Advertisment

ଛାପୁଥିଲେ ନକଲି ନୋଟ୍, ପଢ଼ାଉଥିଲେ RSS ବିରୋଧୀ ପାଠ; ଭଦ୍ରକ ଜିଲ୍ଲାର ମୌଲବୀ ଗିରଫ...

ୟୁପି ଆତଙ୍କୀ କାର୍ଯ୍ୟକଳାପରେ ଓଡ଼ିଶା କନେକ୍ସନ । ପ୍ରୟାଗରାଜରେ ଛାପୁଥିଲେ ମାଳ ମାଳ ନକଲି ନୋଟ୍ । ପଢ଼ାଉଥିଲେ ଦେଶଦ୍ରୋହର ପାଠ ।

undefined

Fake Currency Racket

Advertisment

ୟୁପି ପ୍ରୟାଗରାଜ ମଦ୍ରାସାରେ ଜାଲ୍ ନୋଟ୍ ରାକେଟ୍ ସହ ଦେଶଦ୍ରୋହୀ ମାମଲାରେ ଓଡ଼ିଶା ଲିଙ୍କ୍। ପ୍ରୟାଗରାଜରେ ଭଦ୍ରକ ଜିଲ୍ଲାର ଦୁଇ ଯୁବକଙ୍କ ସମେତ ୪ ଜଣଙ୍କୁ ଗିରଫ କରିବା ସହ ଆତଙ୍କୀ କାର୍ଯ୍ୟକଳାପର ଖୁଲାସା କରିଛି ୟୁପି ପୋଲିସ୍। ଲକ୍ଷ ଲକ୍ଷ ଜାଲ୍ ନୋଟ୍ ଛାପିବା ସହ RSS ବିରୋଧୀ ଅଭିଯାନ ଚଳାଉଥିଲେ ଏମାନେ। ଓଡ଼ିଆ ମୌଲବୀ ସହ ଏହି ଗ୍ୟାଙ୍ଗ ଧରାପଡ଼ିବା ପରେ ୟୁପି ପୋଲିସର ଆଖି ଏବେ ଓଡ଼ିଶା ଉପରେ।...

Advertisment

ୟୁପି ଆତଙ୍କୀ କାର୍ଯ୍ୟକଳାପରେ ଓଡ଼ିଶା କନେକ୍ସନ । ପ୍ରୟାଗରାଜରେ ଛାପୁଥିଲେ ମାଳ ମାଳ ନକଲି ନୋଟ୍ । ପଢ଼ାଉଥିଲେ ଦେଶଦ୍ରୋହର ପାଠ । ଭଦ୍ରକ ଜିଲ୍ଲାର ଜଣେ ଜଡ଼ିବୁଟି ବୈଦ୍ୟଙ୍କ ପୁଅ ଯେ, ନକଲି ନୋଟ୍ ସୁଦୂର ୟୁପିରେ ଛାପିବାରେ କିଙ୍ଗପିନ୍ ସାଜିବ,ତା ଜଣାପଡ଼ିବା ପରେ ଚାରିଆଡ଼େ ଏବେ ହଲଚଲ୍ ।

ପୁରା କାହାଣୀକୁ ଯିବା ପୂର୍ବରୁ ନଜର ପକାନ୍ତୁ, ପ୍ରୟାଗରାଜ ପୋଲିସ ହାତରେ ଧରାପଡ଼ିଛନ୍ତି ଚାରି ଚେହେରା । ଯାହାଙ୍କ ନାଁ ମହମ୍ମଦ ତଫସିରୁଲ ଆଫ୍ରିନ (୨୫), ଜାହିର ଖାନ୍ (୨୩), ମହମ୍ମଦ ଅଫଜଲ (୧୮) ଓ ମହମ୍ମଦ ସାହିଦ ୧୮। ସମସ୍ତଙ୍କ ବୟସ ୧୮ରୁ ୨୫ ବର୍ଷ ଭିତରେ। ଆଉ ଏହି ୪ ଜଣଙ୍କ ଭିତରୁ ଜାହିର ଖାନ୍ ହେଉଛି ଭଦ୍ରକ ବାସୁଦେବପୁର ବ୍ଲକ୍ ଶୁକଦେବପୁରର। ବାପା ସାଜିଦ ଖାଁ ଗାଁରେ ଜଡ଼ିବୁଟି ଔଷଧ ଦେବା ସହ ବୈଦ୍ୟ କାମ କରନ୍ତି। ୪ବର୍ଷ ବୟସରୁ ଉଚ୍ଚଶିକ୍ଷା ପାଇଁ ଜାହିରକୁ ପ୍ରୟାଗରାଜ ପଠାଇଥିଲେ ବାପା। କିନ୍ତୁ, ସେହି ଜାହିର ଏବେ ଦେଶ ବିରୋଧରେ ଜହର ସାଜି ନକଲି ନୋଟ ଛାପିବା ସହ ଦେଶ ବିରୋଧୀ ଅପରେସନ ଚଳାଇଥିବା ଅଭିଯୋଗ ହୋଇଛି। ଯାହାକୁ ୟୁପି ପୋଲିସ ଗିରଫ କରିଥିବାବେଳେ ଜାହିରର ବାପା କହିଛନ୍ତି, ପୁଅ ଦୋଷ କରିଛି ଯଦି, ଦଣ୍ଡ ପାଉ। 

Advertisment

କେବଳ ଜାହିର ଖାନ୍ ନୁହେଁ, ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୫ ବର୍ଷିୟ ମହମ୍ମଦ ତଫସିରୁଲ୍ ଆଫ୍ରିନ ବି ସେହି ଭଦ୍ରକ ଜିଲ୍ଲାର। କିନ୍ତୁ ସେଇଠି ରହି ପ୍ରୟାଗରାଜର ଜାମିଆ ହବିବିୟା ମଦ୍ରାସାର ବନିଥିଲା ମୌଲବୀ। ପ୍ରୟାଗରାଜ ଡିସିପିଙ୍କ କହିବା କଥା, ଏହି ମୌଲବୀ ଠାରୁ ଘରଭଡ଼ା ନେଇ ମହମ୍ମଦ ଅଫଜଲ ଏବଂ ମହମ୍ମଦ ସାହିଦ ସହ ମିଶି ୟୁପିରେ ନକଲି ନୋଟର ରାକେଟ୍ ଚଳାଉଥିଲା ଜାହିର ଖାନ୍। ବ୍ୟବହାର କରୁଥିଲେ ସ୍କାନର, ପ୍ରିଣ୍ଟର ସହ ଅତ୍ୟାଧୁନିକ ସଫ୍ଟୱେର। ପ୍ରାୟତଃ ଏମାନେ ୧୦୦ ଟଙ୍କିଆ ନୋଟ୍ ଛାପୁଥିଲେ। ଏଭଳି ଭାବେ ୪୫ ହଜାର ନକଲି ନୋଟ ଛାପି ମାର୍କେଟକୁ ଛାଡ଼ିଥିବା ଆଶଙ୍କା କରୁଛି ପୋଲିସ।

କେବଳ ଏତିକି ନୁହେଁ, RSS ବିରୋଧୀ ଅଭିଯାନ ପାଇଁ ମଦ୍ରାସାରେ ତିଆରି ହେଉଥିଲା ବ୍ଲୁପ୍ରିଣ୍ଟ। ଛପାଯାଉଥିଲା ପୁସ୍ତକ। ଆଉ ଏହି ପୁସ୍ତକ ଧରାଇ ମଦ୍ରାସା ଆସୁଥିବା ପିଲାଙ୍କୁ ପଢା ଯାଉଥିଲା ଦେଶ ବିରୋଧୀ ପାଠ। ଏହି ଘଟଣାର ସେତେବେଳେ ଖୁଲାସା ହେଲା, ଯେତେବେଳେ ନକଲି ନୋଟର ରାକେଟ୍ ଧରାପଡ଼ିଥିଲା। ଏହି ମାମଲାର ଖୋଳତାଡ଼ କରୁ କରୁ ଏବେ ସାମ୍ନାକୁ ଆସିଛି ଦେଶବିରୋଧୀ ଷଡ଼ଯନ୍ତ୍ରର ସାଂଘାତିକ ସତ। 

Advertisment

୨୦୧୫ରେ ଅଲକାଏଦା ଏଜେଣ୍ଟ ସାଜି ଚୌଦ୍ବାର ଅଞ୍ଚଳରୁ ବନ୍ଧା ହୋଇଥିଲା ଅବଦୁର୍ ରେହମାନ। ଅବଦୁର୍ ବି ଥିଲା ଏକ ମଦ୍ରାସାର ମୌଲବୀ। ଆଉ ଏବେ ଓଡ଼ିଶାରୁ ପ୍ରୟାଗରାଜ ଯାଏଁ ଜାଲ୍ ନୋଟର ଚେର ଲମ୍ବିବା ଓ ଆଢୁଆଳରେ ଓଡ଼ିଆ ମୌଲବୀଙ୍କ ଲିଙ୍କ ପରେ ବଢ଼ିଛି ନାନା ଆଶଙ୍କା। 
କେବଳ ଏତିକି ନୁହେଁ, ସିମବକ୍ସ ରାକେଟ୍ ସହ ପୂର୍ବରୁ ଏକାଧିକ ନକଲି ନୋଟ୍ ବି ଜବତ ହୋଇଛି ଓଡ଼ିଶାରୁ। ତେଣୁ ଏଠି ବି ଚାଲିଛି କି ଦେଶଦ୍ରୋହୀ ଷଡ଼ଯନ୍ତ୍ର? ଶାନ୍ତିପ୍ରିୟ ଓଡ଼ିଶାରେ ଆତ୍ମଗୋପନ କରି କେହି ଓଡ଼ିଶାର ସୁରକ୍ଷା ସଂପର୍କିତ ଗୁପ୍ତତଥ୍ୟ ଦେଉନି ତ ଶତ୍ରୁପକ୍ଷଙ୍କୁ ? ଘଟଣା ସଂପର୍କରେ ପୋଲିସ୍ ଏଯାଏଁ ମୁହଁ ଖୋଲୁନଥିବାବେଳେ ଖୁବଶୀଘ୍ର ୟୁପି ପୋଲିସ୍ ଓଡ଼ିଶା ଆସିପାରେ ବୋଲି ସୂଚନା ମିଳିଛି।

Fake Currency Notes Fake Currency Racket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ