Advertisment

Job Scam In Cuttack: ଠକେଇ ଗ୍ୟାଙ୍ଗରେ ପୂରା ପରିବାର, ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ମାରିନେଲେ

ଠକେଇ ରାକେଟରେ ମାଆ ମାଷ୍ଟର ମାଇଣ୍ଡ । ପୂରା ପରିବାରକୁ କରିଥିଲା ସାମିଲ୍ । ନିଜକୁ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ପରିଚୟ ଦେଇ ଠକେଇ କରୁଥିଲା । ଏହି ରାକେଟରେ ନିଜ ପୁଅ ଓ ଝିଅଙ୍କୁ ବି ସାମିଲ୍ କରିଥିବାର ପୋଲିସ୍ କହିଛି । ମାଆ ପୁଅ ଓ ଝିଅ ମିଶି ସାରା ରାଜ୍ୟରେ କୋଟି କୋଟି ଟଙ୍କା ଠକେଇ କରିଥିବା ନେଇ କଟକ ବିଡାନାସୀ ଥାନାରେ ଅଭିଯୋଗ ହୋଇଛି ।

ଅଦ୍ୟତନ ହୋଇଛି
Job Scam In Cuttack

Job Scam In Cuttack

Advertisment

ଠକେଇ ଗ୍ୟାଙ୍ଗରେ ପୂରା ପରିବାର । ମାଆ ପୁଅ ଓ ଝିଅ ମିଶି ସାରା ରାଜ୍ୟରେ କୋଟି କୋଟି ଟଙ୍କା ଠକେଇ କରିଥିବା ନେଇକଟକ ବିଡାନାସୀ ଥାନାରେ ଅଭିଯୋଗ ହୋଇଛି । ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଆଇଏଏସ୍ ଅଧିକାରୀ ପରିଚୟରେ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି ।

Advertisment

ଅଧିକ ପଢ଼ନ୍ତୁ: ହୋଟେଲ୍‌ରେ ଖାଇଲେ-ପିଇଲେ, ଅୟସ କଲେ; ଟଙ୍କା ନଦେଇ ଛୁ' ମାରିଲେ

ରେଳବାଇ, ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ, ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ହେଉଥିବା ବିଭିନ୍ନ ନିଯୁକ୍ତି ପରୀକ୍ଷାରେ ଚାକିରି କରାଇ ଦେବାକୁ କହି ଏକାଧିକ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା କଟକ ବିଡାନାସୀ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି ।

ଅଭିଯୁକ୍ତ ଜଣକ ବିଡ଼ାନାସୀ ସୁଭଦ୍ରାନଗର ଅଞ୍ଚଳର ଡାନିଏଲ୍ ରାଜ୍ । ଆଉ ଦୁଇଜଣ ଏହି ଘଟଣାରେ ଫେରାର ଅଛନ୍ତି । ସେହି ଦୁଇ ଜଣ ହେଲେ ଗିରଫ ଅଭିଯୁକ୍ତର ମାଆ ଓ ଭଉଣୀ । ଅଭିଯୁକ୍ତର ମାଆ ହେଉଛି ଏହି ରାକେଟର ମାଷ୍ଟର ମାଇଣ୍ଡ । ସେ ନିଜକୁ ଆଇଏଏସ୍ ଅଫିସର କହି ଲୋକଙ୍କୁ ଚୁନା ମାରୁଥିଲେ । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Advertisment

Cuttack Job Scam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ