ଅସଲି ପୋଲିସ ହାତରେ ନକଲି ପୋଲିସ, ମିଛ ପରିଚୟ ଦେଇ ଯୁବତୀଙ୍କୁ କରୁଥିଲା ବିବାହ

ଫେସବୁକରେ ନିଜକୁ ଇନ୍ସପେକ୍ଟର ଭାବେ ପରିଚୟ ଦେଇ ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ।

Fake Police

ଅସଲି ପୋଲିସ ହାତରେ ନକଲି ପୋଲିସ । ଖଣ୍ଡଗିରି ପୋଲିସ ଜଣେ ନକଲି ପୋଲିସକୁ ଗିରଫ କରିଛି । ତା’ର ନାଁ ସୁବାସ ଚନ୍ଦ୍ର କହଁର ଓ ଘର ଭଦ୍ରକରେ । ଇନ୍ସପେକ୍ଟର ମନୋଜ କୁମାର ମିଶ୍ର ଭାବେ ନିଜକୁ ପରିଚୟ ଦେଉଥିଲେ । ଫେସବୁକରେ ନିଜକୁ ଇନ୍ସପେକ୍ଟର ଭାବେ ପରିଚୟ ଦେଇ ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ । ଯୁବତୀ ଜଣଙ୍କର ଯେପରି ସନ୍ଦେହ ନ ହେବ ସେଥିପାଇଁ ପୋଲିସ ଡ୍ରେସରେ ଫଟୋ ଏଡିଟ୍‌ କରି ତାଙ୍କ ପାଖକୁ ପଠାଉଥିଲେ ।

ପୋଲିସ ଭାବି ଯୁବତୀ ଜଣକ ବିବାହ ମଧ୍ୟ କରିଥିଲେ । ବିବାହ ପରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା । କିନ୍ତୁ ତାଙ୍କ ସତ ଧରାପଡିଯିବା ଭୟରେ ତାଙ୍କୁ ଘରକୁ ନ ନେଇ ଖଣ୍ଡଗିରି ସରକନ୍ତରା ସ୍ଥିତ ଏକ ଭଡାଘର ରଖିଥିଲେ । ତେବେ ଯୁବତୀ ଜଣଙ୍କର ଅଧିକ ସନ୍ଦେହ ହେବାରୁ ସେ ସୁବାସ ଚଢୁଥିବା ଏକ ସୁଇଫ୍ଟ ଡିଜାୟାର କାରର ରେଜିଷ୍ଟ୍ରେସନ ନମ୍ବର ଜରିଆରେ ପ୍ରକୃତ ସତ ଜାଣିବାକୁ ପାଇଥିଲେ । ଏ ନେଇ ଥାନାରେ ଏତଲା ପରେ ଅଭିଯୁକ୍ତ ଜଣଙ୍କୁ ଗିରଫ କରାଯାଇଛି । ତେବେ ଏହି ବିବାହ ପୂର୍ବରୁ ସେ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ବିବାହ କରିଥିବା ଜଣାପଡ଼ିଛି ।