Advertisment

ନୌସେନା ଅଧିକାରୀ କହି ଯୁବତୀଙ୍କୁ ଫସାଇଲେ, ଅନ୍ତରଙ୍ଗ ସମୟର ଭିଡିଓ ଭାଇରାଲ କଲେ

ନୌସେନା ଅଧିକାରୀ କହି ଯୁବତୀଙ୍କୁ ଫସାଇଲେ, ଅନ୍ତରଙ୍ଗ ସମୟର ଭିଡିଓ ଭାଇରାଲ କଲେ

Blackmail

Blackmail

Advertisment

ନିଜକୁ ନୌସେନା ଅଧିକାରୀ କହି ପ୍ରଥମେ ସଂପର୍କ ବଢାଇଲେ। ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ବି ରଖିଲେ। ପରେ ଯୁବତୀଙ୍କ ଫଟୋ ଓ ଭିଡିଓ ଭାଇରାଲ କରିଦେଲେ। ଏଭଳି ଜଣେ ଠକଙ୍କୁ ଗିରଫ କରିଛି ଭୁବନେଶ୍ୱର ମହିଳା ଥାନା ପୋଲିସ। ଅଭିଯୁକ୍ତଙ୍କ ତା ନାଁ ସୌମ୍ୟ ରଂଜନ ମିଶ୍ର । ତା’ର ଘର ଜଗତସିଂହପୁରରେ ବୋଲି ସୂଚନା ମିଳିଛି।

Advertisment

ସୂଚନା ଅନୁସାରେ ସଂପୃକ୍ତ ଯୁବତୀ ଜଣକ ମାଟ୍ରିମୋନିଆଲ ସାଇଟ୍‌ରେ ଏକ ପ୍ରୋଫାଇଲ୍ ଖୋଲିଥିଲେ। ସେହି ପ୍ରୋଫାଇଲ ଦେଖି ସୌମ୍ୟରଞ୍ଜନ ମିଶ୍ର ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ସୌମ୍ୟରଞ୍ଜନ ନିଜକୁ ନୌସେନା ଅଧିକାରୀ ଏବଂ ମୁମ୍ବାଇରେ ଚାକିରି କରୁଥିବା ମାଟ୍ରିମୋନିଆଲ ସାଇଟ୍‌ରେ ଦର୍ଶାଇଥିଲେ। ଏଭଳି ମିଥ୍ୟା ତଥ୍ୟ ଦେଇ ଯୁବତୀଙ୍କୁ ଫସାଇ ଦେଇଥିଲା ସୌମ୍ୟରଞ୍ଜନ। ବିବାହର ପ୍ରତିଶ୍ରୁତି ଦେଇ ପୀଡିତାଙ୍କ ସହ ଶାରୀରିକ ସର୍ମ୍ପକ ରଖିଥିଲେ। ଆଉ ଅନ୍ତରଙ୍ଗ ସମୟର ଭିଡିଓକୁ ରେକର୍ଡ କରିବା ସହ ବ୍ଲାକମେଲିଂ କରୁଥିଲେ। ଏପରିକି ପୀଡିତାଙ୍କଠାରୁ ୫୦ ହଜାର ଟଙ୍କା ବି ନେଇଥିବା ଅଭିଯୋଗ ହୋଇଛି। ମହିଳା ଥାନା ପୋଲିସ ଅଭିଯୁକ୍ତ ସୌମ୍ୟ ରଂଜନଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ମୋବାଇଲ୍ ଜବତ କରିଛି।

Sexual Harassment Blackmail
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ