Advertisment

ଦୁର୍ଗାପୂଜାକୁ ଟାର୍ଗେଟ୍ କରି ଛପାଯାଉଛି ଜାଲି ନୋଟ୍‌ !

କେତେ ପରିମାଣର ଜାଲ୍ ନୋଟ୍ ବଜାରକୁ ଯାଇଛି? କୁଆଡେ କୁଆଡେ ଯାଇଛି?

undefined

Fake currency worth Rs 16.11 lakh seized in Rourkela

Advertisment

ରାଉରକେଲା ସେକ୍ଟର-୧୭ ଅଂଚଳରେ ଚଢାଉ କରି ଏତେ ପରିମାଣର ନକଲି ନୋଟ୍ ଜବତ କରିଛି ପୋଲିସ ଓ ଏସଟିଏପ୍‌ ମିଳିତ ଟିମ୍। ବିଡା ବିଡା ପାଂଚ ଶହ ଟଙ୍କିଆ ନୋଟ୍। ଦୁଇ ଶହର ନୋଟ୍ ବି ଥାକ ମାରି ଥୁଆ ହୋଇଛି। ଜବତ ଟଙ୍କାର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ୧୧ ହଜାର ହେବ। ଘଟଣାସ୍ଥଳରୁ ସେକ୍ ଅହମ୍ମଦ ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ତା ଘର ଦିଲ୍ଲୀ ମୋଲାରବନ୍ଧରେ। ତେବେ ସେ ରାଉରକେଲାର ସେକ୍ଟର-୧୫ ଅଞ୍ଚଳରେ ରହୁଥିଲା। ପୋଲିସର ରେଡ୍ ବେଳେ ଆଉ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି। ଘଟଣାସ୍ଥଳରୁ କଲର ପ୍ରିଣ୍ଟର, କାଳି ଓ ଲାପଟପ୍ ମଧ୍ୟ ଜବତ ହୋଇଛି।

Advertisment

ପୋଲିସର ସୂଚନା ଅନୁସାରେ, ୩ ମାସ ହେଲା ଅଭିଯୁକ୍ତମାନେ ଜାଲ ନୋଟ୍ କାରବାର ଚଲାଇଥିଲେ। ଦୁର୍ଗାପୂଜାକୁ ଟାର୍ଗେଟ୍ କରି ପ୍ରଚୁର ପରିମାଣର ଫେକ୍ ନୋଟ୍ ଛପାଯାଇଥିବା ସନ୍ଦେହ କରାଯାଉଛି। ଏଠି ପ୍ରଶ୍ନ ଉଠୁଛି, କେତେ ପରିମାଣର ଜାଲ୍ ନୋଟ୍ ବଜାରକୁ ଯାଇଛି? କୁଆଡେ କୁଆଡେ ଯାଇଛି? ଆଗରୁ କେତେ ଥର ନକଲି ନୋଟ୍ ଛାପିଛନ୍ତି ଅଭିଯୁକ୍ତ? ରାଉରକେଲାରୁ ବିହାର ଓ ଦିଲ୍ଲୀକୁ ଲମ୍ବିଛି କି ଜାଲ୍ ନୋଟ୍ କାରବାରର ଚେର? ଏହି କଳା ବେପାରରେ ଆଉ କିଏ କିଏ ସମ୍ପୃକ୍ତ? ଜାଲ୍ ନୋଟ୍ କାରବାରର ମୂଳରେ ପହଁଚିବା ଏବେ ପୋଲିସ ଓ ଏସଟିଏଫ୍ ପାଇଁ ବଡ ଚ୍ୟାଲେଂଜ୍। 

ଏହା ପୂର୍ବରୁ ଗତ ଜୁଲାଇ ମାସରେ ବରଗଡ଼ ପୋଲିସ୍ ଓ ଏସଟିଏଫ୍ ପକ୍ଷରୁ ମିଳିତ ଭାବେ ଚଢଉ କରାଯାଇ ୧୪ ଲକ୍ଷ ୨୯ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ କରାଯାଇଥିଲା। ସେହି ଘଟଣାରେ ଉତ୍ତରାଖଣ୍ଡର ଜଣକୁ ମିଶାଇ ମୋଟ୍ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେହିପରି ସମ୍ବଲପୁରରୁ ଯୁଜୁମରାରୁ ମଧ୍ୟ ଗତ ଜୁଲାଇ ୧୩ ତାରିଖରେ ୧୫ ଲକ୍ଷରୁ ଅଧିକ ନକଲି ନୋଟ୍ ଜବତ ସହ ୨ ଜଣଙ୍କୁ ଗିରଫ କରାଯାଇଥିଲା।

Advertisment

ରାଉରକେଲାରୁ ପଓ୍ବନ ତିଓ୍ବାରୀଙ୍କ ସହ ଭୁବନେଶ୍ୱରରୁ ଅତୁଲ୍ୟ ବାଉତଙ୍କ ରିପୋର୍ଟ

Fake Currency Notes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ