Advertisment

ବରମୁଣ୍ଡା କାଉଣ୍ଟରରେ ନକଲି ମଦ, ୫୦ ଲକ୍ଷ ସ୍ୱାହା..!

୫୦ ଲକ୍ଷର ନକଲି ମଦରେ ଜେସିବି ଚଢ଼ାଇଲା ଅବକାରୀ ବିଭାଗ । ବରମୁଣ୍ଡାରେ ଥିବା ମଦ ଦୋକାନ ସିଲ୍ ।

undefined

Duplicate Liquor

Advertisment

ବ୍ରାଣ୍ଡ ଅସଲି, ମଦ ନକଲି। ଚିକିଟି ଅପମିଶ୍ରିତ ମଦମୃତ୍ୟୁ ଘଟଣାକୁ ଦିନ କେଇଟା ଯାଇନି, ନକଲି ମଦକୁ ନେଇ ରାଜଧାନୀରେ ହଇଚଇ। ସବୁଠୁ ବଡ଼ କଥା ହେଉଛି, ବରମୁଣ୍ଡା ସ୍ଥିତ ଏକ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରୁ ଜବତ୍ ହୋଇଛି ବିପୁଳ ପରିମାଣର ନକଲି ମଦ । ଅବକାରୀ ବିଭାଗ ଜବତ୍ କରିଥିବା ପ୍ରାୟ ୫୦ ଲକ୍ଷ ଟଙ୍କାର ନକଲି ମଦରେ ବୁଲଡୋଜର ଚଢ଼ାଇ ଥିଲା ବେଳେ, ଖୋଦ୍ କ୍ୟାପିଟାଲ ସିଟିରେ ନକଲି ମଦ, ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି।

Advertisment

ହଁ... ରାଜ୍ୟରେ ପୂର୍ବରୁ କେବେ ଘଟି ନଥିଲା ଏଭଳି ଘଟଣା । ଅସଲି ବ୍ରାଣ୍ଡର ମଦ ବୋତଲରେ ନକଲି ମଦ ପୂରାଇ ହେଉଛି ବିକ୍ରି । ଅସଲି ବୋତଲରେ ନକଲି ମଦ ଭରି ମଦ୍ୟପଙ୍କୁ ଚକମା ଦେଉଥିଲେ ସରକାରୀ ମଦ ଦୋକାନୀ । ନକଲି ଠିପି, ନକଲି ସରକାରୀ ଲୋଗୋ । ସବୁ ଏଠି ଜାଲି । ଖୋଦ୍ ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡାରେ ଥିବା ଏକ ସରକାରୀ ମଦ କାଉଣ୍ଟରରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । 

ରେଡ୍ ବେଳେ ଅବକାରୀ ବିଭାଗ ବି ବିଶ୍ୱାସ କରି ପାରୁ ନଥିଲା ଏଠୁ ଏତେ ପରିମାଣର ନକଲି ମଦ ବାହାରିବ ବୋଲି। ହେଲେ ଯାଞ୍ଚ କରିବା ବେଳେ ପୁରା ଦୋକାନ ଭର୍ତ୍ତି ନକଲି ମଦ ମିଳିଛି । ଯାହା ଅବକାରୀ ଅଫିସରଙ୍କ ହୋସ ଉଡାଇ ଦେଇଛି। ମଦ ବୋତଲରେ ସିଲ ସହ ଠିପି ରହିଛି । ହେଲେ ତାହା ଆପଣା ଛାଏଁ ବାହାରି ଯାଉଛି । ଏପରିକି ସରକାରଙ୍କ ପକ୍ଷରୁ ଲଗାଯାଇଥିବା ସିଲ ମଧ୍ୟ ସଂପୂର୍ଣ୍ଣ ନକଲି।

Advertisment

ଅଚାନକ ରେଡ୍ ପରେ ଦୋକାନରୁ ଅବକାରୀ ଟିମ୍ ପାଖାପାଖି ୫୦ ଲକ୍ଷ ଟଙ୍କାର ନକଲି ମଦ ଠାବ କରିଥିଲା । ଆଉ ତାପରେ ତୁରନ୍ତ ଆକ୍ସନ୍ ନେଇ ସବୁ ମଦକୁ ରାସ୍ତା ଉପରେ ରଖି ଜେସିବିରେ ଚାପି ନଷ୍ଟ କରିଥିଲା । କେବଳ ସେତିକି ନୁହେଁ ମଦ ଅପମିଶ୍ରଣ ପାଇଁ ସଂପୃକ୍ତ ମଦ ଦୋକାନକୁ ସିଲ୍ କରାଯିବା ସହ ଲାଇସେନ୍ସ ବାତିଲ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଅପରପକ୍ଷେ କେବେଠୁ ଏଠି ଏମିତି ନକଲି ମଦ କାରବାର ଚାଲିଥିଲା, ବ୍ରାଣ୍ଡେଡ୍ ମଦରେ କେବଳ ପାଣି ନା ଅନ୍ୟ କୌଣସି କେମିକାଲ ମିଶା ଯାଉଥିଲା, ଜାଣିବା ପାଇଁ ନମୁନାକୁ ପରୀକ୍ଷା ପାଇଁ ପଠାଯାଇଛି । ଦୋକାନରେ କାମ କରୁଥିବା ସମସ୍ତଙ୍କୁ ଗିରଫ କରାଯାଇଥିଲା ବେଳେ ମାଲିକ କିନ୍ତୁ ଫେରାର ଅଛନ୍ତି।

ଖୋଦ୍ ରାଜଧାନୀର ଏକ ସରକାରୀ ମଦ ଦୋକାନରୁ ନକଲି ମଦ ଠାବ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା ବେଳେ, ଏକ୍ଷେତ୍ରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

Advertisment

Baramunda Alcohol
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ