Advertisment

Excise Officers Attacked During Raid: ରେଡ୍ ବେଳେ ମଦ ମାଫିଆଙ୍କ ଆକ୍ରମଣ, ଅବକାରୀ ଅଧିକାରୀଙ୍କୁ କଲେ ଲହୁଲୁହାଣ

ରାଜଗାଙ୍ଗପୁରରେ ନିଶା ମାଫିଆଙ୍କ ଦୌରାତ୍ମ୍ୟ । ରେଡ୍ ବେଳେ ଅବକାରୀ ଅଧିକାରୀ ଓ ପୋଲିସକୁ ଲହୁଲୁହାଣ କରିଛନ୍ତି ମଦ ମାଫିଆ । ଏନେଇ ଅବକାରୀ ବିଭଗ ପକ୍ଷରୁ ରାଜଗାଙ୍ଗପୁର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି ।

ଅଦ୍ୟତନ ହୋଇଛି
Police Attacked By Miscreants During Raid

Police Attacked By Miscreants During Raid

Advertisment

ରେଡ୍ ବେଳେ ଅବକାରୀ ଟିମ ଓ ପୋଲିସକୁ ଆକ୍ରମଣ । ସୁନ୍ଦରଗଡ଼ ରାଜଗାଙ୍ଗପୁର କର୍ଲାକାନି ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି । ଚଢାଉ ସମୟରେ ଅବକାରୀ ଅଧିକାରୀଙ୍କୁ ମଦ ମାଫିଆମାନେ ଆକ୍ରମଣ କରିଛନ୍ତି । ସୂଚନା ଅନୁଯାୟୀ ରାଉରକେଲା, ବଡ଼ଗାଁ, ରାଜଗାଙ୍ଗପୁର ଅବକାରୀ ଟିମ କର୍ଲାକାନି ଗାଁରେ ମିଳିତ ଚଢ଼ାଉ କରିଥିଲେ । ଏହି ସମୟରେ ସେମାନଙ୍କୁ ଆକ୍ରମଣ କରିଥିଲେ ମାଫିଆ ।

Advertisment

ଏହି ଆକ୍ରମଣ ଫଳରେ ଘଟଣାରେ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ସୂଚନା ଅଧିକାରୀ ଏବଂ ୨ ଜଣ ଅବକାରୀ ଅଧିକାରୀ ରହିଛନ୍ତି। ଏହାସହ ଦୁଇ ଗୁରୁତରଙ୍କୁ ରାଉରକେଲା RGHକୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ଅବକାରୀ ବିଭଗ ପକ୍ଷରୁ ରାଜଗାଙ୍ଗପୁର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି । ରାଜଗାଙ୍ଗପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । 

ଅଧିକ ପଢନ୍ତୁ : ସେବାଶ୍ରମ ଉପରେ ପୋଲିସ ଓ ଶିଶୁ ସୁରକ୍ଷା ବିଭାଗର ଚଢାଉ

Raid Violence Excise Officials
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ