Advertisment

‘କିଷାନ ସଭା’ କାର୍ଡ ନାଁରେ ଠକେଇ, ସୁବିଧା ମିଳିବ କହି ଚାଷୀଙ୍କଠୁ ନେଇଗଲେ ଟଙ୍କା

ଚାଷୀଙ୍କୁ ସାଂଘାତିକ ଭାବେ ଠକେଇ କରାଯାଇଥିବା ଅଭିଯୋଗ ହୋଇଛି। ଚାଷୀଙ୍କୁ କିଷାନ ସଭା କାର୍ଡ ଦେଇ ସେଥିରେ ସମସ୍ତ ପ୍ରକାର ସୁବିଧା ମିଳୁଥିବା କହି ଠକେଇ ହୋଇଥିବା ଅଭିଯୋଗ ଆସିଛି।

author-image
Rajalaxmi Sahoo
 Fraud In Name Of ‘Kisan Sabha’ Card

Fraud In Name Of ‘Kisan Sabha’ Card

ଗୁଣୁପୁର: ଚାଷୀଙ୍କୁ ସାଂଘାତିକ ଭାବେ ଠକେଇ କରାଯାଇଥିବା ଅଭିଯୋଗ ହୋଇଛି। ଚାଷୀଙ୍କୁ କିଷାନ ସଭା କାର୍ଡ ଦେଇ ସେଥିରେ ସମସ୍ତ ପ୍ରକାର ସୁବିଧା ମିଳୁଥିବା କହି ଠକେଇ ହୋଇଥିବା ଅଭିଯୋଗ ଆସିଛି। ‘କିଷାନ ସଭା’ କାର୍ଡ ନାଁରେ ଠକାମୀ କରାଯାଇଥିବା ନେଇ ଅଭିଯୋଗ ଉଠାଇଛନ୍ତି ଶହ ଶହ ଚାଷୀ।ରାୟଗଡା ଜିଲ୍ଲା ଗୁଣୁପୁର ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। 

Advertisment

କିଷାନ ସଭା କାର୍ଡ ମାଧ୍ୟମରେ ଚାଷୀଙ୍କୁ ସୁବିଧା ମିଳିବ କହି କିଛି ଯୁବକ ଗୁଣୁପୁର ଲୁଙ୍ଗୁରୁତାଲ ଗାଁ ଲୋକଙ୍କୁ କାର୍ଡ ଦେଇଥିଲେ। ଏହି କାର୍ଡ ମାଧ୍ୟମରେ ଚାଷୀଙ୍କୁ ଋଣ, ସବ୍‌ସିଡି ସହ ସରକାରଙ୍କ ସମସ୍ତ ଆନୁଷଙ୍ଗିକ ସୁବିଧା ମିଳିବ ବୋଲି ଚାଷୀଙ୍କୁ କହି ଯୁବକମାନେ ଭୁଆଁ ବୁଲାଇଥିଲେ। ଏଥିପାଇଁ ଗାଁର ପ୍ରତି ପରିବାର ଲୋକଙ୍କୁ ୨ଟିରୁ ଅଧିକ କାର୍ଡ ଦିଆଯାଇଥିଲା। ଖାଲି ଏତିକି ନୁହେଁ ପ୍ରତି କାର୍ଡ ପିଛା ୨ ଶହ ଟଙ୍କା ମଧ୍ୟ ଆଦାୟ ହୋଇଥିବା ଅଭିଯୋଗ ହୋଇଛି। ତେବେ ସେମାନଙ୍କୁ ଦିଆଯାଇଥିବା କାର୍ଡ ଦେଖାଇଲେ କୌଣସି ସରକାରୀ ସୁବିଧା ମିଳୁ ନଥିବା ଚାଷୀମାନେ କହିଛନ୍ତି। 

ଅଭିଯୋଗ ଆଣି ଚାଷୀ କହିଛନ୍ତି, ‘ଗାଁ ପାଖର ଜଣେ ଦିଦି ଆସି କିଷାନ ସଭା କାର୍ଡ ଆମ୍ଭମାନଙ୍କୁ ଦେଇଥିଲେ। ଏଥିପାଇଁ ସେ ୨୦୦ ଟଙ୍କା ମଧ୍ୟ ନେଇଥିଲେ। ଏହି କାର୍ଡ କରିବା ଦ୍ୱାରା ଇନ୍‌ସ୍ୟୁରାନ୍ସ, ସବ୍‌ସିଡି ସହ ଅନ୍ୟାନ୍ୟ ସୁବିଧା ମିଳିବ ବୋଲି କହିଥିଲେ।’

Advertisment

ଅନ୍ୟପକ୍ଷେ, ସରକାରଙ୍କ ଏମିତି କୌଣସି ଯୋଜନା ନାହିଁ।  ଯେଉଁମାନେ ଏମିତି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ସେମାନଙ୍କର ବି ପତ୍ତା ମିଳିପାରି ନାହିଁ ବୋଲି ଜିଲ୍ଲା କୃଷି ଅଧିକାରୀ କହିଛନ୍ତି। ଘଟଣାକୁ ନେଇ ଜିଲ୍ଲା କୃଷି ଅଧିକାରୀ କହିଛନ୍ତି, ‘ସେମିତି କିଷାନ ସଭା ନାଁରେ କୌଣସି କାର୍ଡ ଦିଆଯାଉ ନାହିଁ। ବିଭାଗ ପକ୍ଷରୁ ମଧ୍ୟ ଏଭଳି କିଛି ନିର୍ଦ୍ଦେଶ ଆସି ନାହିଁ। ଏନେଇ ଗୁଣୁପୁର ବ୍ଲକ୍‌ରୁ ଅଭିଯୋଗ ଆସିଛି ଯେ, କିଛି ଲୋକ ୨୦୦ ଟଙ୍କା ନେଇ ଏଭଳି କାର୍ଡ ଦେଉଛନ୍ତି। ତେବେ ଟଙ୍କା ଦେଇ ଏଭଳି କିଛି କାର୍ଡ ନକରିବା ପାଇଁ ଆମେ ଲୋକଙ୍କୁ ସତର୍କ କରାଇଛୁ।’  

Rayagada Farmers Fraud Kisan Sabha Card
Advertisment
Advertisment