• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଜୁଆଣିଆ ପଞ୍ଚାୟତର ସରପଞ୍ଚ ପ୍ରାଥୀ ପ୍ରଶାନ୍ତ ସାମଲଙ୍କ ପରିବାର ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ୩୦ରୁ ଅଧିକ ଲୋକ ସଂଘବଦ୍ଧ ହୋଇ ପ୍ରଶାନ୍ତଙ୍କ ଘର ଆଗରେ ଥିବା ୯ଟି ମୋଟର ସାଇକେଲକୁ ଭାଙ୍ଗିବା ସହ ଘର ଭିତରେ ପଶି ତାଙ୍କ ପରିବାର ଲୋକଙ୍କୁ ମାଡ଼ମାରିଥିଲେ । ଏମିତିକି ପରିବାର ଲୋକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ପ୍ରଶାନ୍ତଙ୍କ ପ୍ରାଥିପତ୍ର ପତ୍ୟାହାର କରିବାପାଇଁ ଧମକ ଦେଇଥିଲେ ।

ଏହି ଆକ୍ରମଣ ପଛରେ ତାଙ୍କ ପ୍ରତିଦ୍ୱନ୍ଦୀ ସରପଞ୍ଚ ପ୍ରାଥୀ ସୁବ୍ରତ ନାୟକ ତାଙ୍କ ସମର୍ଥକ ମାନଙ୍କୁ ଲଗାଇ ଆକ୍ରମଣ କରିଥିବା ପ୍ରଶାନ୍ତ ଅଭିଯୋଗ କରିଛନ୍ତି । ଏ ନେଇ ଆଳି ଥାନାରେ ପ୍ରଶାନ୍ତ ପରିବାର ପକ୍ଷରୁ ଏତଲା ଦିଆଯାଇଛି । ଅନ୍ୟପଟେ ଏହି ଆକ୍ରମଣ ଘଟଣାରେ କୌଣସି ସମ୍ପୃକ୍ତି ନଥିବା ସୁବ୍ରତ କହିଛନ୍ତି ।

ନିର୍ବାଚନ ପୂର୍ବରୁ ଏଭଳି ଅନେକ ଘଟଣା ପ୍ରତିଦିନ ଦେଖିବାକୁ ମିଳୁଛି । ପ୍ରତିଦ୍ୱନ୍ଦିତାକୁ ନେଇ ବିବାଦ ଉପୁଜୁଛି । ଏମିତିକି ପ୍ରାର୍ଥୀ ଉପରେ ବାରମ୍ବାର ଆକ୍ରମଣ ମଧ୍ୟ ହେଉଛି । ତେବେ ଏନେଇ ତଦନ୍ତ ଚାଲୁଥିଲେ ମଧ୍ୟ ଫଳାଫଳ ସ୍ପଷ୍ଟ ହେଉନାହିଁ ।