Advertisment

ଦାଦା ବଟି ପାଇଁ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ

ପୂର୍ବରୁ ବ୍ୟବସାୟୀ ଜଣଙ୍କୁ କିଛି ଦୁର୍ବୁତ୍ତ ୧୦ଲକ୍ଷ ଟଙ୍କା ଦାଦା ବଟି ମାଗିଥିଲେ। ଦାଦାବଟି ନଦେବାରୁ ଏହି ଆକ୍ରମଣ ହୋଇଥିବା କୁହାଯାଉଛି।

Dada Bati

Dada Bati

Advertisment

ଦାଦା ବଟିପାଇଁ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। କେନ୍ଦ୍ରାପଡା ସହରରେ ଦାଦାବଟି ପାଇଁ କିଛି ଦୁର୍ବୁତ୍ତ ଗତକାଲି ରାତିରେ ଜଣେ ବ୍ୟବସାୟୀଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି। ଏଥିରେ ବ୍ୟବସାୟୀ ଜଣଙ୍କ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି।

Advertisment

ଗତ କାଲି ରାତି ନଅଟା ସମୟରେ କପଡ଼ା ସୋ ରୁମର ମାଲିକ କ୍ୟାସ କାଉଣ୍ଟରରେ ବସିଥିବା ସମୟରେ କିଛି ମୁଖା ପିନ୍ଧା ଦୁର୍ବୁତ୍ତମାନେ ହାତରେ ବାଡ଼ି, ଓ ବିଭିନ୍ନ ମାରଣାସ୍ତ୍ର ଧରି ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲେ। କିଛି ସମୟ ପାଇଁ ରାସ୍ତାରେ ଦୁର୍ବତ୍ତମାନେ ଆତଙ୍କରାଜ ଖେଳାଇଥିଲେ। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି।

ପୂର୍ବରୁ ବ୍ୟବସାୟୀ ଜଣଙ୍କୁ କିଛି ଦୁର୍ବୁତ୍ତ ୧୦ଲକ୍ଷ ଟଙ୍କା ଦାଦା ବଟି ମାଗିଥିଲେ। ଦାଦାବଟି ନଦେବାରୁ ଏହି ଆକ୍ରମଣ ହୋଇଥିବା କୁହାଯାଉଛି।

Advertisment
Extortion
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ