ୍ ହେଲା ପରେ ଫଟୋ ଭାଇରାଲ୍ ସହ ବ୍ଲାକମେଲ୍ କରୁଥିଲା ଝିଅର ବୟଫ୍ରେଣ୍ଡ। ଏପରିକି ହତ୍ୟା ଧମକ ବି ଦେଇଆସୁଥିଲା। 

କେବଳ ଏତିକି ନୁହେଁ। ଝିଅର ଏଭଳି ଅବସ୍ଥା ପଛରେ ପୋଲିସର ଦାୟିତ୍ବପଣିଆକୁ ନେଇ ପ୍ରଶ୍ନ ବି ଉଠାଇଛନ୍ତି ବାପା। ତାଙ୍କ କହିବା କଥା, ଝିଅର ବୟଫ୍ରେଣ୍ଡର ଧମକ ଚମକ ସଂପର୍କରେ ଗତ ୬ରୁ ୮ ମାସ ତଳେ ଏତଲା ଦେବାକୁ ପଟ୍ଟାମୁଣ୍ଡାଇ ଥାନାକୁ ଯାଇଥିଲେ। କିନ୍ତୁ ସେଠାରେ ଥିବା ପୋଲିସ ଅଧିକାରୀ ତଥା ପଲେଇ ବାବୁ ଯୁବକର ଫୋନ ନମ୍ବର ବ୍ଲକ୍ କରିଦେବାକୁ କହିଥିଲେ। କେହି କିଛି ନଶୁଣିବାରୁ ଏବେ ଏତଲା କପିକୁ ଚିରିଦେଲି ବୋଲି ବି କହିଛନ୍ତି ମୃତ ଯୁବତୀଙ୍କ ବାପା। 

Advertisment

ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାର ASI ଶୈଳେନ୍ଦ୍ର ପଲେଇ। ଓଟିଭି କ୍ୟାମେରା ଆଗରେ ପ୍ରତିକ୍ରିୟା ରଖି କହିଛନ୍ତି, ଯଦି ଯୁବତୀଙ୍କ ବାପା ଅଭିଯୋଗ କରିଥିବେ ମୁଁ ନିଶ୍ଚୟ ଏତଲା ରଖିଥିବି। ନମ୍ବର ବ୍ଲକ କରିବା ପାଇଁ କାହାକୁ ମୁଁ କହିନାହିଁ। ଘଟଣାର ତଦନ୍ତ ହେଲେ ଜଣାପଡ଼ିବ। କେବେ ଏତଲା ଦେବାକୁ ଆସିଥିଲେ, ମୃତ ଯୁବତୀଙ୍କ ବାପା ସ୍ପଷ୍ଟ କରନ୍ତୁ। 

ତେବେ କିଏ ସତ କହୁଛନ୍ତି ? ମୃତ ଯୁବତୀଙ୍କ ବାପା ନା ପଲେଇ ବାବୁ ? ଯଦି ଏତଲା ଦେଇଥିଲେ ମୃତ ଯୁବତୀଙ୍କ ବାପା, କାହିଁକି ସେହି କପିକୁ ଚିରିଦେଲେ ? ମାମଲାରେ ଆକ୍ସନ୍ ନେବା ବଦଳରେ ଅଭିଯୁକ୍ତ ଯୁବକର ନମ୍ବର ବ୍ଲକ୍ ପାଇଁ ପଲେଇ ବାବୁ ପରାମର୍ଶ ଦେଇଥିବା କଥା ଉଠୁଛି କାହିଁକି ? ପଟ୍ଟାମୁଣ୍ଡାଇ ଥାନା ବିଲିକଣା ପଞ୍ଚାୟତ ତେରୋଇ ଗାଁର କିଏ ସେହି ପୁରୁଷ ବନ୍ଧୁ ? ମୃତ୍ୟୁ ପୂର୍ବରୁ ହଠାତ୍ ଏମିତି କ’ଣ ଘଟିଲା ଯେ, ବନ୍ଦ ଘରୁ ମିଳିଲା ଯୁବତୀଙ୍କ ମୃତଦେହ ? ଏବେ ଏଭଳି ନାନା ପ୍ରଶ୍ନ ଭିତରେ ସାଇଣ୍ଟିଫିକ୍ ଟିମ୍ ଏବଂ କେନ୍ଦ୍ରାପଡ଼ା ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।

Advertisment

ଘଟଣା ପଛରେ କାରଣ ଯାହା ବି ଥାଉ, ଯୁବତୀଙ୍କ ମୃତ୍ୟୁ ଯେ ଅସ୍ବାଭାବିକ, ତାହା ସ୍ପଷ୍ଟ ହୋଇଥିବାବେଳେ ଏହି ସ୍ପର୍ଶକାତର ମାମଲା ଆଗକୁ କି ମୋଡ଼ ନେଉଛି, ତାକୁ ଅପେକ୍ଷା। 

Kendrapara
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ