Advertisment

ପ୍ରଚୁର ମଦ ପିଇବା ସହ ଗଞ୍ଜେଇ ଟାଣୁଥିଲେ...ବାପା, ଭାଇ ମିଶି ହତ୍ୟା କରି ମୃତଦେହ ଜାଳିଦେଲେ

ପ୍ରଚୁର ମଦ ପିଇବା ସହ ଗଞ୍ଜେଇ ଟାଣୁଥିଲା ପୁଅ। ବାପା, ଭାଇ ଓ ପୁଅ ମିଶି ହତ୍ୟା କରି ମୃତଦେହକୁ ଜାଳିଦେଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Maharashtra Crime

Family Kills Son Fed Up With His Alcohol, Marijuana Addiction

ପ୍ରଚୁର ମଦ ପିଇବା ସହ ଗଞ୍ଜେଇ ଟାଣୁଥିଲେ। ଏସବୁରୁ ଦୂରେଇ ରହିବା ପାଇଁ ପରିବାର ଲୋକ ବାରମ୍ବାର କହୁଥିଲେ। ହେଲେ ବ୍ୟକ୍ତି ଜଣକ କାହା କଥା ମାନିବାକୁ ଅରାଜି ଥିଲେ। ଶେଷରେ ଏଥିପାଇଁ ତାଙ୍କ ଜୀବନ ଚାଲି ଯାଇଛି। ୩୫ ବର୍ଷୀୟ ବ୍ୟକ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯିବା ସହ ମୃତଦେହକୁ ଜାଳି ଦିଆଯାଇଛି। ଏସବୁ ପଛରେ କୌଣସି ବାହାର ଲୋକଙ୍କ ହାତ ନାହିଁ, ବରଂ ପରିବାର ଲୋକ ହିଁ ହତ୍ୟାକାରୀ ସାଜିଛନ୍ତି। ମହାରାଷ୍ଟ୍ର ଅମ୍ବାଦ ଟାଲୁକାର ଜଲ୍‌ନା ଜିଲ୍ଲାରେ ଏହି ହତ୍ୟାକାଣ୍ଡ ଘଟିଛି। 

Advertisment

ପୋଲିସ୍‌ ସୂଚନା ଅନୁସାରେ, ଉକ୍ତ ବ୍ୟକ୍ତିଙ୍କ ବାପା ଓ ଅନ୍ୟ ପରିବାର ଲୋକ ମିଶି ତାଙ୍କୁ ହତ୍ୟା କରିଛନ୍ତି। ହତ୍ୟା ପରେ ସମସ୍ତେ ମିଶି ମୃତଦେହକୁ ଜାଳି ଦେଇଥିଲେ। ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ସମ୍ପୃକ୍ତ ବ୍ୟକ୍ତିଙ୍କୁ ତାଙ୍କ ବାପା, ଭାଇ ଓ ପୁଅ ମିଶି ହତ୍ୟା କରିଛନ୍ତି। କାରଣ ବ୍ୟକ୍ତି ଜଣକ ଅଭ୍ୟାସଗତ ଭାବେ ମଦ ଓ ଗଞ୍ଜେଇ ଟାଣୁଥିଲେ।  

ମେ’ ୧୫ ତାରିଖରେ ପରିବାର ଲୋକଙ୍କ ସହ ଉକ୍ତ ବ୍ୟକ୍ତିଙ୍କ ଯୁକ୍ତିତର୍କ ହୋଇଥିଲା। ଏହାପରେ ପରିବାର ଲୋକ ମିଶି ତାଙ୍କୁ ହତ୍ୟା କଲେ। ତେବେ ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଭୟରେ ସେମାନେ ମୃତଦେହରେ ନିଆଁ ଲଗାଇ ଦେଇଥିଲେ। ‌ଏହାସହ ସେମାନେ ପ୍ରମାଣ ମଧ୍ୟ ନଷ୍ଟ କରି ଦେଇଥିଲେ। ଏନେଇ ପୋଲିସ୍‌ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Advertisment
Murder Murder Case
Advertisment
Advertisment