Advertisment

ଚିଟ୍‌ ଫଣ୍ଡ ଦୁର୍ନୀତି ମାମଲାରେ ଗିରଫ ହେଲେ ପୂର୍ବତନ ବିଧାୟକ

ଚିଟଫଣ୍ଡ ଠକେଇର ଚେର ଓଡ଼ିଶାରୁ ଲମ୍ବିଛି ଆନ୍ଧ୍ର ଯାଏ। ଚିଣ୍ଡ ଫଣ୍ଡ ଦୁର୍ନୀତି ମାମଲାରେ  ଗିରଫ ହୋଇଛନ୍ତି ଆନ୍ଧ୍ର ପ୍ରଦେଶର ଜଣେ ପୂର୍ବତନ ବିଧାୟକ ।

ଅଦ୍ୟତନ ହୋଇଛି
Ex MLA arrested

Ex MLA arrested

Advertisment

ବିଶାଖାପାଟଣା: ଚିଟଫଣ୍ଡ ଠକେଇର ଚେର ଓଡ଼ିଶାରୁ ଲମ୍ବିଛି ଆନ୍ଧ୍ର ଯାଏ। ଚିଣ୍ଡ ଫଣ୍ଡ ଦୁର୍ନୀତି ମାମଲାରେ  ଗିରଫ ହୋଇଛନ୍ତି ଆନ୍ଧ୍ର ପ୍ରଦେଶର ଜଣେ ପୂର୍ବତନ ବିଧାୟକ । ତାଙ୍କ ନାଁ ଏମ୍.ଭି. ପ୍ରସାଦ। ସେ ବିଶାଖାପାଟଣାର ପଶ୍ଚିମ ଜୋନ୍‌ର ପୂର୍ବତନ ବିଧାୟକ ବୋଲି ଜଣାପଡ଼ିଛି। ଓଡ଼ିଶା ପୋଲିସ୍ ତାଙ୍କୁ ସେଠାରୁ ଗିରଫ କରିଛି।

Advertisment

ଏମ୍.ଭି. ପ୍ରସାଦଙ୍କ ୱେଲଫେର ଗ୍ରୁପ ଅଫ୍ କମ୍ପାନୀ ନାଁରେ ୧୨ ଶହ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି।ଓଡ଼ିଶା, ଆନ୍ଧ୍ର, ଛତିଶଗଡ଼ ପ୍ରଭୃତି ଅଞ୍ଚଳରୁ ଶହ ଶହ ହିତାଧିକାରୀଙ୍କଠାରୁ କମ୍ପାନୀ ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି। 

Advertisment

୨୦୦୧ରେ ଏହି କମ୍ପାନୀ ବିଭିନ୍ନ ଅଞ୍ଚଳରେ ଶାଖା ଖୋଲି ଲୋକଙ୍କଠୁ ଟଙ୍କା ଆଦାୟ କରିଥିଲା। ତେବେ ପରେ ଏହି କମ୍ପାନୀ  ଲୋକଙ୍କୁ ଟଙ୍କା ଫେରାଇ ନଥିବା ଅଭିଯୋଗ ରହିଛି। ଗତକାଲି ଓଡ଼ିଶା ସିଆଇଡି ଟିମ୍ ବିଶାଖାପାଟଣା ଘରେ ଚଢ଼ଉ କରି ପ୍ରାୟ ୪୫ ଲକ୍ଷ ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା। 

ସୂଚନାଥାଉ କି, ୨୦୦୯ରେ ଏମ୍ ଭି ପ୍ରସାଦ କଂଗ୍ରେସରୁ ବିଧାୟକ ଥିଲେ। ପରେ ୨୦୧୯ରେ ସେ ୟାଇଏସ୍ଆର୍ କଂଗ୍ରେସରେ ସାମିଲ ହୋଇଥିଲେ। ଏବେ ସେ ଆନ୍ଧ୍ରର ଶିକ୍ଷା ଏବଂ ୱେଲଫେର ଡେଭଲପମେଣ୍ଟ କର୍ପୋରେସନ୍‌ର ଚେୟାରମ୍ୟାନ୍ ଭାବେ କାର୍ଯ୍ୟ କରୁଛନ୍ତି ।

Advertisment
Chit Fund Scam Chit Fund Scam In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ