ରାଜଧାନୀରେ ନକଲି କଲ୍ ସେଣ୍ଟର ! ହେଉଥିଲା କି ସାଇବର ଠକେଇ ?

ରାଜଧାନୀରେ ବଡ଼ ଧରଣର ସାଇବର ଠକେଇ ପାଇଁ ଚାଲିଥିଲା ପ୍ରି ପ୍ଲାନ । ଚଢ଼ାଉ କଲା କମିଶନରେଟ ପୋଲିସର ସାଇବର ଟିମ୍ ।

Fake Call Centre

ରାଜଧାନୀରେ ବଡ଼ ଧରଣର ସାଇବର ଠକେଇ ପାଇଁ ଚାଲିଥିଲା ପ୍ରି ପ୍ଲାନ । ଏହି ଖବର ପାଇ କମିଶନରେଟ ପୋଲିସର ସାଇବର ଟିମ ଚଢ଼ାଉ କରିଛି । ଏହି ଘଟଣାରେ ପୋଲିସ ଆପାର୍ଟମେଣ୍ଟରୁ ଅନେକ ଡିଜିଟାଲ ଡିଭାଇସ ଠାବ କରିଛି । ସୁନ୍ଦରପଦାର କାଞ୍ଚନ ଟାୱାର ଆପାର୍ଟମେଣ୍ଟରେ ଏହି ଚଢ଼ାଉ ହୋଇଛି । ଆପାର୍ଟମେଣ୍ଟ ଦ୍ୱିତୀୟ ମହଲାରେ ଥିବା ୨୦୫ ନମ୍ବର ଫ୍ଲାଟରେ ଏହି କଲ୍ ସେଣ୍ଟର ଚାଲିଥିଲା ।

ସାଇବର ଠକେଇ ପାଇଁ ଏହି ଆପାର୍ଟମେଣ୍ଟରେ ପ୍ଲାନ୍ ଚାଲିଥିଲା । ଚଢ଼ାଉ ପରେ ଏହି ଘରୁ ସିମ୍ ବକ୍ସ ଭଳି ଦେଖା ଯାଉଥିବା କିଛି ଡିଭାଇସ୍ ଠାବ ହୋଇଛି । ଏଥିସହ କିଛି ଲାପ୍‌ଟପ୍ ଓ ମୋବାଇଲ ଜବତ କରିବା ସହ ୬ଜଣଙ୍କୁ ପୋଲିସ ଅଟକ ରଖିଛି । ଭୁବନେଶ୍ୱର ଡିସିପି କହିଛନ୍ତି ୬ ଜଣଙ୍କୁ ରିମାଣ୍ଡରେ ନିଆଯିବ । ସମସ୍ତ ୬ ଜଣ କୋଲକାତା ଅଞ୍ଚଳର, ଆଉ କିଏ ଅଛନ୍ତି ଜେରା ହେବ ବୋଲି ସେ ସୂଚନା ଦେଇଛନ୍ତି ।

ଅଧିକ ତଦନ୍ତ ପାଇଁ ଟେକ୍ନିକାଲ ଟିମର ସାହାଯ୍ୟ ନିଆଯାଉଛି । ରାଜ୍ୟ ଓ ରାଜ୍ୟ ବାହାରର ଲୋକଙ୍କୁ ଲିଙ୍କ୍ ପଠାଇ ଏମାନେ ଠକେଇ କରୁଥିଲେ ।