Advertisment

Fake Cement Factory: ଭୁବନେଶ୍ୱରରେ ଭେଜାଲ୍; ରାଜଧାନୀରୁ ନକଲି ସିମେଣ୍ଟ ଫ୍ୟାକ୍ଟ୍ରି ଠାବ

ପୁରୁଣା ବ୍ରାଣ୍ଡର ନାଁରେ ମାର୍କେଟରେ ଚାଲିଥିଲା ନକଲି ସିମେଣ୍ଟ ବିକ୍ରି । ଏହି ଘଟଣାରେ କାରଖାନାର ମାଲିକଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।

ଅଦ୍ୟତନ ହୋଇଛି
Fake Cement Factory Busted by Commissionerate Police

Fake Cement Factory Busted by Commissionerate Police

Advertisment

କଟକ ପରେ ଏବେ ରାଜଧାନୀ ଭୁବନେଶ୍ୱରରେ ନକଲି ସିମେଣ୍ଟ କାରଖାନା । ବ୍ରାଣ୍ଡ ଅସଲି, ହେଲେ ସିମେଣ୍ଟ ନକଲି । ବଡଗଡ ଥାନା ଟଙ୍କପାଣି ରୋଡ ଅଞ୍ଚଳରେ ନକଲି ସିମେଣ୍ଟ କାରଖାନା ଠାବ କରିଛି କମିଶନରେଟ ପୋଲିସ। କୋଟି କୋଟି ଟଙ୍କାର ନକଲି ସିମେଣ୍ଟ ଜବତ ହୋଇଥିବା ସୂଚନା ମିଳିଛି।

Advertisment

ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ବଡଗଡ ଥାନା ଟଙ୍କପାଣି ରୋଡ ଅଞ୍ଚଳରେ ଚାଲିଥିଲା ନକଲି ସିମେଣ୍ଟ କମ୍ପାନୀ। ବ୍ରାଣ୍ଡେଡ୍ କମ୍ପାନୀ ଲୋଗୋରେ ପ୍ରସ୍ତୁତ ହେଉଥିଲା ସିମେଣ୍ଟ। ଅସଲି ବ୍ରାଣ୍ଡରେ ନକଲି ସିମେଣ୍ଟ ଭର୍ତ୍ତି କରି ବିକ୍ରି କରାଯାଉଥିଲା। ଏନେଇ ପୋଲିସକୁ ସୂଚନା ମିଳିଥିଲା।

ଏହାପରେ ଆକ୍ସନକୁ ଆସିଥିଲା କମିଶନରେଟ୍ ପୋଲିସ । ଖବର ପାଇବା ପରେ ତୁରନ୍ତ ସେହି ସ୍ଥାନରେ ଚଢାଉ କରିଥିଲା । ସିମେଣ୍ଟ ସହ ପାଉଁଶ ମିଶାଇ ଲୋକଙ୍କୁ ବିକ୍ରି କରାଯାଉଥିବା ଜଣାପଡିଛି । ପୁରୁଣା ବ୍ରାଣ୍ଡର ନାଁରେ ମାର୍କେଟରେ ଚାଲିଥିଲା ନକଲି ସିମେଣ୍ଟ ବିକ୍ରି । ଏହି ଘଟଣାରେ କାରଖାନାର ମାଲିକଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।

Advertisment

ଅଧିକ ପଢ଼ନ୍ତୁ:  ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ବଢ଼ିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା

Bhubaneswar Fake Factory
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ