Advertisment

ସାବାଡ୍ ହେବେ ନିୟମର ଧଜ୍ଜିଆ ଉଡ଼ାଉଥିବା ଡ୍ୟାନ୍ସ ବାର୍, ରାତିଅଧିଆ ରେଡ୍ କରିବେ ୩ଟି ସ୍ପେଶାଲ ଟିମ୍

ପାର୍ବଣ ବେଳରେ ନିୟମ ଫୁ କରିଛନ୍ତି ଡ୍ୟାନ୍ସ ବାର୍ । ରାଜଧାନୀରେ ରାତିତମାମ୍ ଗ୍ରାହକଙ୍କୁ କରୁଛନ୍ତି ମତୁଆଲା। ରଙ୍ଗିଲା ବାରରେ ରଙ୍ଗୀନ ରାତିର ସତ ପଦାକୁ ଆସିବା ପରେ ଏବେ ସାବାଡ୍ ଲାଗି ସଜବାଜ ଅବକାରୀ ବିଭାଗ। ଆକ୍ସନ ମୋଡ଼କୁ ଆସି ଗଠନ କରିଛି ସ୍ପେଶାଲ୍ ସ୍କ୍ୱାର୍ଡ।

undefined

Dance Bar

Advertisment

ରାଜଧାନୀରେ ନିୟମ ଭାଙ୍ଗୁଥିବା ଡ୍ୟାନ୍ସ ବାରଙ୍କୁ ସାବାଡ୍ ଲାଗି ଅବକାରୀ ବିଭାଗର ବ୍ଲୁ ପ୍ରିଣ୍ଟ। ନିର୍ଦ୍ଧାରିତ ସମୟରେ ବନ୍ଦ ନକରି ରାତିତମାମ ଗ୍ରାହକଙ୍କୁ ମତୁଆଲା କରୁଥିବା ବାର୍ ଉପରେ ରେଡ୍ ପାଇଁ ଗଠନ ହୋଇଛି ୩ଟି ସ୍ପେଶାଲ୍ ଟିମ୍। ବାରଗାର୍ଲଙ୍କୁ ଅନୈତିକ କାର୍ଯ୍ୟରେ ଲଗା ଯାଉଥିବା ଅଭିଯୋଗ ଓ ପାର୍ବଣ ସମୟରେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ହଠାତ୍ ଆକ୍ସନ ମୋଡ୍ କୁ ଆସିଛି ଏକ୍ସାଇଜ୍ ଡିପାର୍ଟମେଣ୍ଟ।

Advertisment

ପାର୍ବଣ ବେଳରେ ନିୟମ ଫୁ କରିଛନ୍ତି ଡ୍ୟାନ୍ସ ବାର୍ । ରାଜଧାନୀରେ ରାତିତମାମ୍ ଗ୍ରାହକଙ୍କୁ କରୁଛନ୍ତି ମତୁଆଲା। ରଙ୍ଗିଲା ବାରରେ ରଙ୍ଗୀନ ରାତିର ସତ ପଦାକୁ ଆସିବା ପରେ ଏବେ ସାବାଡ୍ ଲାଗି ସଜବାଜ ଅବକାରୀ ବିଭାଗ। ଆକ୍ସନ ମୋଡ଼କୁ ଆସି ଗଠନ କରିଛି ସ୍ପେଶାଲ୍ ସ୍କ୍ୱାର୍ଡ। ୩ଟି ଟିମ୍ ରାତି ଅଧରେ ରାଜଧାନୀର ବିଭିନ୍ନ ଡ୍ୟାନ୍ସ ବାରକୁ ଯାଇ ସରପ୍ରାଇଜ ଚେକିଂ ସହ ମାରାଥନ ରେଡ୍ କରିବେ। ସନ୍ଦେହ ହେଲେ ସେଠିକାର ସିସିଟିଭି ଓ ହାର୍ଡଡିସ୍କ ବି ନେଇ ଆସିବ। ଯେଉଁ ବାର୍ ନିୟମ ଉଲ୍ଲଙ୍ଘନ କରିଥିବା ଜଣାପଡ଼ିବ ତା’ର ଲାଇସେନ୍ସ ରଦ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଚେତାଇ ଦେଇଛନ୍ତି ଅବାକାରୀ ଇନସପେକ୍ଟର।

Advertisment

ତେବେ ଏଠି ପ୍ରଶ୍ନ ରାଜଧାନୀରେ ହଠାତ୍ କାହିଁକି ଚେଇଁ ଉଠିଲା ଅବକାରୀ ବିଭାଗ ? ଡ୍ୟାନ୍ସ ବାର୍ ଗୁଡ଼ିକରେ ବେଆଇନ୍ କାମ ଚାଲୁଥିବା ନେଇ କିଛି ଠୋସ୍ ପ୍ରମାଣ ମିଳିଛି କି ? ସୂଚନା ଅନୁସାରେ ଭୁବନେଶ୍ବରରେ ଡ୍ୟାନ୍ସ ବାର ବନ୍ଦ ହେବାର ସମୟ ରାତି ୧୨। ଯଦି ସ୍ପେଶାଲ ଅର୍ଡର ଥାଏ ତାହାଲେ ଆଉ ଦେଢ଼ ଘଣ୍ଟା ଖୋଲିହେବ। ହେଲେ ଏସବୁ ନିୟମର ଯେମିତି ଧଜ୍ଜିଆ ଉଡୁଛି। ରାତିତମାମ ଡ୍ୟାନ୍ସ ବାର ଖୋଲି ଗ୍ରାହକଙ୍କୁ ମତୁଆଲା କରୁଛନ୍ତି।

ଚିକମିକ୍ ଆଲୁଅରେ ସୁନ୍ଦରୀ ତରୁଣୀ ନାଚୁଛନ୍ତି, ଟଙ୍କା ଉଡୁଛି। ଖାଲି ସେତିକି ନୁହେଁ ବାରଗାର୍ଲଙ୍କୁ ଅନୈତିକ କାର୍ଯ୍ୟରେ ମାଲିକ ଲଗାଉଥିବାର ମଧ୍ୟ ସଂଗୀନ ଅଭିଯୋଗ ଆସିଲାଣି। ଯାହାକି ଅବକାରୀ ବିଭାଗର ମୁଣ୍ଡ ଘୂରାଇ ଦେଇଛି। ତେଣେ ପୂର୍ବତନ ପୋଲିସ ଅଧିକାରୀଙ୍କ କହିବା କଥା, ରାତିସାରା ଡ୍ୟାନ୍ସ ବାର୍ ଖୋଲାଯାଉଥିବାରୁ ଅପରାଧ ବଢୁଛି, ଅପରାଧୀ ବି ସକ୍ରିୟ ହେଉଛନ୍ତି। ଯେହେତୁ ଏବେ ପୂଜା ସମୟ, ଏଥିପ୍ରତି ବିଭାଗ ଅଧିକ ସଜାଗ ନେହେଲେ ସ୍ଥିତି ଅଣାୟତ୍ତ ହେବ।

Advertisment

ରାଜଧାନୀରେ ଏବେ ୧୬ଟି ଡ୍ୟାନ୍ସ ବାର ଥିବାବେଳେ ୧୫ରୁ ଅଧିକ ପବ୍ ବି ରହିଛି । ଯେଉଁଥିରେ ୩ ଶହରୁ ଅଧିକ ଯୁବତୀ କାର୍ଯ୍ୟରତ। ହେଲେ ଅନେକ ବାର୍ ଅଛି, ଯାହାଙ୍କ ପାଖରେ ଲାଇସେନ୍ସ କି ଅବକାରୀ ବିଭାଗ ଅନୁମତି ସୁଦ୍ଧା ନାହିଁ।

Bhubaneswar Odisha Dance Bar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ